Latest Odisha News

BREAKING NEWS

Karnataka Power Tussle: ବ୍ରେକଫାଷ୍ଟ୍ ଟେବୁଲରେ ତୁଟିଲା ଚୌକି କଳି?

ବେଙ୍ଗାଲୁରୁ: କର୍ଣ୍ଣାଟକ କଳିରେ ପଡିଲା କି ପୂର୍ଣ୍ଣଚ୍ଛେଦ?…ବ୍ରେକଫାଷ୍ଟ ଟେବୁଲରେ ତୁଟିଲା କି ଚୌକି କଳି?…ନା ଏବେ ବି ଶିବକୁମାରଙ୍କ ମନରେ ରହିଛି ଆସନ ଆଶା?

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପଦ ପାଇଁ ଚାଲିଥିବା ବିବାଦ ମଧ୍ୟରେ, ଉପମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାର ଶନିବାର ସକାଳେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବାସଭବନରେ ପହଞ୍ଚିଥିଲେ । ଯେଉଁଠାରେ ଉଭୟ ଜଳଖିଆ ଟେବୁଲରେ ବସି ଜଳଖିଆ ଖାଇବା ସହ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରିଥିଲେ । କୁହାଯାଉଛି ଯେ ଜଳଖିଆ ସମୟରେ ଶିବକୁମାର ସେମାନଙ୍କୁ ଦିଲ୍ଲୀରେ ଦିଆଯାଇଥିବା ପ୍ରତିଶ୍ରୁତି ମନେ ପକାଇଦେଇଥିଲେ । ଦୁହେଁ ଏ ଉପରେ ମଧ୍ୟ କିଛି ସମୟ ଆଲୋଚନା କରିଥିଲେ । ଏହି ବୈଠକ ପରେ ଶିବକୁମାର ଦିଲ୍ଲୀ ଯିବେ କୁହାଯାଉଛି । ତେବେ କର୍ଣ୍ଣାଟକର ସିଦ୍ଧରମୈୟା ସରକାର ନିକଟରେ ଅଢ଼େଇ ବର୍ଷ କାର୍ଯ୍ୟକାଳ ପୂରଣ କରିଛି। ଯାହାକୁ ନେଇ ଏବେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ କ’ଣ ଆଗାମୀ ଅଢ଼େଇ ବର୍ଷ ପାଇଁ ପୁନଃସ୍ଥାପିତ କରାଯିବ କି? ସେନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଛି ।

“ହାଇକମାଣ୍ଡ ଯାହା କହିବେ ଆମେ କରିବୁ”

କଂଗ୍ରେସ ହାଇକମାଣ୍ଡ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ମଧ୍ୟରେ ସମାଧାନ ପାଇଁ ମଧ୍ୟସ୍ଥତା କରିବାକୁ ପ୍ରୟାସ କରୁଥିବା ବେଳେ ଏବେ ଦୁଇ ନେତାଙ୍କ ମଧ୍ୟରେ ଏକ ସୌହାଦ୍ଦ୍ୟପୂର୍ଣ୍ଣ ଜଳଖିଆ ଭୋଜନ କଳିକୁ କିଛି ମାତ୍ରାରେ ଉପଶମ କରିବା ନେଇ କୁହାଯାଉଛି । ଡିକେ ଶିବକୁମାରଙ୍କୁ ଭେଟିବା ପରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା କହିଛନ୍ତି, ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଏବଂ ତାଙ୍କ ମଧ୍ୟରେ କୌଣସି ମତଭେଦ ନାହିଁ। “କିଛି ଦ୍ୱନ୍ଦ୍ୱ ଥିଲା, ଏହାକୁ ସମାଧାନ କରିବା ପାଇଁ ଆମେ ଭେଟିଥିଲୁ।” ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ ଶିବକୁମାରଙ୍କ ସହ ତାଙ୍କର ଭଲ ଆଲୋଚନା ହୋଇଛି। ଆଉ ଶେଷ ପର୍ଯ୍ୟନ୍ତ ଏହି ଏକତା ରହିବ, ଡିକେଏସ ଏବଂ ମୁଁ ସମ୍ପୂର୍ଣ୍ଣ ଏକ ବୋଲି ଗୁରୁତ୍ବାରୋପ କରିଥିଲେ ମୁଖ୍ୟମନ୍ତ୍ରୀ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବେ, ଆମେ ତାହାକୁ ଗ୍ରହଣ କରିବୁ। ଆମେ ୨୦୨୮ ନିର୍ବାଚନ ଆଡ଼କୁ ଏକାଠି ଆଗକୁ ବଢ଼ିବୁ ବୋଲି ଜୋର୍ ଦେଇ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ମୁଖିଆ ଲୋଭ ତ୍ୟାଗ କଲେ କି ଶିବକୁମାର?

ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସହ ସାକ୍ଷାତକାର ପରେ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଟିକିଏ ନରମି ଥିବା ବଳି ଜଣାପଡୁଛି । ସାକ୍ଷାତ ପରେ ନିଜ ଇନଷ୍ଟାଗ୍ରାମରେ ମଧ୍ୟ ପୋଷ୍ଟ କରିଛନ୍ତି ଶିବକୁମାର । ଡେପୁଟି ସିଏମ୍ ଡିକେ ଶିବକୁମାର କହିଛନ୍ତି, ନେତୃତ୍ୱ ସମ୍ପର୍କରେ ହାଇକମାଣ୍ଡ ଯାହା କହିଛନ୍ତି ଆମେ ତାହା କରିଛୁ। ଭବିଷ୍ୟତରେ ମଧ୍ୟ ଆମେ ସେହିପରି କରିବୁ। ଆମେ ସର୍ବଦା ଦଳର ବିଶ୍ୱସ୍ତ ସୈନିକ ହୋଇଛୁ। ସାରା ଦେଶରେ କଂଗ୍ରେସ ପରିସ୍ଥିତି କଷ୍ଟକର, କିନ୍ତୁ କର୍ଣ୍ଣାଟକ ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ, ଆମେ ୨୦୨୮ରେ କଂଗ୍ରେସକୁ ପୁଣି କ୍ଷମତାକୁ ଆଣିବୁ। ଦଳରେ କୌଣସି ଗୋଷ୍ଠୀ ନାହିଁ। ମୋର ଗୋଷ୍ଠୀବାଦର ଆବଶ୍ୟକତା ନାହିଁ। ଯାହା ତାଙ୍କର ମୁଖ୍ୟମନ୍ତ୍ରୀ ଆଶାକୁ ଟିକିଏ ପଛରେ ରଖିଥିବା ଭଳି ଜଣାପଡୁଛି । ତଥାପି ଡେପୁଟି ସିଏମ୍ ଆହୁରି କହିଛନ୍ତି, “ଯଦି ହାଇକମାଣ୍ଡ ଆମକୁ ଅପେକ୍ଷା କରିବାକୁ କହିଛନ୍ତି, ତେବେ ମୁଁ ଅପେକ୍ଷା କରିବି… ମୁଁ ଏହା କରି ଚାଲିବି। । ଯଦି ହାଇକମାଣ୍ଡ ଆମକୁ ଦିଲ୍ଲୀ ଡକାଇବେ, ତେବେ ଆମେ ଯିବୁ।

କର୍ଣ୍ଣାଟକ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାର ଶନିବାର ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବାସଭବନ, କାବେରୀକୁ ଯାଇ ନେତୃତ୍ୱ ପ୍ରସଙ୍ଗରେ ଅଚଳାବସ୍ଥା ସମାଧାନ ପାଇଁ ଏକ ଜଳଖିଆ ବୈଠକ କରିଥିଲେ। ସିଦ୍ଧରମୈୟା ଦାବି କରୁଛନ୍ତି ଯେ ସେ ପୂର୍ଣ୍ଣ ପାଞ୍ଚ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବା ପାଇଁ ଜନାଦେଶ ପାଇଛନ୍ତି, ଯେତେବେଳେ ଶିବକୁମାର ଇଙ୍ଗିତ କରୁଛନ୍ତି ଯେ ତାଙ୍କୁ ପ୍ରତିଶ୍ରୁତି ଦିଆଯାଇଥିଲା ଯେ ଅଢ଼େଇ ବର୍ଷ ପରେ ତାଙ୍କୁ କ୍ଷମତା ହସ୍ତାନ୍ତର କରାଯିବ। ଯାହାକୁ ନେଇ ଗତ ଦୁଇ ମାସ ଧରି ନେତୃତ୍ୱ ପରିବର୍ତ୍ତନ ନେଇ ଟଣାଓଟଣା ଲାଗି ରହିଥିବା ବେଳେ ନଭେମ୍ବର ୨୦ରେ କଂଗ୍ରେସ ସରକାର ଅଢ଼େଇ ବର୍ଷ ପୂରଣ କରିବା ପରେ ଏହା ଅଧିକ ତୀବ୍ରତର ହୋଇଛି।

Comments are closed.