ଲେଖକ: ଦୟାନିଧି ତ୍ରିପାଠୀ
ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କ ଗୁଣ ଓ ଲକ୍ଷଣ ବିଷୟରେ ଆଲୋଚନା କରିବା ପରେ ମନରେ ସ୍ୱତଃ ପ୍ରଶ୍ନ ଆସେ ଯେଉଁ ଗ୍ରନ୍ଥ ଏତେ ଗୁଣ ଓ ଲକ୍ଷଣ ଯୁକ୍ତ ସେହି ଗ୍ରନ୍ଥ “ଶ୍ରୀମଦ ଭାଗବତ”ନାମ କାରଣର ଯଥାର୍ଥତା ଓ ସାର୍ଥକ ତା କଣ? “ଶ୍ରୀମନ୍ତଂ ଭଗବନ୍ତମଧିକୃତ୍ୟ ପ୍ରଣିତ ଶାସ୍ତ୍ରଂ ଶ୍ରୀମଭାଗବତ” ଏହି ଉକ୍ତିଟିକୁ ବିସ୍ଲେସଣ କଲେ ଜଣାଯାଏ ସମସ୍ତ ଶ୍ରୀଯୁକ୍ତ ଭଗବାନଙ୍କୁ କେନ୍ଦ୍ର କରି ଅବା ଭଗବାନଙ୍କ ଲୀଳା ଓ ଗୁଣ ବର୍ଣ୍ଣନାରେ ରୁଦ୍ଧିମନ୍ତ ହୋଇଛି ଯେ, ସେ ହିଁ ଶ୍ରୀମଦ ଭାଗବତ, ଠିକ କଥା ଆମେ ଆଲୋଚନା କଲେ ଯେ ଶ୍ରୀମଦ ଭାଗବତ ସମ୍ପୂର୍ଣ ରୂପେ ଶ୍ରୀକୃଷ୍ଣଙ୍କ ନାମ ଓ ଲୀଳା ବର୍ଣନାରେ ପୁରି ରହିଛି।
ଏହାମଧ୍ୟ ପଢନ୍ତୁ: https://odishasambad.in/shrimad-bhagwat-katha-34-without-the-refuge-of-god-salvation-of-the-living-being-is-impossible/
ଏହା ମଧ୍ୟ ଶ୍ରୀମଦ ଭଗବତଗୀତା ପ୍ରମାଣ ଦେଇଛି ଯେ “କୃଷ୍ଣ ତୁ ଭଗବାନ ସ୍ୱୟଂ”। ଅର୍ଥାତ ଶ୍ରୀକୃଷ୍ଣ ଧରାଧାମରେ ଶରୀର ଧାରଣ କରିଥିଲେ ମଧ୍ୟ ସେ ଅବତାର ନୁହଁନ୍ତି ସ୍ୱୟଂ ଭଗବାନ। ଏହି ଭଗବାନ ଶବ୍ଦର ସଠିକ ଆଲୋଚନା କଲେ ଜଣାଯାଏ ଯେ “ଭଗ ଅସ୍ତି ଯସ୍ୟ ସଃ ଭଗବାନ” ଅର୍ଥାତ ଯେ ଭଗ ଯୁକ୍ତ ସେ ଭଗବାନ, ଏଵେ ଜାଣିବା ସେହି ଛଅ ଗୋଟି ଉପାଦାନ ଯାହା ଭଗ ବିଷ୍ଣୁ ପୁରାଣ ମତରେ
ଐଶ୍ୱର୍ଯ୍ୟସ୍ୟ ସମଗ୍ରସ୍ୟ, ବୀର୍ଯ୍ୟସ୍ୟ ଯଶ ସଃ ଶ୍ରିୟଃ, ଜ୍ଞାନବୈରାଗୟୋ ଚୈବ୍ୟ ଷର୍ଣ୍ଣା ଭଗ ଇତି ସୃଡଃ” ଏଥିରୁ ଜଣାଗଲା ଐଶ୍ୱର୍ଯ୍ୟ, ବୀର୍ଯ୍ୟ ଶ୍ରୀ, ଯଶ, ଜ୍ଞାନ, ବୈରାଗ୍ୟ ଏହି ଛଅ ଗୋଟି ବିଶେଷ ଗୁଣ ଯୁକ୍ତ ଭଗବାନଙ୍କ ଗୁଣ ଓ ଲୀଳା ବର୍ଣିତ ହୋଇଥିବାରୁ “ଶ୍ରୀମଦ ଭାଗବତ ” ନାମ କରଣର ଯଥାର୍ଥତା ରହିଛି। ବ୍ୟାକରଣ ଦୃଷ୍ଟିରୁ ମଧ୍ୟ ନାମ କରଣର ଯଥାର୍ଥତା ପ୍ରତିପାଦିତ ହୋଇଛି ଅର୍ଥାତ ସ୍ୱୟଂ ଭଗବାନଙ୍କ ନାମ ଓ ଲୀଳା ବର୍ଣନାରେ ପୂର୍ଣ୍ଣ ହୋଇ ଏହା ଶ୍ରୀମଦ ଭାଗବତ ହୋଇଛି। ବ୍ରହ୍ମସଂହିତା ବାସ୍ତବରେ କହିଛି
“ଈଶ୍ୱରଃ ପରମଃ କୃଷ୍ଣ ସଚ୍ଚିଦାନନ୍ଦ
ବିଗ୍ରହଃ, ଅନାଦିରାଦି ଗୋବିନ୍ଦ ସର୍ବ
କାରଣକାରଣମ୍” ସର୍ବକାରଣର କାରଣ ସ୍ୱରୂପ ସୃଷ୍ଟି ଆରମ୍ଭରେ ଥିଲେ, ସୃଷ୍ଟି ବିନାଶ ପରେ ବି ରହିବେ, କିନ୍ତୁ ମଝିରେ ରହିବ କଣ
କେବଳ ତାଙ୍କ ନାମ ଓ ଲୀଳା। ତେଣୁ ସେହି ନାମ ଓ ଲୀଳା ବର୍ଣ୍ଣନାରେ ପୂର୍ଣ୍ଣ ଶ୍ରୀମଦ ଭାଗବତ କହେ
କପଟ ଧର୍ମ ଯାର ନାହିଁ।
ସ୍ଵଭାବେ ଶାସ୍ତ୍ର ସେ ବୋଲାଇ।।
ଭକତି ଜ୍ଞାନ ବୈରାଗ୍ୟ।
ତହିଁ ହୋଇଛି ତତ୍ୱ ଯୋଗ।।
ଏଣୁ ୟା ନାମ ଭାଗବତ।
ସୁଜନେ ଏଣେ ଦିଅ ଚିତ୍ତ।
ଯେଉଁ ଗ୍ରନ୍ଥର ନାମ କରଣରେ ଏତେ ସାର୍ଥକତା ଅଛି ଆସନ୍ତୁ ତାଙ୍କରି ଶରଣ ନେବା ଓ ଏ ଜୀବନ ଧନ୍ୟ କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ )
Comments are closed.