Latest Odisha News

BREAKING NEWS

ଝିଅର ଡେବ୍ୟୁ ଫିଲ୍ମ ଦେଖିଥିଲେ ଶ୍ୱେତା, ଖୁସିରେ କହିଲେ ମୁଁ ଗର୍ବିତ

ମୁମ୍ବାଇ: ଶ୍ୱେତା ତିୱାରୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଲୋକପ୍ରିୟ ଅଭିନେତ୍ରୀ । ସେ ପ୍ରାୟତଃ ତାଙ୍କ ଚେହେରା ଏବଂ ଅଭିନୟକୁ ନେଇ ସୋସିଆଲ ମିଡିଆରେ ଖୁବ୍ ଚର୍ଚ୍ଚାରେ ରହୁଥିବା ବେଳେ ଏବେ ତାଙ୍କ ଝିଅ ପଲକ ତିୱାରୀ ମଧ୍ୟ ଚର୍ଚ୍ଚାକୁ ଆସିଛନ୍ତି । ଆଜି ରିଲିଜ୍ ହେଇଥିବା ଫିଲ୍ମ ‘କିସି କା ଭାଇ ଭାଇ କିସି କି ଜାନ’ରେ ପଲକ ବଲିଉଡରେ ଡେବ୍ୟୁ କରିଛନ୍ତି । ଆଜିକାଲି ପଲକ ତାଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଶ୍ୱେତା ନିଜ ଝିଅ ପଲକଙ୍କ ସହ ଏହି ଫିଲ୍ମ ଦେଖି ଖୁବ୍ ଆନନ୍ଦିତ ହୋଇଛନ୍ତି ।

BjdElectrycity

ଫିଲ୍ମ ଦେଖିବା ପରେ ଶ୍ୱେତା କହିଛନ୍ତି ଯେ, ଏହି ଫିଲ୍ମରେ ମୋ ଝିଅ ପଲକ ଖୁବ୍ ସୁନ୍ଦର ଅଭିନୟ କରିଛି । ଡ଼େବ୍ୟୁ ଫିଲ୍ମରେ ଏତେ ଭଲ କରିବା ମୋତେ ବିଶ୍ୱାସ ହେଉନି । ସେଥିପାଇଁ ମୁଁ ଗର୍ବିତ । ଶ୍ୱେତାଙ୍କ ଏହି ପୋଷ୍ଟକୁ ନେଇ ପଲକ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଆଜି ମୁଁ ଯାହା କିଛି କରିଛି, ତାହା କେବଳ ମୋ ମାଆଙ୍କ ପାଇଁ ସମ୍ଭବ ହୋଇଛି । ମୁଁ ତାଙ୍କଠାରୁ କଷ୍ଟରେ କେମିତି ଜୀବନ ଜିଇଁବା ଓ ଚିତାକର୍ଷକ ଅଭିନୟ କରିବା ହିଁ ଶିଖିଛି । ମୁଁ ଦେଖିଛି ମୋ ଫିଲ୍ମକୁ ନେଇ ସେ କେତେ ଉତ୍ସାହିତ । ତାଙ୍କ ଆର୍ଶିବାଦ ଏମିତି ମୋ ଉପରେ ସବୁବେଳେ ଥାଉ ।

Leave A Reply

Your email address will not be published.