Latest Odisha News

BREAKING NEWS

ଚୋରି କରିବାକୁ ମନ୍ଦିରରେ ପଶିଥିଲେ, ଧରିଲେ ଗାଁ ଲୋକ

ବାଲେଶ୍ୱର: ମନ୍ଦିରରେ ଚୋରି କରିବାକୁ ପଶିଥିଲେ ଚୋର । ଜାଣିଲେ ଗାଁ ଲୋକ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ପାରିଭିଲା ଗାଁରେ । ଦୁଇ ଚୋରଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ । ଗତକାଲି ରାତିରେ ପାରିଭିଲା ଗାଁ ମନ୍ଦିରରେ ଦୁଇ ଜଣ ଚୋର ପଶିଥିଲେ ।

ଏତିକିବେଳେ ସେହି ବାଟ ଦେଇ ଫେରୁଥିବା ଗାଁର ଦୁଇ ଜଣ ଯୁବକ ମନ୍ଦିର ଗେଟ୍ ଖୋଲାଥିବା ଦେଖିଥିଲେ । ସେମାନଙ୍କୁ ଦେଖି ଜଣେ ଚୋର ଦୌଡ଼ି ପଳାଇଥିଲା । ମନ୍ଦିର ଭିତରେ ଲୁଚି ଯାଇଥିଲା ଆଉ ଜଣେ । ଗାଁ ଲୋକ ମିଶି ତାକୁ କାବୁ କରିଥିଲେ । ଆଜି ସକାଳେ ଖସି ଯାଇଥିବା ଚୋରକୁ ଧରାଯାଇଥିଲା । ଉଭୟଙ୍କୁ ବସ୍ତା ପୋଲିସ ଜିମା ଦେଇଛନ୍ତି ଗାଁ ଲୋକ । ପୋଲିସ ଘଟଣାର ତଦନ୍ତ କରୁଛି ।

Leave A Reply

Your email address will not be published.