Latest Odisha News

BREAKING NEWS

SI Exam Scam: ଏସଆଇ ପରୀକ୍ଷା ମହାଘୋଟାଲା; ମାର୍ଚ୍ଚ ୧୬କୁ ଘୁଞ୍ଚିଲା ଅଭିଯୁକ୍ତଙ୍କ ଜାମିନ ଶୁଣାଣି

କଟକ: ପୋଲିସ ଏସଆଇ ପରୀକ୍ଷା ମହାଘୋଟାଲା ମାମଲା । ହାଇକୋର୍ଟରେ ଏସଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାର ଅଭିଯୁକ୍ତ ମୁନା ମହାନ୍ତିଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଆଜି ଥିବାବେଳେ ତାହା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚିଛି । ଏହି ମାମଲାର ସମସ୍ତ ଅଭିଯୁକ୍ତଙ୍କ ଜାମିନ ଉପରେ ଶୁଣାଣି ଗୋଟିଏ ଦିନ ହେବ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ଜାମିନ ଆବେଦନ କରିଥିଲେ ଅଭିଯୁକ୍ତ । ଯାହାକୁ ଆସନ୍ତା ମାର୍ଚ୍ଚ ୧୬ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି ହାଇକୋର୍ଟ ।

ସିବିଆଇ ଓଡ଼ିଶା ପୋଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାରେ ୧୬ ଜଣଙ୍କ ନାଁରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ କିଙ୍ଗପିନ୍‌ ଶଙ୍କର ପୃଷ୍ଟି, ରିଙ୍କୁ ମହାରଣା, ସୌମ୍ୟା ପ୍ରିୟଦର୍ଶିନୀ, ସୁରେଶ ନାୟକ ଓ ମୁନ୍ନା ମହାନ୍ତିଙ୍କ ନାମ ରହିଛି । ଏମାନଙ୍କ ମଧ୍ୟରୁ ୯ଜଣଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସିବିଆଇ ପକ୍ଷରୁ ୭ଜଣଙ୍କୁ ଗିରଫ କୋର୍ଟ ଚାଲାଣ କରାଯାଇଥିଲା । ନଭେମ୍ବର ୨୦ ତାରିଖରେ ସିବିଆଇ ଏହି ମାମଲାର ତଦନ୍ତଭାର ନେଇଥିଲା । ଏହି ସଂଖ୍ୟା ଆଗକୁ ବଢ଼ିପାରେ ବୋଲି କୁହାଯାଇଛି ।

Leave A Reply

Your email address will not be published.