ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ଅନେକ ତତ୍ୱର ସମାହାର, ଆମେ ଜାଣିଲେ ରାଜା ପୃଥୁଙ୍କ କନ୍ୟା ହିସାବରେ ଆମ ଧରିତ୍ରୀଙ୍କ ନାମ ହେଲା ପୃଥିବୀ। ଏହି ପୃଥିବୀରେ ସର୍ବ ଜ୍ଞାନର ଆଧାର ବେଦ ଥିଲା ଯାହା ଶଙ୍ଖାସୁର ନାମକ ଦୈତ୍ୟ ଦ୍ୱାରା ଅପହୃତ ହୋଇଗଲା ଶ୍ରୀହରି ସେହି ସମୟରେ ମତ୍ସ୍ୟ ରୂପ ଧାରଣ କରି ଶଙ୍ଖାସୁର ବଧ କରି ବେଦ ଉଦ୍ଧାର କରିଥିଲେ ଓ ବୈବସ୍ୱତ ମନୁଙ୍କୁ ମଧ୍ୟ ଅଗାଧ ଜଳ ମଧ୍ୟରେ ରକ୍ଷା କରିଥିଲେ। କାରଣ ଶ୍ରୀହରିଙ୍କ ମତ୍ସ୍ୟ ଅବତାର ପୂର୍ବରୁ ବୈବସ୍ୱତ ମନୁ ମତ୍ସ୍ୟ ରୂପ ଧାରଣ କରି ପରବର୍ତୀ ମନ୍ୱନ୍ତର ପାଇଁ ଶସ୍ୟବୀଜ ଓ ମହର୍ଷି ମାନଙ୍କୁ ସୁରକ୍ଷା ଦେଉଥିଲେ। କିନ୍ତୁ ମଣିଷ ମାନେ ସେହି ମତ୍ସ୍ୟମାନଙ୍କୁ ସାଧାରଣ ମାଛ ଭାବି ନିଜ ଖାଦ୍ୟ ରୂପେ ବ୍ୟବହାର କଲେ, କିନ୍ତୁ ଶ୍ରୀହରି ବିରାଟ ମତ୍ସ୍ୟ ରୂପ ଧାରଣ କରି ବେଦ ଉଦ୍ଧାର କରିଥିବାରୁ ସେ ମତ୍ସ୍ୟ ଅବତାର ନାମରେ ଖ୍ୟାତ ହେଲେ।
ଏହାପରେ ଦେଵତା ମାନଙ୍କ ଶ୍ରୀ ସାଗର ମଧ୍ୟରେ ବିଲୀନ ହୋଇଗଲା (ସମ୍ପୂର୍ଣ ବିବରଣୀ ପ୍ରସଙ୍ଗ କ୍ରମେ ବର୍ଣିତ ହେବ) ସେହି ସମୟରେ ଜଗତ କୁ ରକ୍ଷା କରିବା ଉଦ୍ୟେଶ ରେ ଶ୍ରୀହରି ଚାରିଟି ଅବତାର ଗ୍ରହଣ କଲେ (ପ୍ରସଙ୍ଗ ସମୟରେ ସମ୍ପୂର୍ଣ ବିବରଣୀ ପ୍ରଦାନ କରାଯିବ) ସେହି ମଧ୍ୟରୁ ଗୋଟିଏ ଅବତାର ଦେବତା ମାନଙ୍କୁ ଉପଦେଶ ଦେଲେ ଓ ଅସୁର ମାନଙ୍କୁ ଦୈତ ମାନଙ୍କ ସହ ସମୟାନୂକୁଳ ସନ୍ଧି ସ୍ଥାପନା କରିବା ପାଇଁ ପ୍ରବର୍ତ୍ତାଇଲେ ସେହି ସମୟରେ ଉଭୟ ଦୈତ୍ୟ ଓ ଦେବତା ମାନଙ୍କ ଦ୍ୱାରା ଏକ ଜଗତ କଲ୍ୟାଣ କାର୍ଯ୍ୟ କରିବାକୁ ମନସ୍ଥ କରି ସମୁଦ୍ର ମନ୍ଥନ କରିବାର ପ୍ରସ୍ତାବ ଦେଲେ।
ଏହାମଧ୍ୟ ପଢନ୍ତୁ https://odishasambad.in/shrimad-bhagwat-katha-114-god-took-the-form-of-prithi-and-flattened-the-earth-with-his-power/
