Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୫୧: ଆସନ୍ତୁ ଜାଣିବା ଭଗବାନଙ୍କର ଷଢ଼ ଗୁଣ ବା ଭଗର ସଂଜ୍ଞା..

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତଙ୍କର ଆଧାର ପୁରୁଷ ଭଗବାନ ଶ୍ରୀକୃଷ୍ଣ, ଆମେ ପୂର୍ବରୁ ଭଗ ଯୁକ୍ତ ଭଗବାନ ଵିଷୟରେ ଆଲୋଚନା କରିଛେ। ଏଥିରେ ଷଢ଼ ଐଶ୍ୱର୍ଯ୍ୟ ଅର୍ଥାତ ସମ୍ପୂର୍ଣ ଐଶ୍ୱର୍ଯ୍ୟ, ସମ୍ପୂର୍ଣ ବୀର୍ଯ୍ୟ, ସମ୍ପୂର୍ଣ ଯଶ
ସମ୍ପୂର୍ଣ ଶ୍ରୀ, ସମ୍ପୂର୍ଣ ଜ୍ଞାନ, ସମ୍ପୂର୍ଣ ବୈରାଗ୍ୟ ଯୁକ୍ତ ହୋଇଥିବାରୁ ଶ୍ରୀକୃଷ୍ଣଙ୍କୁ ଭଗବାନ ବୋଲି ବିବେଚନା କରିଛେ। ଆଉ ବିଷଦ ଆଲୋଚନା ନକରି କେବଳ ଏହି ଷଢ଼ ଗୁଣ ବା ଭଗର ସଂଜ୍ଞା ଗୁଡିକ ଜାଣିବା। ଯଥା-
1.ସର୍ବବଶୀକାରିତ୍ୱର ନାମ ଐଶ୍ୱର୍ଯ୍ୟ
2.ଅଲୌକିକ ସମ୍ପନ୍ନଶକ୍ତିମତା ବୀର୍ଯ୍ୟ
3.ଅକ୍ଷୟ ସୁଖ୍ୟାତିର ନାମ ଯଶ
4.ଅକଳନୀୟ ସମ୍ପତ୍ତି ଓ ଅପୂର୍ବ ସୌନ୍ଦର୍ଯ୍ୟ ର ଅଧିକାର ନାମ ଶ୍ରୀ
5.ପରତତ୍ୱାନୁଭୂତି ଓ ତତବିଷୟକ ଶାସ୍ତ୍ରୀୟ ପାଣ୍ଡିତ୍ୟ ଯୁକ୍ତଙ୍କ ନାମ ଜ୍ଞାନ
6.ପ୍ରାପଞ୍ଚିକ ବିଷୟରେ ଅନାସକ୍ତି ହିଁ ବୈରାଗ୍ୟ ନାମରେ ବିଦିତ ହୋଇଛି।
ଭଗବାନ ଶ୍ରୀକୃଷ୍ଣ ଏହି ଷଢ଼ ଗୁଣର ଅଧିକାରୀ ନୁହଁନ୍ତି ସେ ମଧ୍ୟ ଜନ୍ମ ଆଦି ଷଢ଼ ବିକାର ରହିତ ହେତୁ ସର୍ବେଶ୍ୱର ଯଥା
1.ଜlୟତେ 2.ବର୍ତ୍ତେତେ
3.ବର୍ଦ୍ଧତେ 4.ପରିଣମତେ
5.ଅପକ୍ଷୀୟତେ 6.ନଶ୍ୟତି

