ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତରେ ଅନେକ ଚରିତ୍ରଙ୍କ ପରିପ୍ରକାଶ ଘଟିଛି ଯେଉଁମାନଙ୍କୁ ଆମେ ଅବତାର ଭାବେ ପରିଗଣିତ କରିପାରିବା। ଏହି ଶ୍ରେଣୀରେ ପ୍ରଥମେ ଆସିବେ ପରମାତ୍ମା ଅବଧୂତ, ଯେକି ମହର୍ଷି ଅତ୍ରି ଓ ତାଙ୍କ ପତ୍ନୀ ଅନୁସୟାଙ୍କ ସନ୍ତାନ ଥିଲେ। ଅତ୍ୟନ୍ତ ଜ୍ଞାନର ଅଧିକାରୀ ମହାତ୍ମା ଅବଧୂତ ବିଶେଷ ଭାବରେ ବ୍ରହ୍ମ ଜ୍ଞାନକୁ ପ୍ରହ୍ଲାଦ ଓ ଅଳର୍କ ଆଦିଙ୍କୁ ଦାନ କରିଛନ୍ତି। ସେହିପରି ସହସ୍ରା ଅର୍ଜୁନଙ୍କୁ ମଧ୍ୟ ବିଦ୍ୟାଦାନ ସହିତ ଅନେକ ଅମୋଘ ବରଦାନ ମଧ୍ୟ ପ୍ରଦାନ କିରିଛନ୍ତି। ସେହି ଦତ୍ତାତ୍ରୟ ଭଗବାନ ମଧ୍ୟ ତପସ୍ୱିନୀ ଅନୁସୟାଙ୍କ ତପସ୍ୟାରେ ମୁଗ୍ଧ ହୋଇ ତାଙ୍କୁ କିଛି ବର ପ୍ରଦାନ କରିଥିଲେ।
ପ୍ରସଙ୍ଗ କ୍ରମରେ ସେହି ଅବତାର ମାନଙ୍କ ସମ୍ପୂର୍ଣ ତଥ୍ୟ ଆମେ ଜାଣିବା ଏବେ କେବଳ ଅବତାର ମାନଙ୍କ ପରିଚୟ ଜାଣିନେବା। ସ୍ୱାୟଂଭୁବ ମନ୍ୱନ୍ତରରେ ଭଗବାନ ବିଷ୍ଣୁ” ଯଜ୍ଞ “ନାମରେ ପ୍ରକଟ ହୋଇଥିଲେ। ପ୍ରଜାପତିଙ୍କ ପତ୍ନୀ ଆକୂତିଙ୍କର ଗର୍ଭରୁ” ରୁଚି” ଜନ୍ମ ନେଲେ। ଯେକି ପରେ ମନୁ ରୂପ ନେଇ ପ୍ରତିଷ୍ଠିତ ହେଲେ ଓ ସମ୍ପୂର୍ଣ ମନ୍ୱନ୍ତର ତ୍ରିଲୋକ ପାଳନ କଲେ।
ଧୀରେ ଧୀରେ ଯୁଗ ବଦଳିଯିବାକୁ ଲାଗିଲା ମଣିଷ ମାନଙ୍କ ଗୁଣରେ ପରିବର୍ତ୍ତନ ହେଲା, ସେମାନେ ଗୃହସ୍ଥ ଜୀବନ ପ୍ରତି ବିମୁଖ ହୋଇ ଉଠିଲେ ସେଥିପାଈଁ ସ୍ୱୟଂ ଶ୍ରୀହରି ପୁନଶ୍ଚ “ରୁଷଭ “ରୂପରେ ଅବର୍ତ୍ତିଣ ହେଲେ ଏହି ରୂପ କିନ୍ତୁ ଖୁବ ଭିନ୍ନ ଥିଲା ସମ୍ପୂର୍ଣ ଦିଗମ୍ବର ହୋଇ ନିଜ ଜ୍ଞାନ ମାର୍ଗରେ ରହି ଜୀବନ୍ମୁକ୍ତ ଅବସ୍ଥାର ମହତ୍ୱ ରକ୍ଷା କଲେ ନାହିଁ ପୁନଶ୍ଚ ପରମହଂସ ମାର୍ଗର ପ୍ରଚାର ଓ ପ୍ରସାର କରାଇଲା।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-113-god-took-the-form-of-kapila-to-save-the-almost-extinct-sankhyashastra/
ସୃଷ୍ଟିର ଆରମ୍ଭ ସମୟ, ପୃଥିବୀର ଉପରି ଭାଗ ମଧ୍ୟ ସମତଳ ନଥିଲା, ସେହି ସମୟରେ ଭଗବାନ “ପୃଥୁ “ରୂପରେ ଅବତାର ନେଲେ ନିଜ ପରାକ୍ରମ ବଳରେ ପୃଥିବୀକୁ ସମତଳ କଲେ। ଯାହା ଫଳରେ ପୃଥିଵୀ ଶସ୍ୟ ଓ ଔଷଧୀୟ ବୃକ୍ଷରେ ପରିପୂର୍ଣ ହେଲା। ଧୀରେ ଧୀରେ ମଣିଷ ଗ୍ରାମ ନଗ୍ର ଦେଶ ସ୍ଥାପନ କରି ବାସ କଲା। ରାଜା ପୃଥୁଙ୍କ ପୁତ୍ରୀ ରୂପରେ ପରିକଳ୍ପିତ ହୋଇ ଏହି ଧରିତ୍ରୀ “ପୃଥିବୀ “ନାମ ଧାରଣ କଲା ଏହାର ଆଗକୁ ଅନ୍ୟାନ୍ୟ ଅବତାର ଗୁଡିକ ବିଶେଷ କାର୍ଯ୍ୟ ସମ୍ପାଦନ କରିବା ପାଇଁ ପୃଥିବୀକୁ ଆସିଲେ ତାହା ଆଲୋଚନା କରିବା। ବର୍ତ୍ତମାନ ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତି
ପୂର୍ବେ ଯେ ପଦ୍ମ ଯୋନି ତହୁଁ।
ଜନ୍ମିଲେ ସ୍ୱାୟଂମ୍ଭୁବ ମନୁ।।
ତା ନାରୀ ଶତରୁପା ନାମ।
ପବିତ୍ର ସର୍ବ ଗୁଣ ଧାମ।।
ଆସନ୍ତୁ ତେବେ ମନୁ ଓ ଶତରୁପାଙ୍କ ଠାରୁ ସୄଷ୍ଟ ଏହି ସୃଷ୍ଟିର ରହସ୍ୟ ଧୀରେ ଧୀରେ ଜାଣିବା ଆଉ କହିବା ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.