Latest Odisha News

BREAKING NEWS

ସବୁଠାରୁ ଯୁବ ଖେଳାଳି ଭାବେ ଦ୍ୱିଶତକ ହାସଲ କଲେ ଶୁଭମନ

ହାଇଦ୍ରାବାଦ: ଏଠାରେ ଅନୁଷ୍ଠିତ ପ୍ରଥମ ଦିନିକିଆ କ୍ରିକେଟରେ ଭାରତ ଶୁଭମନ ଗିଲଙ୍କ ଦ୍ୱିଶତକ ବଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୩୫୦ ରନର ବିଜୟ ଲକ୍ଷ୍ୟ ରଖିଛି । ଶୁଭମନ( ୨୩ ବର୍ଷ ୧୩୨ ଦିନ) ସବୁଠାରୁ ଯୁବ କ୍ରିକେଟର ଭାବେ ସୀମିତ ଓଭର କ୍ରିକେଟରେ ଦ୍ୱିଶତକ ହାସଲ କରିଛନ୍ତି । ତାଙ୍କ ପୂର୍ବରୁ ଏହି ରେକର୍ଡ ଈଶାନ କିଶାନଙ୍କ ନାମରେ ଥିଲା । ଗିଲ ତାଙ୍କ ଦ୍ୱିଶତକୀୟ ଇନିଂସ ଅବସରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ୫ମ ୱିକେଟରେ ୭୪, ସୂର୍ଯ୍ୟକୁମାର ଯାଦବଙ୍କ ସହ ୪ର୍ଥ ୱିକେଟରେ ୬୫ ଓ ରୋହିତଙ୍କ ସହ ପ୍ରଥମ ୱିକେଟରେ ୬୦ ରନ ଯୋଗ କରିଥିଲେ । ସେ ୫ମ ଭାରତୀୟ ଭାବେ ଏହି କୀର୍ତିମାନ ସ୍ଥ୍‌ାପନ କରିଛନ୍ତି । ଓଭରାଲ ଦିନିକିଆ କ୍ରିକେଟରେ ୧୦ଟି ଦ୍ୱିଶତକ ମରାଯାଇଛି ।

ଏଥିରେ ୭ଜଣ ଭାରତୀୟ କ୍ରିକେଟର ଏହି ସଫଳତା ହାସଲ କରିଛନ୍ତି । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସଚିନ ତେନ୍ଦୁଲକର ପ୍ରଥମ ଦ୍ୱିଶତକ ହାସଲ କରିଥିଲେ । ତାଙ୍କ ପରେ ବୀରେନ୍ଦ୍ର ସେହ୍ୱାଗ(୨୦୧୧), ରୋହିତ ଶର୍ମା (୨୦୧୩, ୨୦୧୪, ୨୦୧୭), ମାର୍ଟିନ ଗୁପଟିଲ (୨୦୧୫), କ୍ରିସ ଗେଲ (୨୦୧୫), ପଖର ଜମାନ (୨୦୧୮) ଓ ଈଶାନ କିଶାନ (୨୦୨୨) ଏହି ସଫଳତା ହାସଲ କରିଥିଲେ ।

Leave A Reply

Your email address will not be published.