ଯାଜପୁର: ରାଜ୍ୟରେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଭୁବନେଶ୍ୱର, କଟକ ଓ ଭଦ୍ରକ ପରେ ଯାଜପୁରରେ ମଧ୍ୟ ସଟ୍ଡାଉନ୍ ଘୋଷଣା କରାଯାଇଛି । ଜିଲ୍ଳାରେ ଜଣେ କରୋନା ପଜିଟିଭ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ଏହି ନିଷ୍ପତ୍ତି ନେଇଛି । ଜିଲ୍ଲାର ସମସ୍ତ ବ୍ଲକ ମୁଖ୍ୟାଳୟ ଆଖ ପାଖ ଅଞ୍ଚଳ ସହିତ ପ୍ରମୁଖ ବଜାର ଗୁଡିକ ଆଜି ରାତି ୮ ଟାରୁ ୪୮ ଘଣ୍ଟା ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ସଟଡାଉନ ରହିବ ବୋଲି ଜିଲ୍ଲାପାଳ ଘୋଷଣା କରିଛନ୍ତି ।
ଏଥିସହିତ ଜିଲ୍ଲାର ପ୍ରମୁଖ ବଜାର, ବ୍ୟାସନଗର, ଚଣ୍ଡିଖୋଲ, ପାଣିକୋଇଲି ସହିତ କୋରେଇ ବ୍ଲକର ସାଦକପୁର, ବଡ଼ଚଣା ବ୍ଲକର ଚାରିନଙ୍ଗଳ, ଧର୍ମଶାଳା ବ୍ଲକର ନେଉଳପୁର ଅଞ୍ଚଳରେ ମଧ୍ୟ ସଟଡାଉନ କରିବାକୁ ନିର୍ଦେଶ ଦିଆଯାଇଛି । ଏହି ଅଞ୍ଚଳରେ କେବଳ ଔଷଧ ଦୋକାନ ବ୍ୟତୀତ ଅନ୍ୟ କୌଣସି ଦୋକାନ ଖୋଲିବ ନାହିଁ ।
ଗତକାଲି ରାତିରୁ ବ୍ରହ୍ମବରଦା ଅଞ୍ଚଳକୁ ସଟଡାଉନ ଘୋଷଣା କରିବା ସହ ସମ୍ପୃକ୍ତ ଅଞ୍ଚଳକୁ ନଜରବନ୍ଦୀରେ ରଖାଯାଇଥିଲା । ସୂଚନା ଅନୁସାରେ ଦିଲ୍ଲୀ ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀକୁ ଓଡିଶାରୁ ଯାଇଥିବା ଯାଜପୁରର ୩ ଜଣଙ୍କ ମଧ୍ୟରୁ ବ୍ରହ୍ମବରଦା ଅଞ୍ଚଳରୁ ଜଣେ କରୋନା ଆକ୍ରାନ୍ତ ବୋଲି ସୂଚନା ମିଳିଥିଲା ।
ଆଜି ଏ ନେଇ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହେବା ପରେ ଏହି ସଟଡାଉନ ନିଷ୍ପତ୍ତି ନିଆ ଯାଇଛି। ଏହି ବୈଠକରେ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
BREAKING NEWS
- Trump Urges Australia: ଇରାନ ମହିଳା ଫୁଟବଲ୍ ଦଳକୁ ଶରଣ ଦିଏ… ଟ୍ରମ୍ପ ଅଷ୍ଟ୍ରେଲିଆକୁ କାହିଁକି କଲେ ଅପିଲ?
- First time in History: ପ୍ରଥମ ଥର ଲାଗି ବ୍ଲୁ ଫ୍ଲାଗ୍ ବିଚରେ ଅଲିଭ ରିଡଲେ; ଦେଲା ୧୧୪ ଅଣ୍ଡା
- ଏଥର ଦୁର୍ଗାପୂଜାରେ ପରଦାକୁ ଆସିବ ଆକ୍ସନ୍, ଥ୍ରିଲର୍ ଫିଲ୍ମ “ମୋନଷ୍ଟର୍: ଦ ଅଲ୍ଟିମେଟ୍’
- ଆର୍ଥିକ ସଙ୍କଟରେ ପାକିସ୍ତାନ, ସାଉଦି ଆରବକୁ ମାଗିଲା ସହାୟତା
- Odisha Mobile Network: ଆଜି ବି ପହଞ୍ଚି ପାରିନାହିଁ ନେଟ୍ୱର୍କ…୧୨୩୭ ଗାଁରେ ମୋବାଇଲ୍ ସେବା ଠପ୍
- ପୋଖରୀରେ ବୁଡ଼ି ଦୁଇ ଶିଶୁଙ୍କର ଚାଲିଗଲା ଜୀବନ
- ଗତ ୨୪ ଘଣ୍ଟା ମଧ୍ୟରେ ଦୁର୍ଘଟଣାରେ ୧୪ ମୃତ;ବାଇକ- ଟ୍ରକ ଧକ୍କାରେ ଗଲା ୫ଜୀବନ
- ଓଏଏସ୍ ଏବଂ ଓଆରଏସ୍ ଅଧିକାରୀଙ୍କ ବିରୋଧରେ ଥିବା ଶୃଙ୍ଖଳାଗତ ତଦନ୍ତ ପ୍ରକ୍ରିୟା ଶୀଘ୍ର ସାରିବାକୁ ନିର୍ଦ୍ଦେଶ
- ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ
- Cyber Fraud: ଦୁଇ ବର୍ଷରେ ସାଇବର ଠକ ଲୁଟିଛନ୍ତି ୭୧୧ କୋଟି; ରିକଭରି ମାତ୍ର ୭ କୋଟି
Comments are closed.