Latest Odisha News

BREAKING NEWS

ପ୍ରଯୋଜକ ସଞ୍ଜୟ ନାୟକଙ୍କ ବିରୋଧରେ ମୁମ୍ବାଇରେ ଏତଲା ଦେଲେ ପ୍ରକୃତି ମିଶ୍ର

ଭୁବନେଶ୍ୱର: କାଷ୍ଟିଂ କାଉଚକୁ ନେଇ ବିବାଦ ଘେରରେ ଫସିଥିବା ଓଡ଼ିଆ ଫିଲ୍ମ ପ୍ରଯୋଜକ ସଞ୍ଜୟ ନାୟକ ଓରଫ୍ ଟୁଟୁ ନାୟକଙ୍କ ଲାଗି ଅଡ଼ୁଆ ବଢ଼ିଛି । ମୁମ୍ବାଇରେ ଅଭିନେତ୍ରୀ ପ୍ରକୃତି ମିଶ୍ର, ସଞ୍ଜୟ ନାୟକଙ୍କ ବିରୋଧରେ ପୋଲିସରେ ଏତଲା ଦେଇଛନ୍ତି ।

ସୂଚନା ଅନୁସାରେ, ଅଭିନେତ୍ରୀ ପ୍ରକୃତି ମିଶ୍ର ମୁମ୍ବାଇର ଅନ୍ଧେରୀ ୱେଷ୍ଟର ଦାଦା ଭାଇ ନଗର ପୋଲିସ ଷ୍ଟେସନରେ ଏତଲା ଦେଇଛନ୍ତି । ସଞ୍ଜୟଙ୍କ ବିରୋଧରେ ପ୍ରକୃତି ଅପରାଧିକ ସହ ମାନହାନି କରିଥିବା ନେଇ ଅଭିଯୋଗ କରିଛନ୍ତି ।

ପୋଲିସ ଆଇପିସିର ଧାରା ୫୦୦ (ମାନହାନି), ୫୦୪ (ଅପମାନିତ) ଓ ୫୦୬ (ଅପରାଧିକ ଅଭିସନ୍ଧି)ରେ ଏତଲା ରୁଜୁ କରିଥିବା ଜଣାପଡ଼ିଛି । ଶୁକ୍ରବାର ଏକ ହ୍ୱାଟ୍ସଆପ୍ ମେସେଜ୍ ଭାଇରାଲ୍ ହୋଇଥିଲା । ଯେଉଁଥିରେ ପ୍ରକୃତି ମିଶ୍ର, ଜସ୍ମିନ୍ ରଥ ଏବଂ ଅନ୍ୟ ଅଭିନେତ୍ରୀ ଅଭିଯୋଗ କରୁଛନ୍ତି ଟୁଟୁ ନାୟକ କିଭଳି ନୂଆ ଚେହେରାଙ୍କୁ ହଇରାଣ କରୁଛନ୍ତି ତାହା ଭାଇରାଲ୍ ହୋଇଥିଲା ।

ଏହା ପୂର୍ବରୁ ପ୍ରକୃତି ମିଶ୍ର ଏକ ଚ୍ୟାନେଲକୁ କହିଥିଲେ, ଟୁଟୁ ନାୟକ ଅନେକ ନବାଗତଙ୍କୁ ମିଛ ପ୍ରତିଶ୍ରୁତି ଦେଇ ଫାଇଦା ଉଠାଉଛନ୍ତି ।

Leave A Reply

Your email address will not be published.