Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୦: ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମୁକ୍ତି ଲାଭ କଲା ଶ୍ରୀମଦ ଭାଗବତ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତ ପୁଣି ଶୁକଦେବ ମହାତ୍ମାଙ୍କ ମୁଖରୁ ଏଭଳି ଅପୂର୍ବ ସୁଯୋଗ କିଏ ବା ହାତଛଡା କରିବ। ଅଠାଅଶୀ ହଜାର ମୁନି ଋଷି ତନ୍ମୟ ହୋଇ ଏହା ଶ୍ରବଣ କଲେ। ଏଥିରୁ ଜଣାଯାଏ ବେଦର ନିଗୁଢ଼ ତତ୍ୱ, ବ୍ରହ୍ମ ସୂତ୍ର ତଥା ଉପନିଷଦର ତତ୍ୱାର୍ଥ, ସର୍ବୋପରି ଶ୍ରୀମହାଭାରତର ଧର୍ମୋପଦେଶ ବ୍ୟାଖ୍ୟାରେ ମହାତ୍ମା ଶୁକଦେବ ଶ୍ରୀମଦ ଭାଗବତ କଥାକୁ ଏତେ ରସଯୁକ୍ତ ଓ ତାତ୍ୱିକ କରି ଦେଲେ ଯେ ସମଗ୍ର ପରିବେଶ ଭାବ ପୂର୍ଣ୍ଣ ହୋଇଗଲା।

ଏହାକୁ ଚୈତନ୍ୟ ଭାଗବତରେ ବୃନ୍ଦାବନ ଦାସ ଲେଖିଲେ

“ପ୍ରେମମୟ ଭାଗବତ କୃଷ୍ଣେର ଶ୍ରୀଅଙ୍ଗ।
ଯାହାତେ କହେନ ଯତ ଗୋପ୍ୟ ଅଙ୍ଗ।।”

ଅର୍ଥାତ ଶ୍ରୀମଦ ଭାଗବତରେ ଶ୍ରୀକୃଷ୍ଣ ଲୀଳା ଏପରି ଭାବରେ ଗୁନ୍ଥି ହୋଇ ରହିଛି ଯେ ଏହା କୃଷ୍ଣଙ୍କ ଅଙ୍ଗ ଭଳି ପ୍ରତୀୟମାନ ହୁଏ। କିନ୍ତୁ ଏହାକୁ ଯେତେ ବିସ୍ତାର କରି କହିଲେ ମଧ୍ୟ ତଥାପି ଅନେକ କଥା ଗୋପନୀୟ ରହିଯାଏ। କିନ୍ତୁ ମହାତ୍ମା ଶୁକଦେବ ନିଜେ ବ୍ରହ୍ମବେତା ହୋଇଥିବାରୁ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଲୀଳାକୁ ଏଭଳି ବ୍ୟାଖ୍ୟା କଲେ ଯେ ସମଗ୍ର ପରିବେଶ କୃଷ୍ଣମୟ ହୋଇଗଲା। ଆଉ କଳି ଦ୍ୱାରା ପୀଡିତ ମାୟାବଦ୍ଧ ଜୀବ ରାଜା ପରୀକ୍ଷିତଙ୍କୁ ଜନ୍ମ ମରଣ ଚକ୍ରରୁ ମିକ୍ତି ଲାଭ କରିବାର ସୌଭାଗ୍ୟ ପ୍ରଦାନ କଲା।

ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-19-taking-refuge-under-shrimad-bhagwat-leads-to-a-life-free-from-illusion/

ଅବଶ୍ୟ ବ୍ରହ୍ମଅଭିଶାପ ଯୋଗୁଁ ରାଜା ପରୀକ୍ଷିତଙ୍କୁ ମୃତ୍ୟୁର ସାମନା କରିବାକୁ ପଡିଲା କିନ୍ତୁ ଶ୍ରୀମଦ ଭାଗବତଙ୍କ କୃପାରୁ ବିଷ୍ଣୁ ଲୋକ ପ୍ରାପ୍ତ ହେଲା। ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ

“ସେ ରାଜା କାଳେ ହରି ଭାବେ, ପଶିଵ ଜନ୍ମର ସ୍ଵଭାବେ ।।
ସୁଖେ ଲଭିବ ବିଷ୍ଣୁଲୋକ ।
ଯେ ସ୍ଥାନେ ବିମୋହ ବିଶୋକ ।।
ବିଷ୍ଣୁ ଲୋକ ଯେଉଁଠାରେ ମୋହ ନାହିଁ କି ଶୋକ ନାହିଁ ତାହା କାହାର କାମ୍ୟ ନୁହେଁ। ତେଣୁ ଆପଣ ମାନେ ମଧ୍ୟ ଶ୍ରୀମଦ ଭାଗବତ ଉତ୍ତମ ଓ ବ୍ରହ୍ମବେତା ଗୁରୁଙ୍କ ମୁଖରୁ ଶୁଣନ୍ତୁ ଓ ବିଷ୍ଣୁ ଲୋକ ପ୍ରାପ୍ତ ହୁଅନ୍ତୁ।

ଜୟ ଜଗନ୍ନାଥ
(ଦ.ତ୍ରି.ଉଵାଚ )

 

Comments are closed.