Latest Odisha News

BREAKING NEWS

ସିଦ୍ଧରମେୟାଙ୍କ ବିରୋଧରେ ଚାଲିଛି ୧୩ ମାମଲା, ଜାଣନ୍ତୁ ସେ କେତେ ସମ୍ପତ୍ତିର ମାଲିକ

ନୂଆଦିଲ୍ଲୀ: କର୍ଣ୍ଣାଟକରେ କିଏ ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବେ ସେ ନେଇ ଦ୍ୱନ୍ଦ୍ୱ ଲାଗି ରହିଥିବା ବେଳେ ସିଦ୍ଧରମେୟାଙ୍କ ନାଁରେ ମୋହର ଲାଗିଥିବା ସୂଚନା ମିଳିଛି। ତାଙ୍କର ଶପଥଗ୍ରହଣ ଉତ୍ସବ ଆୟୋଜନ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା କୁହାଯାଉଛି। ସିଦ୍ଧରମେୟା କର୍ଣ୍ଣାଟର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେଲେ ଡି.କେ ଶିବକୁମାର ଉପମୁଖ୍ୟମନ୍ତ୍ରୀ ହେବେ ତାଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ରହିବ ବୋଲି ସୂଚନା ମିଳିଛି।

କର୍ଣ୍ଣାଟକର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଥିବା ସିଦ୍ଧରମେୟା କେତେ କୋଟି ଟଙ୍କାର ମାଲିକ ଆପଣ ଜାଣିଛନ୍ତି  କି ?

ବିଧାନସଭା ନିର୍ବାଚନ ପୂର୍ବରୁ ନାମାଙ୍କନ ପତ୍ର ଦାଖଲ ବେଳେ ସିଦ୍ଧରମେୟା ତାଙ୍କ ସମ୍ପତି ତାଲିକା ଦେଇଥିଲେ। ଏଥିରେ ତାଙ୍କର ୧୯ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ରହିଥିଲା ବୋଲି ସେ ଦର୍ଶାଇ ଥିଲେ। ୧୯ କୋଟିରୁ ୯.୫୮ କୋଟି ଚଳ ସମ୍ପତ୍ତି ଓ ୯.୪୩ କୋଟି ଟଙ୍କାର ଅଚଳ ସମ୍ପତ୍ତି ରହିଛି। ଏହା ବାଦ୍ ସିଦ୍ଧରମେୟାଙ୍କ ବିରୋଧରେ ୧୩ଟି ମାମଲା ବିଚାରାଧିନ ରହିଛି।

ସିଦ୍ଧରମେୟାଙ୍କ ପାଖରେ ୭ ଲକ୍ଷ ୧୫ ହଜାର କ୍ୟାସ୍, ୬୩ ଲକ୍ଷ ୨୬ ହଜାର ୪୪୯ ବ୍ୟାଙ୍କ ଡିପୋଜିଟ୍, ୧୩ ଲକ୍ଷର ଗୋଟିଏ ଟୟୋଟା ଇନୋଭା କାର, ୫୦ ଲକ୍ଷ ୪ ହଜାର ୨୫୦ ଟଙ୍କାର ସୁନା ଗହଣା ସମେତ ଅନ୍ୟାନ୍ୟ ସାମଗ୍ରୀ ରହିଛି। ସେହିପରି ଅଚଳ ସମ୍ପତ୍ତିରେ ୧. କୋଟି ୧୫ ଲକ୍ଷ କୃଷି ଭୂମି,୩ କୋଟି ୫୦ ଲକ୍ଷର ଅଣକୃଷି ଭୂମି ଓ ୫ କୋଟି କମର୍ସିଆଲ ବିଲ୍ଡିଂ ରହିଛି। ସେହିପରି ୬ କୋଟି ଟଙ୍କାର ଫ୍ଲାଟ୍ ଓ ଘର ସାମିଲ ରହିଛି।

ସିଦ୍ଧରମେୟାଙ୍କ ଶିକ୍ଷାଗତ ଯୋଗ୍ୟତା

ସିଦ୍ଧରମେୟାଙ୍କ ଶିକ୍ଷାଗତ ଯୋଗ୍ୟତା ଦେଖିଲେ ସେ ସୈହିସୁର ୟୁନିଭର୍ସିଟି ପୂର୍ବରୁ ବିଏସ୍‌ସିରେ ସ୍ନାତକ ପାସ୍ କରିବା ପରେ ଓକିଲାତି କରିଥିଲେ। ସିଦ୍ଧରମେୟାଙ୍କ ବିରୋଧରେ ମୋଟ ୧୩ ଟି ମାମଲା ରହିଛି। ସୂଚନା ଥାଉକି କର୍ଣ୍ଣାଟକ ନିର୍ବାଚନର ୪ ଦିନ ପରେ ମୁଖ୍ୟମନ୍ତ୍ରୀ ଖୋଜା ଶେଷ କରିଛି କଂଗ୍ରେସ। ସିଦ୍ଧରମେୟା ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ହୋଇପାରନ୍ତି ବୋଲି ସୂଚନା ମିଳିଛି। ଖୁବ୍‌ଶୀଘ୍ର ନେଇ ଦଳ ପକ୍ଷରୁ ଆନୁଷ୍ଠାନିକ ଘୋଷଣା କରାଯାଇପାରେ ବୋଲି କୁହାଯାଉଛି।

 

Comments are closed.