ସ୍ୱୟଂ ମନ୍ଦର ପର୍ବତଙ୍କୁ ଆଣି କ୍ଷୀରସାଗର ରେ ପହଁଚିଲେ, କିନ୍ତୁ ସାଗରର ଅଗାଧ ଜଳରେ ମନ୍ଦର ପର୍ବତ ବୁଡ଼ି ଯିବାର ଭୟ ଥିବାରୁ ପୁନଃ ନିଜେ ଏକ ବିରାଟ କଛପ ରୂପ ଧାରଣ କରି ମନ୍ଦର ପର୍ବତ ଙ୍କୁ ନିଜ ପୃଷ୍ଠ ଭାଗରେ ଧାରଣ କଲେ, ଏହା ମନ୍ଥନ ଦଣ୍ଡ ସ୍ୱରୂପ ରହିବାରୁ ବାସୁକୀ ସର୍ପଙ୍କୁ ଦଣ୍ଡ ଦୌଡ଼ି କରି ଗୋଟିଏ ପାର୍ଶ୍ଵରେ ଦେବତା ଓ ଅନ୍ୟ ପଟେ ଦୈତ୍ୟ ମାନେ ରହି କ୍ଷୀର ସାଗର ମନ୍ଥନ କଲେ, ସେହି ମନ୍ଥନ ପ୍ରକ୍ରିୟାରୁ ଅନେକ ଵସ୍ତୁ ସହିତ ସ୍ୱୟଂ ଲଷ୍ମୀ ଓ ଅମୃତ ସାଗର ଗର୍ଭରୁ ଉତ୍ପନ ହେଲା
ଲଷ୍ମୀଙ୍କୁ ନିଜେ ଗ୍ରହଣ କରି ପୁନଶ୍ଚ ଅତୀବ ସୁନ୍ଦର ମନମୋହିନୀ ନାରୀ ରୂପ ଧାରଣ ପୂର୍ବକ ମାୟା ରଚି ଦେବତା ମାନଙ୍କୁ ଅମୃତ ବଣ୍ଟନ କରିଦେଲେ।
ପ୍ରଭୁଙ୍କର ସେହି ଅପୂର୍ବ ରୂପ ଲାବଣ୍ୟ ଦେଖି କେବଳ ଅସୁର ମାନେ ମୋହିତ ହୋଇ ନଥିଲେ ସ୍ୱୟଂ ଦେବ ଦେବ ମହାଦେବ ମଧ୍ୟ ଭ୍ରମରେ ପଡି ଯାଇଥିଲେ କୁହାଯାଏ।
ଦୟା ସାଗର ଭାବଗ୍ରାହୀ।
ତୋ ରୂପ ଏକା ଜାଣୁ ତୁହି।।
ସତରେ କେତେବେଳେ କେଉଁ ରୂପ ଯେ ଶ୍ରୀହରି ଧାରଣ କରନ୍ତି ତାହା ତାଙ୍କୁ ହି ଜଣାଥାଏ। କିନ୍ତୁ ପ୍ରତ୍ୟେକଟି ରୂପ ପଛରେ ଜଗତ କଲ୍ୟାଣର ଇଚ୍ଛା ଲୁଚି ରହିଥାଏ। ଆସନ୍ତୁ ତେବେ ଜଗତ କଲ୍ୟାଣକାରି ପରଂବ୍ରହ୍ମ ଶ୍ରୀହରିଙ୍କୁ ଆମର ଚିତ୍ତ ବୁଦ୍ଧି ସମର୍ପଣ କରି ତାଙ୍କରି ଶରଣ ନେବା କାରଣ ଶ୍ରୀଜଗନ୍ନାଥ ଦାସ କହନ୍ତି
ଈଶ୍ୱରେ ଦେଲେ ସେହି ଚିତ୍ତ।
ବନ୍ଧନୁ ହୁଅଇ ମୁକତ।।
ଅଖିଳ ଆତ୍ମା ପାଦ ଯୁଗେ।
ଭଜିଲେ ହୃଦେ ଭକ୍ତି ଯୋଗେ।।
ଏଣୁ ସେ ଲଭେ ବ୍ରହ୍ମ ଜ୍ଞାନ।
ଏଥ ହୁଁ ପଥ ନାହିଁ ଆନ।।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)
Comments are closed.