Latest Odisha News

BREAKING NEWS

ତୁର୍କିରେ ଭୂମିକମ୍ପ ପାଇଁ ସହଯୋଗର ହାତ ବଢ଼ାଇଲା ଭାରତ, ରିଲିଫ ସାମଗ୍ରୀ ସହ ଯିବ ଏନ୍‌ଡିଆର୍‌ଏଫ୍ ଟିମ୍

ତୁର୍କି: ତୁର୍କିରେ ଗୋଟିଏ ଦିନରେ ଦୁଇଟି ଶକ୍ତିଶାଳୀ ଭୂମିକମ୍ପ ଦେଶକୁ ଛାରଖାର କରିଦେଇଛି। ଏହି ଦୁର୍ଘଟଣାରେ ଏପର୍ଯ୍ୟନ୍ତ ସୁଧା ୧୨୦୦ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଆହତ ହୋଇଛନ୍ତି। ପାଖାପାଖି ୧୭୦୦ ବିଲ୍ଡିଂ ଭାଙ୍ଗି ଚୁରମାର ହୋଇଯାଇଛି। ଏଭଳି ଏକ ବିପଦ ସମୟରେ ତୁର୍କିକୁ ସହଯୋଗର ହାତ ବଢ଼ାଇଛି ଭାରତ।

ରିଲିଫ୍ ସାମଗ୍ରୀ ସହ ଉଦ୍ଧାରକାରୀ ଦଳ ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ତୁର୍କିକୁ ପଠାଇବାକୁ ସବୁ ପ୍ରସ୍ତୁତି ସରିଛି। କେବଳ ତୁର୍କି ନୁହେଁ ସିରିଆକୁ ମଧ୍ୟ ସହଯୋଗ ସାମଗ୍ରୀ ପଠାଯିବ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

ଏଭଳି ଦୁର୍ଘଟଣା ଘଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୋକ ବ୍ୟକ୍ତ କରିଥିଲେ। ତୁର୍କିରେ ଏଭଳି ବିପଦ ସମୟରେ ଭାରତ ଯଥା ସମ୍ଭଭବ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଏହାର କିଛି ସମୟରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ ଗୁରୁତ୍ୱପୂର୍ଣ୍ଣ ବୈଠକ ଡକାଯାଇ ସହଯୋଗ ବିଷୟରେ ନିଷ୍ପତ୍ତି ନିଆଯାଇଛି।

ପ୍ରଧାନମନ୍ତ୍ରୀ କାର୍ଯ୍ୟଳୟର ସାଉଥ ବ୍ଲକ୍‌ରେ ଏକ ଉଚ୍ଚସ୍ତରୀୟ ବୈଠକ ଡକାଯାଇଥିଲା। ପ୍ରଦାନମନ୍ତ୍ରୀଙ୍କ ମୁଖ୍ୟ ସଚିବ ପି.କେ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। ଏହି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ, ୧୦୦ ଯାବନ ଥିବା ଦୁଇଟି ଏନ୍‌ଡିଆର୍‌ଏଫ୍ ଟିମ୍‌ ସହ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷତି ଡଗ୍‌ ସ୍କାଡ ପ୍ରସ୍ତୁତ ହୋଇଛନ୍ତି।

ଏଥିସହିତ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥା  ଦରକାରୀ ଔଷଧ ସହ ଦକ୍ଷ ଡାକ୍ତରଙ୍କ ଓ ମେଡିକାଲ ଟିମ୍‌ ମଧ୍ୟ କ୍ଷତିଗ୍ରସ୍ତ ଅଞ୍ଚଳକୁ ଉଡ଼ାଣ ଭରିବାକୁ ପ୍ରସ୍ତୁତ ହୋଇ ରହିଛନ୍ତି ବୋଲି ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ପକ୍ଷରୁ କହୁଯାଇଛି। ତୁର୍କିର ଅଙ୍କାରାରେ ଥିବା ଭାରତୀୟ ଦୂତାବାସା ସହ ଆଲୋଚନା କରିବା ପରେ ଏସବୁକୁ ପଠାଯିବ ବୋଲି ପିଏମ୍‌ଓ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି।

ତୁର୍କିର ଏଭଳି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏଭଳି ବିପଦ ସମୟରେ ଭାରତ ଯଥା ସମ୍ଭଭ ସହଯୋଗ କରିବାକୁ ପ୍ରସ୍ତୁତ ବୋଲି ମୋଦୀ କହିଛନ୍ତି। ଏନେଇ ସେ ଟ୍ୱିଟ୍ କରି କହିଛନ୍ତି  “ ତୁର୍କିର ଭୂମିକମ୍ପ ଯୋଗୁ ଧନଜୀବନ ହାନୀ ମୋତେ ଗଭୀର ଦୁଃଖ ଦେଇଛି। ସାହସୀ ପରିବାର ପ୍ରତି ମୁଁ ସମବେଦନା ଜଣାଇବା ସହ ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରୁଛି। ଭାରତ ତୁର୍କିଏ ଲୋକଙ୍କ ସହ ଦୃଢ଼ ହୋଇ ଛିଡ଼ା ହୋଇଛି। ଏଭଳି ଏକ ବିଦଦ ସମୟରେ ଭାରତ ଯଥା ସମ୍ଭବ ସହଯୋଗ ଯୋଗାଇ ଦେବାକୁ ପ୍ରସ୍ତୁତ ରହିଛି।”

 

Leave A Reply

Your email address will not be published.