ତେବେ ଏହାର ସଂକ୍ଷିପ୍ତ ବିସ୍ଲେସଣ ହେଲା ଭଗବାନ ଅଜନ୍ମା ତେଣୁ ସେ ଅଜ ଓ ଅଵ୍ୟୟାତ୍ମା, ସେ ସ୍ଵଶକ୍ତି ଯୋଗମାୟାଙ୍କ ସାହାଯ୍ୟରେ ସ୍ୱତଃ ପ୍ରକଟିତ ଏବଂ ଜନ୍ମ ପରେ ସ୍ଵଶକ୍ତି ବଳରେ ତିଷ୍ଠି ପାରନ୍ତି ଯାହା ଦ୍ଵିତୀୟ ବିକାର ଏବଂ ତୃତୀୟ ବିକାର ବର୍ଦ୍ଧତେ ମଧ୍ୟ ତାଙ୍କର ସ୍ୱକ୍ରିୟ, ଛୋଟରୁ ବଡ଼ ହୋଇ ଯିବା ଅର୍ଥାତ ଵୟୋବୃଦ୍ଧି କ୍ରମେ ଘଟୁଥିବା ଶାରୀରିକ ପରିବର୍ତନ ମଧ୍ୟ ତାଙ୍କର ସ୍ୱୟଂକ୍ରିୟ
ଏହାପରେ ପାଇଁ ପଞ୍ଚମ ବିକାର ଅପକ୍ଷୟ ଯଥା ସ୍ମୃତି ଶକ୍ତି, ଦୃଷ୍ଟି ଶକ୍ତି ଇତ୍ୟାଦି ହ୍ରାସ ମଧ୍ୟ ଭଗବାନଙ୍କ ପାଖରେ ଦେଖା ଯାଏନି।

ଶେଷରେ ମୃତ୍ୟୁ ବା ଜନ୍ମିତ ଶରୀରର ମୃତ୍ୟୁ ମଧ୍ୟ ନଥାଏ, ଭଗବାନ ଶ୍ରୀକୃଷ୍ଣଙ୍କ ପ୍ରକଟ ଲୀଳା ଓ ଅପ୍ରକଟ ହେବାର ପ୍ରକ୍ରିୟା ଏହି ସବୁ ବିକାର ଠାରୁ ଢେର ଉର୍ଦ୍ଧ୍ଵରେ ଥିବାର ଆମେ ପ୍ରମାଣ ପାଉ। ତଥାପି ତ୍ରିଧାମେଶ୍ୱରଶ୍ରୀକୃଷ୍ଣଙ୍କ ପ୍ରାକଟ୍ୟ ଲୀଳା ଓ ଅପ୍ରକଟ ହେବାର କ୍ରିୟାକୁ ଅନୁଧ୍ୟାନ କଲେ ଜଣାଯାଏ ଏହା ସମୁଦାୟ ୧୨୫ବର୍ଷ ମାତ୍ର ସେ ଥିଲେ ଚିର କିଶୋର। ଭଗବାନ ଶ୍ରୀକୃଷ୍ଣଙ୍କୁ ଏଭଳି ସାଧାରଣ ଭାବରେ ଉପସ୍ଥାପନା କରିବା ଅର୍ଥ ତାଙ୍କର ପରଂବ୍ରହ୍ମ ସ୍ୱରୂପକୁ ଅଵଜ୍ଞା କରିବା ସହ ସମାନ ହେବ। ତେଣୁ ବ୍ରହ୍ମ ସଂହିତାର ଶ୍ଳୋକ ସହ ଆଜିର ଆଲୋଚନାକୁ ବିରାମ ଦେବି।

ଏହାମଧ୍ୟ ପଢନ୍ତୁ:https://odishasambad.in/shrimad-bhagwat-katha-50-where-did-bhagwat-come-from-as-a-devotee/

“ଯସ୍ୟ ପ୍ରଭା ପ୍ରଭାବତୋ ଜଗ ଦଣ୍ଡକୋଟି, କୋଟି ସ୍ୱଶେଷ ବସୁଧା ଦିବିଭୂତି-ଭିନ୍ନମ, ତଦ ବ୍ରହ୍ମ ନିଷ୍ଫଳ ମନନ୍ତ ମଶେଷ ଭୁତଂ, ଗୋବିନ୍ଦମାଦି ପୁରୁଷଂ ତମହଂ ଭଜାମି”। ଆସନ୍ତୁ ଏଭଳି ପରମପୁରୁଷ ପରଂବ୍ରହ୍ମ ଶ୍ରୀକୃଷ୍ଣଙ୍କ ଅମୀୟ ଲୀଳାରେ ପୂର୍ଣ୍ଣ ଶ୍ରୀମଦ ଭାଗବତଙ୍କ ଆରାଧନା କରିବା।
ଜୟ ଜଗନ୍ନାଥ
(ଦ. ତ୍ରି. ଉଵାଚ)

Comments are closed.