ଅହମ୍ମଦାବାଦ: ଭାରତୀୟ କ୍ରିକେଟ ଟିମର ଉପଅଧିନାୟକ ଶୁଭମନ ଗିଲ ଇଂଲଣ୍ଡ ବିପକ୍ଷ ତୃତୀୟ ଦିନିକିଆରେ ଆକର୍ଷଣୀୟ ଶତକ ହାସଲ କରିଛନ୍ତି । ଏହା ତାଙ୍କ କ୍ୟାରିୟରର ୭ମ ଶତକ ଥିଲା । ଗିଲ ବିଶ୍ୱ କ୍ରିକେଟର ୫ମ ଖେଳାଳି ଭାବେ ଗୋଟିଏ ସ୍ଥାନରେ (ଅହମ୍ମଦାବାଦ) ସମସ୍ତ ଫର୍ମାଟରେ ଶତକ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ତାଙ୍କ ପୂର୍ବରୁ ପାକିସ୍ତାନର ବାବର ଆଜାମ କରାଚୀରେ, ଫାପ ଡୁ ପ୍ଲେସି ଜୋହାନ୍ସବର୍ଗରେ, ଡେଭିଡ ୱାର୍ଣ୍ଣର ଆଡିଲେଡରେ ଓ କ୍ୱିଂଟନ ଡିକକ ସେଂଚୁରିଆନରେ ଏହି କୀର୍ତିମାନ ସ୍ଥାପନ କରିଛନ୍ତି ।
ସେହିପରି ପ୍ରଥମ ୫୦ ଦିନିକିଆରେ ଗିଲ ସର୍ବାଧିକ ରନ ସଂଗ୍ରହ କରି ଦକ୍ଷିଣ ଆଫ୍ରିକାର ହାସିମ ଆମଲାଙ୍କୁ ପଛରେ ପକାଇ ଦେଇଛନ୍ତି । ଗିଲ ୨୫୮୭ ରନ କରିଥିବା ବେଳେ ଆମଲା ୨୪୮୬ ରନ ସଂଗ୍ରହ କରିଥିଲେ । ଇଂଜାମାମ ଉଲ ହକ ୨୩୮୬ ରନ ସହ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି । ଗିଲ ପ୍ରଥମ ଭାରତୀୟ ଭାବେ ୫୦ତମ ଦିନିକିଆରେ ଶତକ ମାରିବା ସହ କମ ମ୍ୟାଚରେ ଦ୍ରୁତ ୭ ଶତକ ଅର୍ଜନ କରିଛନ୍ତି । ଇଂଲଣ୍ଡ ବିପକ୍ଷ ସମସ୍ତ ୩ଟି ମ୍ୟାଚରେ ଗିଲ ୫୦ରୁ ଊର୍ଦ୍ଧ୍ୱ ସ୍କୋର କରିଛନ୍ତି ।
Comments are closed.