Latest Odisha News

BREAKING NEWS

ଶ୍ରୀ ଭାଗବତ ସାର ୮୦: ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ

ଲେଖକ: ଦୟାନିଧି ତ୍ରିପାଠୀ

ଓଁ ନମୋ ଭଗବତେ ବାସୁଦେବାୟ। ଶ୍ରୀମଦ ଭାଗବତର ଦଶମ ସ୍କନ୍ଦର ପଞ୍ଚବିଂଶ ଓ ଷଢ଼ବିଂଶ ଅଧ୍ୟାୟରେ ବର୍ଣ୍ଣିତ ଏହି ଉପାଖ୍ୟାନଟି ଏଥିପାଇଁ ପ୍ରଥମେ ଜଣାଇବାର ତାତ୍ପର୍ଯ୍ୟ ଏହିକି ଯେ ଏଥିରେ ଏକ ପରମ୍ପରାକୁ ବିରୋଧ କରାଯାଇ ସେଠାରେ ପ୍ରକୃତି ପୂଜାର ଆହ୍ୱାନ ଦିଆଯାଇଛି। ଇନ୍ଦ୍ରଙ୍କୁ ଠାକୁର ଭାବେ ସ୍ୱୀକାର କରାଯାଇନି
କର୍ମ ଭୁଞ୍ଜନ୍ତି ପ୍ରାଣୀଙ୍କର।
ଇନ୍ଦ୍ର ତ ନୁହଁଇ ଠାକୁର।।
+ + + +
ବ୍ରହ୍ମା ଭିଆଣେ ମେଘମାଳ।
. ସଂସାରେ ବରଷନ୍ତି ଜଳ।।
ଏଠାରେ ମଧ୍ୟ ଆଉ ଏକ ତତ୍ୱ ମନକୁ ଆସେ ତାହା ହେଉଛି “ପରମବ୍ରହ୍ମ “ଙ୍କ ସାର୍ଵଭୌମତ୍ତ୍ୱ, ଅର୍ଥାତ ଈଶ୍ୱରଙ୍କ ଇଚ୍ଛାରେ ସବୁ ହୋଇଥାଏ ତେଣୁ ଇନ୍ଦ୍ରଙ୍କୁ ପୂଜା କରିବା ଅନାବଶ୍ୟକ ବୋଧ ହୁଏ ଗୋପପୁରବାସୀଙ୍କୁ ନିଜ ସ୍ୱରୂପର ଆଭାସ ଦେବାପାଇଁ ଏହି ଲୀଳା ରଚିତ ହୋଇଛି। ତେଣୁ ଶ୍ରୀ ଜଗନ୍ନାଥ ଦାସଙ୍କ ବର୍ଣ୍ଣନାରେ ଅଛି
ଇନ୍ଦ୍ର ସପତ ଦିନ ବୃଷ୍ଟି କଲା।
ଜଳ ଘାତେ ପଥର ବରଷିଲା।।
+ + + ,+
ଶୀତଳ ପବନ ସଙ୍ଗେ ବାରି।
କମ୍ପନ୍ତି ଗୋପ ନର ନର ନାରୀ।।
ଇନ୍ଦ୍ରଙ୍କ କୋପରେ ଗୋପବାସୀଙ୍କର ଏଭଳି ଅବସ୍ଥା ଦେଖି ନିଜ ସ୍ୱରୂପ ପ୍ରକାଶ ଲାଗି ଶ୍ରୀକୃଷ୍ଣ ନିଜ କାଣି ଆଙ୍ଗୁଠିରେ ଗିରି ଗୋବର୍ଦ୍ଧନଙ୍କୁ ଛତ୍ର ଆକାରରେ ଧାରଣ କଲେ ଓ ସମସ୍ତ ଗୋପପୁରବାସୀଙ୍କୁ ତାରି ତଳେ ଆଶ୍ରୟ ଦେଲେ, ଇନ୍ଦ୍ର ଶ୍ରୀକୃଷ୍ଣଙ୍କୁ ପରଂବ୍ରହ୍ମ ବୋଲି ଜାଣିପାରି ଶରଣ ପଶିଲେ ଓ କୃଷ୍ଣଙ୍କୁ ଗୋବିନ୍ଦ ନାମ ଦେଲେ ଶ୍ରୀଜଗନ୍ନାଥ ଦାସଙ୍କ ଭାଷା
ଇନ୍ଦ୍ର ହାରିଣ ଶରଣ ପଶିଲା।
ଗୋପେ ଗୋବିନ୍ଦ ନାମ ଦେଇଗଲା।।
ଏହି କାହାଣୀଟି ଦୁଇଟି କଥା ଶିକ୍ଷା ଦେଲା, ପ୍ରଥମେ ଏ ଜଗତକୁ ଯେ ସୃଷ୍ଟି କରିଛନ୍ତି ଓ ପାଳନ କରୁଛନ୍ତି ସେହିଁ ସର୍ବ ଶକ୍ତିମାନ, ତାଙ୍କୁ ବିଶ୍ୱାସ ଓ ଭକ୍ତି କଲେ ସେହିଁ ଆମକୁ ସର୍ବ ବିପଦରୁ ରକ୍ଷା କରିବେ। ଦ୍ଵିତୀୟରେ କାହାକୁ ଅଯଥା ଭୟ ନକରି ନିଜ ପରିବେଶକୁ ସୁରକ୍ଷିତ ରଖି ତାର ପୂଜା କଲେ ଆମେ ନିଶ୍ଚୟ ଭଗବାନଙ୍କ କୃପା ପ୍ରାପ୍ତି ହେବା, ଯେମିତି ଗୋପ ବାସୀଙ୍କର ହେଲା ଓ ଭାଗବତ କହେ
କୃଷ୍ଣ ମହିମା ଦେଖି ଜନେ।
ଆନନ୍ଦ ଗୋପାଳଙ୍କ ମନେ।।
ସେ ଗିରିଧାରୀଙ୍କର ପାଦେ।
ମୋ ମନ ରହୁ ଅପ୍ରମାଦେ।।
ଆସନ୍ତୁ ତେବେ ନିର୍ଭୟ ହୋଇ ସମସ୍ତ ବିପଦକୁ ସାମନା କରିବା କାରଣ ସବୁ ବିପଦରୁ ଉଦ୍ଧାର କରିବା ପାଇଁ ସର୍ବଦା ଶ୍ରୀକୃଷ୍ଣ ଆମ ସହିତ ଅଛନ୍ତି। ଜୟଜଗନ୍ନାଥ
(ଦ.ତ୍ରି.ଉଵାଚ)

 

Comments are closed.