Latest Odisha News

BREAKING NEWS

SI Exam Scam Case: SI ପରୀକ୍ଷା କେଳେଙ୍କାରୀ ମାମଲା: CBIକୁ କେସ ରେକର୍ଡ ହସ୍ତାନ୍ତର କରିବ କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର: SI ପରୀକ୍ଷା କେଳେଙ୍କାରୀ ମାମଲାରେ CBIକୁ ସହଯୋଗ କରିବ କ୍ରାଇମବ୍ରାଞ୍ଚ। ଏନେଇ ସୂଚନା ଦେଲେ କ୍ରାଇମବ୍ରାଞ୍ଚ ଡିଜି ବିନୟ ତୋଷ ମିଶ୍ର। ତଦନ୍ତରେ ସହଯୋଗ କରାଯିବ ସହ ସମସ୍ତ ତଥ୍ୟ ସିବିଆଇକୁ ଦିଆଯିବ। ଆନ୍ତଃରାଜ୍ୟ ଲିଙ୍କ୍ ଥିବା ପୂର୍ବରୁ କହିଥିଲୁ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଡିଜି। ସିବିଆଇ ଏ ଦିଗରେ ଭଲ ତଦନ୍ତ କରିପାରିବ କହିଲେ କ୍ରାଇମବ୍ରାଞ୍ଚ ଡିଜି।

ଏହି ମାମଲାରେ ଆନ୍ତଃରାଜ୍ୟ ଲିଙ୍କ ଥିବାରୁ ସରକାର ସିବିଆଇକୁ ତଦନ୍ତ ଦାୟିତ୍ବ ଦେଇଛନ୍ତି । ଆନ୍ତଃରାଜ୍ୟ ଲିଙ୍କ୍ ଥିବାରୁ ସିବିଆଇ ଦ୍ବାରା ତଦନ୍ତ ଭଲ ଭାବରେ ଆଗେଇ ପାରିବ। ଆମେ ଯେତେବେଳେ ଯାହା ତଥ୍ୟ ପ୍ରମାଣ ପାଇଛୁ, ସେହି ଆଧାରରେ ତଦନ୍ତକୁ ଆଗେଇଛୁ।

ଆମକୁ ଆଗକୁ ଯାହା ଯାହା ତଥ୍ୟ ପ୍ରମାଣ ମିଳିବ ତାକୁ ସାମ୍ନାକୁ ଆଣିବୁ ବୋଲି କ୍ରାଇମବ୍ରାଞ୍ଚ ଡିଜି କହିଛନ୍ତି। ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ମାମଲାରେ ଏପର୍ଯ୍ୟନ୍ତ ଧରାପଡ଼ିନି ମାଷ୍ଟର ମାଇଣ୍ଡ ଶଙ୍କର ପୃଷ୍ଟି। ଅନ୍ୟପଟେ ଗିରଫ ହୋଇଥିବା ସମସ୍ତ ୧୧୪ ପରୀକ୍ଷାର୍ଥୀ ଗତକାଲି ବ୍ରହ୍ମପୁର ଜେଲରୁ ଜାମିନରେ ମୁକୁଳିଛନ୍ତି।

Comments are closed.