Latest Odisha News

ଶାହାରୁଖଙ୍କ ସହ କୋର୍ଟରୁମ ଡ୍ରାମା କରିବାକୁ ଚାହୁଁଛନ୍ତି ପଠାନ ନିର୍ଦ୍ଦେଶକ

ମୁମ୍ବାଇ: ସୁପରହିଟ ଫିଲ୍ମ ପଠାନର ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦ ତାଙ୍କର ଆଗାମୀ ଫିଲ୍ମ ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେ, ମୁଁ ଶାହାରୁଖ ଖାଁଙ୍କ ସହିତ କୋର୍ଟରୁମ ଡ୍ରାମା ଫିଲ୍ମ କରିବାକୁ ଚାହୁଁଛି । ଦୀର୍ଘ ଦିନ ଧରି ଏ ନେଇ ମୁଁ ଶାହାରୁଖଙ୍କ ସହିତ ଆଲୋଚନା ମଧ୍ୟ ଜାରୀ କରିଛି । ସେ ଏ ପର୍ଯ୍ୟନ୍ତ ମୋତେ ହଁ କିମ୍ବା ନାହିଁ କହି ନାହାନ୍ତି । ସ୍କ୍ରିପ୍ଟ ମୋ ପାଖରେ ପ୍ରସ୍ତତ ଅଛି । ଯେଉଁ ଦିନ ଶାହାରୁଖ ହଁ କହିବେ ଫିଲ୍ମ ଆରମ୍ଭ କରିବେ ବୋଲି ସେ କହିଛନ୍ତି । ହରର ମୁଭି ଅପେକ୍ଷା ମୋତେ କୋର୍ଟରୁମ ଡ୍ରାମା ଫିଲ୍ମ ନିର୍ମାଣ କରିବା ଆନ୍ତରିକ ଇଚ୍ଛା ଅଛି ବୋଲି କହିଛନ୍ତି ।

ଶାହାରୁଖ ଓ ସିଦ୍ଧାର୍ଥ ଯୋଡିଙ୍କ ପଠାନ ବକ୍ସ ଅଫିସରେ ଭଲ ବ୍ୟବସାୟ କରିଥିଲା । ଏବେ ସିଦ୍ଧାର୍ଥ ତାଙ୍କ ପ୍ରଡକ୍ସନରେ ଶାହାରୁଖଙ୍କ ସହ କିଙ୍ଗ ଫିଲ୍ମ ପ୍ରସ୍ତୁତ କରୁଛନ୍ତି । ସୁଜୟ ଘୋଷ ଏହାର ନିର୍ଦ୍ଦେଶନା ଦେବେ । ଶାହାରୁଖଙ୍କ ଝିଅ ସୁହାନା ଖାଁ ଓ ଅଭିଷେକ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ଅଭିନୟ କରୁଛନ୍ତି । ପଠାନ, ଯବାନ ଓ ଡଙ୍କି ଫିଲ୍ମ ହିଟ ହେବା ପରେ ଶାହାରୁଖ ପୂନର୍ବାର ବଲିଉଡର କିଙ୍ଗ ସାଜିଛନ୍ତି ।

Leave A Reply

Your email address will not be published.