ଅହମ୍ମଦାବାଦ: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଚାଲିଥିବା ତିନୋଟି ଦିନିକିଆ ମ୍ୟାଚର ଅନ୍ତିମ ମ୍ୟାଚରେ ଓପନର ଶୁଭମନ ଗିଲଙ୍କ ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ, ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହୋଇଥିବା ଏହି ମ୍ୟାଚରେ ଗିଲ ୯୫ ବଲ୍ ରେ ବିସ୍ଫୋରକ ବ୍ୟାଟିଂ କରି ଶତକ ହାସଲ କରିଥିଲେ। ଏହା ତାଙ୍କ କ୍ୟାରିୟରର ୭ମ ଏକଦିବସୀୟ ଶତକ ଥିଲା। ଆଉ ସେ ଏହି ଗ୍ରାଉଣ୍ଡରେ କ୍ରିକେଟର ସମସ୍ତ ଫର୍ମାଟରେ ଶତକ ହାସଲ କରିଛନ୍ତି। ଗିଲ ଅହମ୍ମଦାବାଦ ମଇଦାନରେ ଟେଷ୍ଟ, ଦିନିକିଆ, ଟି୨୦ ଏବଂ ଆଇପିଏଲ୍ରେ ଶତକ ମାରିଛନ୍ତି।
ଅନ୍ତର୍ଜାତୀୟ କ୍ୟାରିୟର ବିଷୟରେ କହିଲେ ଗିଲ୍ଙ୍କ ଏହା ୧୩ ଶତକ। ତାଙ୍କର ଏହି ଶତକ ପରେ ତାଙ୍କୁ ପ୍ରଶଂସା କରିବା ପାଇଁ ଟିମ୍ ଇଣ୍ଡିଆ ଏବଂ ପ୍ରଶଂସକମାନେ ପାଭିଲିୟନରେ ଛିଡା ହୋଇଯାଇଥିଲେ।
ତେବେ ଇଂଲଣ୍ଡର ଅଧିନାୟକ ଜସ୍ ବଟଲର୍ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିଲା ବେଳେ ରୋହିତ ଶର୍ମା ମାତ୍ର ଗୋଟିଏ ରନ କରି ମାର୍କ ଉଡଙ୍କ ଦ୍ୱିତୀୟ ବଲରେ କ୍ୟାଚ ଆଉଟ ହୋଇଯାଇଥିଲେ।
ରୋହିତଙ୍କ ଆଉଟ୍ ହେବା ପରେ ବିରାଟ କୋହଲି ୫୨ ରନ ଏବଂ ଶୁଭମନ ଗିଲ ୧୧୨ ରନ କରି ଭାରତୀୟ ଇନିଂସକୁ ଏକ ଦୃଢ ସ୍ଥିତିକୁ ଆଣିଥିଲେ। ତେବେ କୋହଲିଙ୍କ ପରେ ଶ୍ରେୟସ ଆୟର ମଧ୍ଯ ଚମତ୍କାର ବ୍ୟାଟିଂ କରିଥିଲେ।
Comments are closed.