Latest Odisha News

BREAKING NEWS

ବକ୍ସିଂ ଡେ ଟେଷ୍ଟ ପାଇଁ ଭାରତର ଚୂଡାନ୍ତ ଏକାଦଶ ଘୋଷିତ

ମେଲବୋର୍ଣ୍ଣ: ଅଷ୍ଟ୍ରେଲିଆ ବିପକ୍ଷ ବକ୍ସିଂ ଡେ କ୍ରିକେଟ ଟେଷ୍ଟ ପାଇଁ ଶୁକ୍ରବାର ଟିମ୍ ଇଣ୍ଡିଆ ଚୂଡାନ୍ତ ଏକାଦଶ ଘୋଷଣା କରିଛି । ପ୍ରଥମ ଟେଷ୍ଟରେ ଶୋଚନୀୟ ପରାଜୟବରଣ କରିଥିବା ଭାରତ ସିରିଜରେ ତିଷ୍ଠି ରହିବା ପାଇଁ ଏହି ମ୍ୟାଚରେ ବିଜୟ ଆବଶ୍ୟକ କରୁଛି । ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ସ୍ଥାନରେ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱ ନେବେ । ଶୁଭମନ ଗିଲ ଓ ମହମ୍ମଦ ସିରାଜ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିବାକୁ ଯାଉଛନ୍ତି । ତେବେ ଆଶ୍ଚର୍ଯ୍ୟଜନକ ଭାବେ କେଏଲ ରାହୁଲ ଚୂଡାନ୍ତ ଏକାଦଶରୁ ବାଦ୍ ପଡିଛନ୍ତି ।

ଘୋଷିତ ଏକାଦଶ: ଅଜିଙ୍କ୍ୟ ରାହାଣେ (ଅଧିନାୟକ), ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ହନୁମାନ ବିହାରୀ, ଋଷଭ ପନ୍ତ, ରବୀନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଉମେଶ ଯାଦବ, ଯଶପ୍ରୀତ ବୁମରା, ମହମ୍ମଦ ସିରାଜ ।

Leave A Reply

Your email address will not be published.