Latest Odisha News

ଏହି ଦିନ ରିଲିଜ୍‌ କରିବ ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଶେର୍‌ଶାହା’

ନୂଆଦିଲ୍ଲୀ: ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ଆଗାମୀ ଚଳଚ୍ଚିତ୍ର ‘ଶେର୍‌ଶାହା’ ଜୁଲାଇ ୨ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ଟ୍ୱିଟରରେ ପୋଷ୍ଟର ସେୟାର କରି କରଣ ଲେଖିଛନ୍ତି, “କ୍ୟାପଟେନ ବିକ୍ରମ ବାତ୍ରାଙ୍କ ଜୀବନର ଅସଂଖ୍ୟ ସତ୍ୟ କାହାଣୀ ବଡ ପରଦାରେ ଉନ୍ମୋଚିତ ହେବାକୁ ପ୍ରସ୍ତୁତ। ଏହି ଯାତ୍ରା ଦେଖାଇ ଆମେ ଗୌରବାନ୍ୱିତ। ୨ ଜୁଲାଇ ୨୦୨୧ରେ ସିନେମା # ଶେର୍‌ଶାହା ମୁକ୍ତିଲାଭ କରିବ। ଏଥିରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଫିଲ୍ମ ବିଷ୍ଣୁ ବରଦାନଙ୍କ ଦ୍ୱାରା ନିର୍ଦ୍ଦେଶିତ। ”

ଗୋଟିଏ ପୋଷ୍ଟରରେ ସିଦ୍ଧାର୍ଥଙ୍କୁ ଏକ ସେନା ୟୁନିଫର୍ମରେ ଦେଖିବାକୁ ମିଳିଛି।

ଏହି ଚଳଚ୍ଚିତ୍ରଟି କାର୍ଗିଲ ହିରୋ କ୍ୟାପଟେନ ବିକ୍ରମ ବାତ୍ରାଙ୍କ ବାୟୋପିକ୍। ଯାହାଙ୍କର ସାଙ୍କେତିକ ନାଁ ଥିଲା ଶେର୍‌ଶାହା। ୧୯୯୯ ର କାର୍ଗିଲ ଯୁଦ୍ଧ ସମୟରେ ସେ ଦେଶ ସେବାରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ତାଙ୍କୁ ଭାରତର ସର୍ବୋଚ୍ଚ ସାମରିକ ପୁରସ୍କାର ପ୍ରଦାନ କରାଯାଇଥିଲା ଏବଂ ତାଙ୍କର ବୀରତ୍ୱ ଏବଂ ବଳିଦାନର କାହାଣୀ ବର୍ଣ୍ଣନା କରାଯାଇଥିଲା।

Leave A Reply

Your email address will not be published.