Latest Odisha News

BREAKING NEWS

ପ୍ରଥମ ଟେଷ୍ଟ ପୂର୍ବରୁ ଦଳର  ରଣନୀତି ଖୁଲାସା କଲେ ଗିଲ

ଲଣ୍ଡନ: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଭାରତର ଅଧିନାୟକ ଶୁଭମନ ଗିଲ ଦଳର ରଣନୀତି ସମ୍ପର୍କରେ ଖୁଲାସା କରିଛନ୍ତି । ଜୁନ ୨୦ରୁ ପ୍ରଥମ ଟେଷ୍ଟ ଲୀଡ୍ସରେ ଖେଳାଯିବ । ଗିଲ ସ୍ପଷ୍ଟ ଭାବେ କହିଛନ୍ତି ଯେ, ଆମକୁ ଟେଷ୍ଟରେ ବିଜୟ ହାସଲ କରିବାକୁ ହେଲେ ବିପକ୍ଷ ଦଳର ୨୦ ୱିକେଟ ନେବାକୁ ପଡିବ । ଏଥସହ ସେ ଅଲରାଉଣ୍ଡର ବଦଳରେ ଅଧିକ ନିୟମିତ ବୋଲର ନେବା ସଙ୍କେତ ଦେଇଛନ୍ତି । ଆଇପିଏଲ ଜିତିବା ଅପେକ୍ଷା ଇଂଲଣ୍ଡ ବିପକ୍ଷ ସିରିଜ ହାତେଇବା ନିଶ୍ଚିତ ଭାବେ ବଡ କଥା ହେବ ।

ବିରାଟ କୋହଲିଙ୍କ ଅବସର ପରେ ମୁଁ ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ପାଇଁ ସ୍ଥିର କରିଛି । ଏଥିନେଇ କୋଚ ଗୌତମ ଗମ୍ଭୀରଙ୍କ ସହ ବିସ୍ତୃତ ଆଲୋଚନା ମଧ୍ୟ ହୋଇଛି । ୪ ନମ୍ବର ସ୍ଥାନରେ ବ୍ୟାଟିଂ କରିବା ବେଳେ ମୁଁ ଅନ୍ୟ କଥା ଚିନ୍ତା କରିବି ନାହିଁ । ଏହା ପରୋକ୍ଷରେ ମୋତେ ଚାପମୁକ୍ତ କରିବ । ସିରିଜରେ ମୁଁ ନିଜକୁ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପ୍ରମାଣିତ କରିବାକୁ ଚାହୁଁଛି । ଦଳରେ ଅନେକ ଯୁବ ଖେଳାଳି ଥିଲେ ମଧ୍ୟ ଆମର ଦକ୍ଷତା ଉପରେ ବିଶ୍ୱାସ ରହିଛି । ପୂର୍ବ ମ୍ୟାଚର ଫଳାଫଳ ସମ୍ପର୍କରେ ଆମେ ଚିନ୍ତା କରୁନି । ଆମକୁ ସୁଯୋଗ ମିଳିଛି ଏବଂ ଏହା cଆମେ ପ୍ରମାଣିତ କରିବୁ ବୋଲି ଗିଲ କହିଛନ୍ତି । ଇଂଲଣ୍ଡର ସୁଇଂ ପିଚରେ ଅନଭିଜ୍ଞ ବ୍ୟାଟ୍ସମ୍ୟାନମାନେ କିପରି ପ୍ରଦର୍ଶନ କରୁଛନ୍ତି ସେଥିପ୍ରତି ସମସ୍ତଙ୍କ ନଜର ରହିବ ।

Comments are closed.