Latest Odisha News

BREAKING NEWS

୪ହଜାର ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ଥାନା ଏସଆଇ

ନୟାଗଡ଼: ଏଫଆଇଆର ରଖିବାକୁ ଜଣେ ମହିଳାଙ୍କ ଠାରୁ ଟଙ୍କା ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରା ପଡିଲେ ଏସଆଇ । ଗିରଫ ଏସଆଇ ଜଣକ ହେଉଛନ୍ତି ନୟାଗଡ଼ ଶରଣକୂଳ ଥାନା ଏସଆଇ ରାଜେଶ ଶ୍ରୀଚନ୍ଦନ।

ଖବରମୁତାବକ, ମୋନାଲିସା ଦାସ ନାମକ ଜଣେ ମହିଳା ଥାନାରେ ଏଫଆଇର ଦେବାକୁ ଆସିଥିଲେ। ମାତ୍ର ଏଫଆଇଆର ରଖିବାକୁ ଟଙ୍କା ମାଗିଥିଲେ ଏସଆଇ ଜଣକ। ଟଙ୍କା ନଦେଲେ ଏଫଆଇଆର ରଖିବେନି ବୋଲି କହିଥିଲେ ଏସଆଇ ରାଜେଶ ଶ୍ରୀଚନ୍ଦନ।

ଏହାପରେ ମହିଳା ଜଣକ ଭିଜିଲାନ୍ସକୁ ସୂଚନା ଦେଇଥିଲେ। ଏହାପରେ ୪ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଧରିଛି ଭିଜିଲାନ୍ସ ।

ଏଥିସହ ଭିଜିଲାନ୍ସ ଟିମ୍ ଗଠନ କରି ଏସଆଇ ରାଜେଶ ଶ୍ରୀଚନ୍ଦନଙ୍କ ଘର ଏବଂ ବିଭିନ୍ନ ସ୍ଥାନରେ ରେଡ୍ କରୁଛି। ରେଡ୍‌ରେ ଭୁବନେଶ୍ବର ଓ ନୟାଗଡ ଭିଜିଲାନ୍ସ ଟିମ୍ ସାମିଲ ଥିବା ଜଣାପଡ଼ିଛି।

Comments are closed.