Latest Odisha News

ଅନୀତା ଏଣ୍ଟରଟେନମେଣ୍ଟ ପ୍ରସ୍ତୁତ ଓଡିଆ ସିନେମା ‘ଅନ୍ଧ ପୁଟୁଳି’ର ଶୁଭ ମହୁରତ

ଭୁବନେଶ୍ଵର: ଆସୁଛି ନୂଆ ଓଡିଆ ସିନେମା ଅନ୍ଧ ପୁଟୁଳି । ଅନୀତା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନବୀନ ମହାନ୍ତିଙ୍କ ପ୍ରଯୋଜନାରେ ପ୍ରସ୍ତୁତ ଓଡିଆ ଫିଲ୍ମ ଅନ୍ଧ ପୁଟୁଳିର ଶୁଭ ମହୁରତ ଆଜି ରଙ୍ଗବଜାର ସ୍ଥିତ ସାଇ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଛି । ଫିଲ୍ମରେ ମୁଖ୍ୟ ଭୁମିକାରେ ନଜର ଆସିବେ ନବୀନ ଓ ସୁଶ୍ରୀ ।

ସମ୍ପୁର୍ଣ୍ଣ ପାରିବାରିକ କଥାକୁ ନେଇ ନିର୍ମିତ ଏହି ଚଳଚ୍ଚିତ୍ରରେ ଆଖି ଥାଇ ମଧ୍ୟ ମଣିଷ ଅନ୍ଧଙ୍କ ଭଳି କରୁଥିବା ଅନ୍ୟାୟ ଓ ସେହି ଅନ୍ୟାୟକୁ କିପରି ମଣିଷ ପ୍ରଶୟ ଦେଉଛି ତାହା ଉପରେ ଫିଲ୍ମଟି ଆଧାରିତ । ଏହି ଫିଲ୍ମଟିରେ ଅଡିଏନସ୍ ମାନେ ମୁଖ୍ୟ ଭୁମିକାରେ ଅଭିନୟ କରୁଥିବା ଅଭିନେତା ଓ ଅଭିନେତ୍ରୀଙ୍କୁ ଏକ ଭିନ୍ନ ଚରିତ୍ରରେ ୮୦ ଦଶକର ଲୁକରେ ଦେଖିବାକୁ ପାଇବେ ।

ଫିଲ୍ମଟିର ସୁଟିଂ ଚାଲିଥିବା ବେଳେ ଖୁବ୍ ଶୁଘ୍ର ଫିଲ୍ମଟି ପ୍ରେକ୍ଷାଳରେ ମୁକ୍ତିଲାଭ କରିବ ବୋଲି ସୂଚନା ମିଳିଛି । ଏହି ଫିଲ୍ମରେ ନବୀନ ଓ ସୁଶ୍ରୀଙ୍କ ବ୍ୟତୀତ ଅଶ୍ରୁମୋଚନ ମହାନ୍ତି, ଚୌଧୁରୀ ବିକାଶ ଦାଶ, ବିନାୟକ ମିଶ୍ର, ସୁରେନ୍ଦ୍ର, ଲୋପାମୁଦ୍ରା, ସୁଶିଲ ମିଶ୍ର, ସାରା ଅପା, ସୋନାଲିକା, ମୁକ୍ତିକାନ୍ତ, ପିକୁଲ, ରାଜଲକ୍ଷ୍ମୀ, ହିମାଂଶୁ, ଦିଲିପ, ଜ୍ୟୋତି ଓ ଶିଶୁ କଳାକାର ଭାବରେ ତନିଶ, ମାନିନୀ ଓ ରିୟାଙ୍କୁ ଦେଖବାକୁ ମିଳିବ ।

ଗତ ଦୁଇଦିନ ତଳେ କଟକ ସ୍ଥିତ ମିଲନ୍ ଷ୍ଟୁଡିଓରେ ଏହି ଫିଲ୍ମର ଗୀତ ରେକର୍ଡିଂ ଶେଷ ହୋଇଥିଲା । ଗୀତ ଗୁଡିକ ଅରୁଣ ମନ୍ତ୍ରୀ, ଜୟନ୍ତ ଦାଶ, ଯତିନ୍ଦ୍ର ପ୍ରଧାନ ଓ ପ୍ରମୋଦ ପରିଡା ଲେଖିଥିବା ବେଳେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରଜତ ମିଶ୍ର । ଗୀତ ଗୁଡିକୁ ଗାଇଛନ୍ତି ଇରା ମହାନ୍ତି, କୁମାର ବାପି, ପଙ୍କନ ଜାଲ୍, ହ୍ୟୁମାନ ସାଗର, ସ୍ଵୟଂ ପାଢି, ଅମ୍ରିତା ନାୟକ ଓ ଶୀତଲ କବି । ଗୀତ ଗୁଡିକ ସିନେମାର କାହାଣୀକୁ ନେଇ ନିର୍ମିତ ଓ ବେଶ୍ ହୃଦୟସ୍ପର୍ଶୀ ଏବଂ ସବୁ ବର୍ଗର ଶ୍ରୋତାଙ୍କ ଦ୍ଵାରା ଆଦୃତ ବୋଲି ପ୍ରଯୋଜନା ସଂସ୍ଥା ତରଫରୁ କୁହାଯାଇଛି ।

Comments are closed.