ମୁମ୍ବାଇ: ବଲିଉଡ ଓ ତାମିଲ ଫିଲ୍ମର ଅଭିନେତା ସିଦ୍ଧାର୍ଥ ଭାରତର ଷ୍ଟାର ବ୍ୟାଡମିଂଟନ ଖେଳାଳି ସାଇନା ନେହ୍ୱାଲଙ୍କ ପ୍ରତି ଆଶାଳୀନ ମନ୍ତବ୍ୟ ଦେଇ ଟ୍ରୋଲ ହେବାରେ ଲାଗିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସୁରକ୍ଷା ବ୍ୟବସ୍ଥା ଅବହେଳା ନେଇ ଅଲିମ୍ପିକ ପଦକ ବିଜେତା ସାଇନା ଟୁଇଟ କରିଥିଲେ, ସେହି ଦେଶ ଏବଂ ଦେଶବାସୀ କେବେ ବି ନିଜକୁ ସୁରକ୍ଷିତ ମଣିବେ ନାହିଁ, ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ବୁଝାମଣା କରାଯାଇଥାଏ । ମୁଁ ଏହି ଘଟଣାକୁ କଡା ନିନ୍ଦା କରୁଛି ।
ସାଇନାଙ୍କ ବୟାନ ପରେ ବାରମ୍ବାର ବିଜେପି ଏବଂ ମୋଦିଙ୍କୁ ଟାର୍ଗେଟ କରୁଥିବା ସିଦ୍ଧାର୍ଥ ଲେଖିଥିଲେ । ଦୁନିୟାର …..ଚାମ୍ପିୟନ…ଭଗବାନଙ୍କୁ ଅଶେଷ ଧନ୍ୟବାଦ ଆମ ପାଖରେ ଭାରତର ରକ୍ଷକ ଅଛନ୍ତି । ବାସ୍ ଏହା ପରେ ସୋସିଆଲ ସାଇଟରେ ସିଦ୍ଧାର୍ଥଙ୍କୁ ସମାଲୋଚନା କରାଯିବା ଆରମ୍ଭ ହୋଇଥିଲା । ମାନସିକ ରୋଗୀ, ଫ୍ଲପ ଅଭିନେତା ପରି ଶବ୍ଦ ତାଙ୍କ କ୍ଷେତ୍ରରେ ବ୍ୟବହାର କରାଯାଇଥିଲା ।
Comments are closed.