Latest Odisha News

BREAKING NEWS

ସତରେ ଗିଲ ଆଉଟ ଥିଲେ !

ଲଣ୍ଡନ: ଚଳିତ ୱାର୍ଲ୍ଡ ଟେଷ୍ଟ ସିରିଜ ଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ସଂଘର୍ଷ ଜାରି ରଖିଛି । ତେବେ ଏହି ମ୍ୟାଚରେ ଅମ୍ପାୟରଙ୍କ ନିଷ୍ପତି ନେଇ ଭାରତୀୟ କ୍ରିକେଟପ୍ରେମୀ ଅସନ୍ତୁଷ୍ଟ ଅଛନ୍ତି । ସେମାନଙ୍କୁ ଲାଗୁଛି ସତେ ଯେପରି ଭାରତକୁ ହରାଇବା ପାଇଁ ଏ ଭଳି ଯୋଜନା ଚାଲିଛି । ଏହା ହୁଏତ ହୋଇ ନ ପାରେ କିନ୍ତୁ ଭାରତର ଦ୍ୱିତୀୟ ଇନିଂସରେ ଶୁଭମନ ଗିଲଙ୍କ ଆଉଟ ନିଷ୍ପତି ପୁନର୍ବାର ବିବାଦୀୟ ପରିସ୍ଥିତି ସୃଷ୍ଟି କରିଛି । ପ୍ରଶଂସକଙ୍କଠାରୁ ଆରମ୍ଭ କରି ପୂର୍ବତନ କ୍ରିକେଟରମାନେ ଗିଲ ଆଉଟ ନ ଥିଲେ ବୋଲି ସ୍ପଷ୍ଟ ଭାବେ କହିଛନ୍ତି । ଅଷ୍ଟ୍ରେଲିଆର ପେସ ବୋଲର ସ୍କଟ ବୋଲାଣ୍ଡଙ୍କ ବଲ ଗିଲଙ୍କ ବ୍ୟାଟରେ ବାଜିବା ପରେ ଚମତ୍କାର ଢ଼ଙ୍ଗରେ କ୍ୟାମେରୁନ ଗ୍ରୀନ କ୍ୟାଚ ନେଇଥିଲେ । ଫିଲ୍ମ ଅମ୍ପାୟର ନିଷ୍ପତି ନେଇ କିଛି ମାତ୍ରାରେ ଦ୍ୱନ୍ଦ୍ୱରେ ରହିବା ପରେ ଏହା ଥାର୍ଡ ଅମ୍ପାୟରଙ୍କ ଉପରେ ଛଡା ଯାଇଥିଲା ।

ରିଚାର୍ଡ କେଟଲୀବର୍ଗ ବାରମ୍ବାର ରିଭ୍ୟୁ କରିବା ପରେ ଗିଲଙ୍କୁ ଆଉଟ ଘୋଷଣା କରିଥିଲେ । ତେବେ ରିପ୍ଲେ ବେଳେ ବଲ ମାଟିରେ ବାଜିଥିବା ସ୍ପଷ୍ଟ ଜଣା ପଡୁଥିଲା । ଥାର୍ଡ ଅମ୍ପାୟରଙ୍କ ନିକଟରେ ରିଭ୍ୟୁ ପାଇଁ ଅନେକ ବିକଳ୍ପ ଥିଲେ ମଧ୍ୟ ସେ କାହିଁକି ବ୍ୟବହାର କଲେ ନାହିଁ । ରୋହିତ ଶର୍ମାଙ୍କ ପ୍ରତିକ୍ରିୟାରୁ ସ୍ପଷ୍ଟ ଜଣାପଡୁଛି ଗିଲ ଆଉଟ ନ ଥିଲେ । ଏବେ ରୋହିତଙ୍କ ପ୍ରତିକ୍ରିୟା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହ୍ୱାଗ ଲେଖିଛନ୍ତ ଯଦି ଅମ୍ପାୟର ଦ୍ୱନ୍ଦରେ ରହିଥିଲେ ତେବେ ବ୍ୟାଟ୍ସମ୍ୟାନଙ୍କ ସପକ୍ଷରେ ନିଷ୍ପତି ଯିବା କଥା । ପାକିସ୍ତାନର ପୂର୍ବତନ ୱିକେଟ କିପର କମରାନ ଆକମଲ ମଧ୍ୟ ଏହା ଉଚିତ ନିଷ୍ପତି ନ ଥିଲା ବୋଲି କହିଛନ୍ତି ।

Leave A Reply

Your email address will not be published.