Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୨୯: ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଅବତାର ଲୀଳା ହୁଏ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ବିଭିନ୍ନ ଲକ୍ଷଣ ଆଲୋଚନା ପ୍ରସଙ୍ଗରେ ଏକ ବିଶେଷ ଲକ୍ଷଣ ହେଲା “ପୋଷଣ “।

୪. ପୋଷଣ:- ସର୍ଗ, ବିସର୍ଗ, ସ୍ଥିତି ପରେ ପୋଷଣ ଅର୍ଥାତ ସଚରାଚର ସୃଷ୍ଟି କରିସାରିଲେଣି ତାର ପାଳନର ପ୍ରବନ୍ଧ ହୋଇସାରିଛି ଏଵେ ସକଳ ସୄଷ୍ଟ ଜୀବଙ୍କ ପ୍ରତି ତାଙ୍କର ଅହେତୁକ କରୁଣା ପଦର୍ଶନ ହିଁ ପୋଷଣ। ଟିକିଏ ଅନ୍ୟ ଭାବେ ବର୍ଣ୍ଣନା କଲେ ନିଜ ଭକ୍ତମାନଙ୍କ ପ୍ରତି ଭଗବାନଙ୍କ ଅନୁଗ୍ରହ ହିଁ ପୋଷଣ। ଭକ୍ତିହୀନ ଜନମାନଙ୍କ ପ୍ରତି ତାଙ୍କର (ଭଗବାନ )ଅକାରଣ କରୁଣା ଦାନ ହିଁ ପୋଷଣ। ଭାଗବତରେ ଶ୍ରୀଜଗନ୍ନାଥ ଦାସଙ୍କ ଉକ୍ତି
“ଭକ୍ତାନୁଗ୍ରହ ଯେ ପୋଷଣ”
ଯାହାକୁ କବିସୂର୍ଯ୍ୟ ବଳଦେବ ରଥ ନିଜ ସ୍ତୁତି ମାଧ୍ୟମରେ କହିଲେ
“କାହା କାମ କୁମ୍ଭ, ପୁରି ନାହିଁ ତୁମ୍ଭ
ଅହେତୁକ ଅନୁଗ୍ରହ ହେ ମହାପ୍ରଭୁ”
କରୁଣା ସାଗର ହରିଙ୍କୁ ଆନ୍ୟ ଭାଷାରେ କରୁଣା ବରୁଣାଲୟ ବୋଲି ମଧ୍ୟ କୁହାଯାଇଥାଏ। ନିଜ ସୄଷ୍ଟ ସମସ୍ତ ଜୀବଙ୍କ ପ୍ରତି ଅହେତୁକ କରୁଣା ପ୍ରଦାନ ସହ, ସେମାନଙ୍କ ଭକ୍ତି ଫାଶରେ ଆବଦ୍ଧ ହୋଇ ସେମାନଙ୍କ ଉଦ୍ଧାର ପାଇଁ ନିଜ ନିତ୍ୟ ଲୀଳା ଭୁମି ଗୋଲକ ଧାମ ପରିତ୍ୟାଗ କରି ମାନବ ତନୁ ଧାରଣ ପୂର୍ବକ ଧାରରେ ଅବର୍ତ୍ତିନ ହୁଅନ୍ତି। ଯାହାଙ୍କୁ ଆମେ କହୁ ଅବତାର ବୋଲି।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-28-shrimad-bhagwat-gives-us-the-wisdom-to-maintain-the-dignity-and-order-of-creation/

ଶ୍ରୀମଦ ଭାଗବତ ଗୀତା କହେ ଅଧର୍ମର ବିନାଶ ଓ ଧର୍ମ ସଂସ୍ଥାପନ ପାଇଁ ଯୁଗେ ଯୁଗେ ପ୍ରଭୁଙ୍କର ଏହି ଅବତାର ଲୀଳା ହୁଏ। କିନ୍ତୁ ଶ୍ରୀମଦ ଭାଗବତ କହେ ଏହି ଲୀଳା କେବଳ ଭକ୍ତ ପ୍ରତି ଅନୁଗ୍ରହ ପଦର୍ଶନ ପାଇଁ ହୋଇ ଥାଏ। ତେଣୁ ଶ୍ରୀଜଗନ୍ନାଥ ଦାସଙ୍କ ଭାଷାରେ
ଭକତ ଜନ ତାରିବାରେ।
ଯେ ଯାତ ମନ୍ୟୁଷ ଶରୀରେ।।
ତାର ଚରିତ ମନେ ଚିନ୍ତି।
ଭକତି ପଥ ଆବୋରନ୍ତି।।
ତେବେ ଆଉ ଡେରି କାହିଁକି ଭାଗବତଙ୍କ ପଥ ଆବୋରି ଭଗବାନଙ୍କ ଭକ୍ତ ପାଲଟି ଯାଆନ୍ତୁ।

ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.