Latest Odisha News

BREAKING NEWS

ମୋଦୀଙ୍କ ସହ କଥା ହେଲେ ମହାକାଶଚାରୀ ଶୁଭାଂଶୁ; କହିଲେ ଗୋଡ ବାନ୍ଧି କଥା ହେଉଛି ନଚେତ୍…

ନୂଆଦିଲ୍ଲୀ: ଇତିହାସ ରଚିଛନ୍ତି ଶୁଭାଂଶୁ ଶୁକ୍ଲା । ଫ୍ଲୋରିଡାସ୍ଥିତ ନାସାର କେନେଡି ସ୍ପେସ ସେଣ୍ଟରରୁ ମହାକାଶକୁ ଯାତ୍ରା କରିଛନ୍ତି ଗ୍ରୁପ କ୍ୟାପଟେନ୍ ଶୁଭାଂଶୁ ଶୁକ୍ଳାଙ୍କ ସହ ଅନ୍ୟ ୩ଜଣ ମହାକାଶଚାରୀ । ଏହା ବ୍ୟତୀତ ମହାକାଶଚାରୀ ଶୁଭାଂଶୁ ଦ୍ୱିତୀୟ ଭାରତୀୟ ଯିଏ ମହାକାଶ ଯାତ୍ରା କରିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ମୋଦୀ ଶନିବାର ମହାକାଶଚାରୀ ଶୁଭାଂଶୁ ଶୁକ୍ଳାଙ୍କ ସହ କଥା ହୋଇଥିଲେ।

ଏହାର ଫଟୋ ମଧ୍ୟ ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ ଯେ, ଶୁଭାଂଶୁ, ଆଜି ଆପଣ ଭାରତ ଭୂମି ଠାରୁ ବହୁତ ଦୂରରେ ରହିଛ, କିନ୍ତୁ ଭାରତୀୟଙ୍କ ହୃଦୟର ସବୁଠାରୁ ନିକଟତର ଅଛ। ଆପଣଙ୍କ ନାମରେ ଶୁଭ ଅଛି ଏବଂ ଆପଣଙ୍କର ଯାତ୍ରା ମଧ୍ୟ ଏକ ନୂତନ ଯୁଗର ଶୁଭଆରମ୍ଭ । ଏହି ସମୟରେ ଆମେ ଦୁହେଁ କଥା ହେଉଛୁ, କିନ୍ତୁ ମୋ ସହିତ ୧୪୦ କୋଟି ଭାରତୀୟଙ୍କ ଭାବନା ମଧ୍ୟ ଅଛି। ମୋ ସ୍ୱରରେ ସମସ୍ତ ଭାରତୀୟଙ୍କ ଉତ୍ସାହ ରହିଛି। ମହାକାଶରେ ଭାରତର ପତାକା ଉଡେଇଛ , ମୁଁ ଆପଣଙ୍କୁ ହୃଦୟର ସହିତ ଅଭିନନ୍ଦନ ଏବଂ ଶୁଭେଚ୍ଛା ଜଣାଉଛି।

ଗ୍ରୁପ୍ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା କହିଛନ୍ତି, “ପ୍ରଧାନମନ୍ତ୍ରୀ ମୋଦୀ, ଆପଣଙ୍କ ଏବଂ ୧୪୦ କୋଟି ଭାରତୀୟଙ୍କ ଶୁଭେଚ୍ଛା ପାଇଁ ଧନ୍ୟବାଦ। ମୁଁ ଏଠାରେ ଭଲ ଏବଂ ସୁରକ୍ଷିତ ଅଛି। ମୁଁ ବହୁତ ଭଲ ଅନୁଭବ କରୁଛି, ଏହା ଏକ ନୂତନ ଅଭିଜ୍ଞତା… ଏହି ଯାତ୍ରା କେବଳ ମୋର ନୁହେଁ ବରଂ ସମଗ୍ର ଦେଶର ଯାତ୍ରା…ଆପଣଙ୍କ ନେତୃତ୍ୱରେ, ଆଜିର ଭାରତ ଜଣଙ୍କର ସ୍ୱପ୍ନ ପୂରଣ କରିବା ପାଇଁ ଅନେକ ସୁଯୋଗ ପ୍ରଦାନ କରେ… ଏଠାରେ ଭାରତକୁ ପ୍ରତିନିଧିତ୍ୱ କରି ମୁଁ ବହୁତ ଗର୍ବିତ ଅନୁଭବ କରୁଛି।”

କଥାବାର୍ତ୍ତା କରିବା ସମୟରେ ମୁଁ ମୋ ଗୋଡ ବାନ୍ଧି ଦେଇଛି କାରଣ ଏଠାରେ ଶୂନ୍ୟ ଗୁରୁତ୍ୱାକର୍ଷଣ ଅଛି, ଯଦି ମୁଁ ଏହା ନ କରେ ତେବେ ମୁଁ ଉଡ଼ିବା ଆରମ୍ଭ କରିବି ବୋଲି ମହାକାଶଚାରୀ ଶୁଭାଂଶୁ କହିଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀ ଶୁଭାଂଶୁଙ୍କୁ ପଚାରିଥିଲେ ଯେ ମହାକାଶର ବିଶାଳତା ଦେଖିବା ପରେ ପ୍ରଥମ କ’ଣ ଭାବନା ଥିଲା। ଏହା ଉପରେ ଶୁଭାଂଶୁ କହିଥିଲେ ଯେ, ପ୍ରଥମ ଭାବନା ଥିଲା ଯେ ବାହାରୁ କୌଣସି ସୀମା ଦେଖାଯାଉ ନାହିଁ। ଆମେ ମାନଚିତ୍ରରେ ଭାରତକୁ ଦେଖୁ, ଭାରତ ପ୍ରକୃତରେ ବହୁତ ଭବ୍ୟ ଦେଖାଯାଉଛି । ମାନଚିତ୍ରରେ ଆମେ ଯାହା ଦେଖୁଛୁ ତାହାଠାରୁ ଅଧିକ ଭବ୍ୟ ଦେଖାଯାଉଛି। ବାହାରୁ ଦେଖିଲେ ଲାଗେ କୌଣସି ବର୍ଡର ନାହିଁ ଦେଶ, ରାଜ୍ୟର । କୌଣସି ରାଜ୍ୟ ନାହିଁ କି କୌଣସି ଦେଶ ନାହିଁ , ଏପରି ଲାଗେ ଯେ, ଆମେ ସମସ୍ତଙ୍କ ଘର ହେଲା ପୃଥିବୀ ଆଉ ଆମେ ତାହାର ବାସିନ୍ଦା ।

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀ ଶୁଭାଂଶୁଙ୍କୁ ପଚାରିଲେ ଯେ, ଏପରି କୌଣସି ପରୀକ୍ଷଣ ଅଛି କି ଯାହା ଆଗାମୀ ସମୟରେ ସ୍ୱାସ୍ଥ୍ୟ କିମ୍ବା କୃଷି କ୍ଷେତ୍ରକୁ ଲାଭଦାୟକ ହେବ। ଏଥିରେ ଶୁଭାଂଶୁ କହିଥିଲେ ଯେ ହଁ, ମୋର ପରୀକ୍ଷଣ ଏହା ସହିତ ଜଡିତ।

Comments are closed.