Latest Odisha News

BREAKING NEWS

କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ବଡ଼ ଅପଡେଟ୍, ଆଜି ନୁହେଁ କାଲି ପଡ଼ିବ ହାତଗଣ୍ଠି

ମୁମ୍ବାଇ : କିଆରା-ସିଦ୍ଧାର୍ଥଙ୍କ ବିବାହକୁ ନେଇ ଆସିଲା ବଡ଼ ଖବର  । ଆଜି ନୁହେଁ କାଲି ସିଦ୍ଧାର୍ଥ ଓ କିଆରାଙ୍କ ବିବାହ । ବାହାଘର ପାଇଁ ସଜେଇ ହୋଇଛି ରାଜସ୍ଥାନର ଜୈସଲମେର୍‌ ପ୍ରସିଦ୍ଧ ପ୍ୟାଲେସ ସୂର୍ଯ୍ୟଗଡ। ପୂର୍ବରୁ ପ୍ରି ୱେଡିଂ ଉତ୍ସବ ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ମେହେନ୍ଦୀ ଆର୍ଟିଷ୍ଟ ବୀଣା ନାଗଦା ରାଜସ୍ଥାନରେ ପହଞ୍ଚି ଯାଇଛନ୍ତି । ଆଜି କିଆରାଙ୍କ ହାତରେ ମେହେନ୍ଦୀ ଲାଗିବ । ଏଥିପାଇଁ କିଆରା ଜୈସଲମେର ପହଞ୍ଚି ସାରିଲେଣି ।
ତେବେ ଆଜି କିଆରାଙ୍କ ମେହେନ୍ଦୀ ଫଙ୍କସନ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଗୀତ ଏବଂ ହଲଦୀ ଫଙ୍କସନ ହେବ । ସେହିପରି ୭ ରେ ବିବାହ ହେବ ବୋଲି ଖବର ମିଳିଛି । ପୂର୍ବରୁ ଫେବୃୟାରୀ ୬ ତାରିଖରେ ହେବ ବୋଲି ସ୍ଥିର ହୋଇଥିଲା। କିନ୍ତୁ ସୂଚନା ମୁତାବକ ଉଭୟ ଆସନ୍ତା କାଲି ଅର୍ଥାତ ଫେବୃୟାରୀ ୭ ତାରିଖରେ ବିବାହ ବନ୍ଧନରେ ବାନ୍ଧି ହେବେ। ଅର୍ଥାତ ଭାଲେଣ୍ଟାଇନ୍‌ ସପ୍ତାହ ଆରମ୍ଭରେ ହିଁ ବିବାହ କରିବା ନିମନ୍ତେ ଏହି ପ୍ରେମ ଯୋଡ଼ି ନିଷ୍ପତ୍ତି ନେଇଛନ୍ତି । କିଆରା ଓ ସିଦ୍ଧାର୍ଥଙ୍କ ବିବାହରେ ୧୦୦ରୁ ୧୫୦ ଅତିଥି ଯୋଗଦେବେ।

ଏହି ଗେଷ୍ଟ ତାଲିକାରେ ଅନେକ ବଲିଉଡ ଅଭିନେତା ଓ ଅଭିନେତ୍ରୀଙ୍କ ନାଁ ମଧ୍ୟ ସାମିଲ ଅଛି। ସିଦ୍ଧାର୍ଥ- କିଆରାଙ୍କ ବିବାହ ନିମନ୍ତେ ପତ୍ନୀ ମୀରାଙ୍କ ସହ ସାହିଦ କପୁର, କରନ ଜୋହର, ମନିଷ ମଲହୋତ୍ରା ପ୍ରମୁଖ ଜୈସଲମେର୍‌ରେ ପହଞ୍ଚି ସାରିଛନ୍ତି। ଏହାବାଦ ଇଶା ଅମ୍ବାନୀ କିଆରାଙ୍କ ପିଲା ଦିନର ବାନ୍ଧବୀ ହୋଇଥିବା ବେଳେ ସେ ମଧ୍ୟ ବିବାହ ଉତ୍ସବରେ ଯୋଗ ଦେବାକୁ ନିଜ ସ୍ୱାମୀ ଆନନ୍ଦ ପିରାମିଲଙ୍କ ସହ ଜୈସଲମେର୍‌ରେ ପହଞ୍ଚି ସାରିଛନ୍ତି। ଭିକି କୌଶଲ, ବରୁଣ ଧୱନଙ୍କ ପରି ସେଲିବ୍ରିଟି ବି ବିବାହରେ ଯୋଗ ଦେବେ ବୋଲି ଜଣାପଡ଼ିଛି । ବିବାହ ପରେ ଉଭୟ ସେଠାରେ ଏକ ଭବ୍ୟ ପାର୍ଟିର ଆୟୋଜନ କରିବେ। ସେଠାରେ ଅତିଥିଙ୍କୁ ରୟାଲ ରାଜସ୍ଥାନୀ ଡିସ୍‌ ସହ ପଞ୍ଜାବୀ ଡିସ୍‌ ବି ପରସାଯିବ । ମୁମ୍ବାଇ ଫେରି ପୁଣି ଏକ ଗ୍ରାଣ୍ଡ ରିସେପସନ୍‌ ପାର୍ଟି ଦେବେ ବୋଲି ସୂଚନା ରହିଛି।

 

 

Leave A Reply

Your email address will not be published.