Latest Odisha News

BREAKING NEWS

ଦୈନିକ କୋଭିଡ-୧୯ ସଂକ୍ରମଣ ହଜାରେ ଟପିଲା

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ସଂକ୍ରମଣ ହଜାରେ ଟପିଲା। ଗତ ୨୪ ଘଣ୍ଟା ମଧ୍ୟରେ ୧୧୩୪ କରୋନା ପଜିଟିଭି ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ନୂଆ ଆକ୍ରନ୍ତଙ୍କୁ ମିଶାଇଲେ ବର୍ତ୍ତମାନ ଦେଶରେ ସକ୍ରିୟ ହାର ୧.୦୯ ପ୍ରତିଶତ ହୋଇଥିବା  ବେଳେ ସାପ୍ତାହିକ ସକ୍ରିୟହାର ୦.୯୮ ପ୍ରତିଶତ ରହିଛି ବୋଲି ମନ୍ତ୍ରଣାଳୟ କହିଛି।

ମଙ୍ଗଳବାର ଦିଲ୍ଲୀରେ ୮୩ କୋଭିଡ୍ ମାମଲା ଚିହ୍ନଟ ହେବା ଯୋଗୁ ପଜିଟିଭ୍ ହାର ୫.୮୩ ରହିଥିଲା। ସେହିପରି ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଥିଲା। ଦେଶରେ H3N3 ଇନ୍‌ଫ୍ଲୁଏଞ୍ଜା ସଂକ୍ରମଣ ବଢ଼ିବା ପରେ ଗତ କିଛିଦିନ ହେଲା ଦିଲ୍ଲୀରେ କରୋନା ସଂକ୍ରମଣ ବଢ଼ିଛି।

ସୋମବାର ଦିଲ୍ଲୀରେ ୩୪ କୋଭିଡ ଚିହ୍ନଟ ହୋଇଥିବା ବେଳେ ସକ୍ରିୟ ହାର ୬.୯୮ ରହଥିଲା। ସେହିପରି ରବିବାର ରାଜଧାନୀରେ ୭୨ କୋଭିଡ୍-୧୯ ପଜିଟିଭ୍ ଚିହ୍ନଟ ହୋଇଥିଲେ। ପଜିଟିଭ ହାର୍ ୩.୯୫ ରହିଥିଲା। ତେବେ ପ୍ରଥମ ଥର ଜାନୁଆରୀ ୧୬ ତାରିଖରେ ଦିଲ୍ଲୀରେ ଗୋଟିଏ ବି ପଜିଟିଭ୍ ଚିହ୍ନଟ ହୋଇ ନଥିଲେ।

Leave A Reply

Your email address will not be published.