Latest Odisha News

BREAKING NEWS

ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ଅଞ୍ଜଳି

ମୁମ୍ବାଇ: ପ୍ରେମିକ ଆକାଶଙ୍କ ସହ କେଦାରନାଥ ଦର୍ଶନ କଲେ ବଲିଉଡ଼ ଅଭିନେତ୍ରୀ ଅଞ୍ଜଳି ଆରୋରା । ସେ ଏବେ ଚାରିଧାମ ଦର୍ଶନରେ ଯାଇଛନ୍ତି । କେଦାରନାଥ, ବଦ୍ରିନାଥଙ୍କ ବ୍ୟତୀତ ସେ ଗଙ୍ଗୋତ୍ରୀ ଏବଂ ଯମୁନୋତ୍ରୀ ଦର୍ଶନ କରିଥିଲେ । ସେହି ସବୁ ସ୍ଥାନରୁ ଅନେକ ଫଟୋ ସୋସିଆଲ୍ ମିଡିଆରେ ସେୟାର ବି କରିଥିଲେ ।ଏହି ଫଟୋଗୁଡ଼ିକୁ ଦେଖି ପ୍ରଶଂସକମାନେ ମଧ୍ୟ ଅନେକ ପ୍ରଶଂସା କରୁଛନ୍ତି ।

ଅଭିନେତ୍ରୀ ଅଞ୍ଜଳି ସୋସିଆଲ ମିଡିଆରେ ବହୁତ ସକ୍ରିୟ । ପ୍ରତିଦିନ ସେ ନିଜର ନିଆରା ଆଚରଣରେ ସମସ୍ତଙ୍କୁ ଆକର୍ଷିତ କରିଥା’ନ୍ତି । ସେ ନିଜର ଦକ୍ଷତା ବଳରେ ଜଣେ ଜଣାଶୁଣା ସୋସିଆଲ୍ ମିଡିଆ ଇନ୍‌ଫ୍ଲୁଏନ୍ସର ହୋଇପାରିଛନ୍ତି । ଏବେ ତାଙ୍କୁ କେଦାରନାଥରେ ତାଙ୍କ ପ୍ରେମିକ ଆକାଶଙ୍କ ସହ ଦେଖିବାକୁ ମିଳିଛି । ଯଦିଓ ‘ଲକ୍ ଅପ୍‌’ ଫେମ୍ ଅଭିନେତ୍ରୀ ନିଜେ ଭୋଲାନାଥଙ୍କ ପାଖକୁ ପ୍ରେମିକଙ୍କୁ ନେଇ ଯାଇଥିବା ଫଟୋକୁ ସେ ନିଜେ ହିଁ ସେୟାର କରିଛନ୍ତି । ଅଞ୍ଜଳି ଆରୋରା ‘ଲପ୍ ଅପ୍‌’ରୁ ବାହାରକୁ ଆସିବା ପରେ ଆକାଶ ସନ୍ସୱାଲ ଲାଇମ୍ ଲାଇଟକୁ ଆସିଥିଲେ । ସୋ’ରେ ମୁନ୍ନାର ଫାରୁକିଙ୍କ ସହ ତାଙ୍କ ନାମ ଯୋଡ଼ା ଯାଇଥିଲା ।

Leave A Reply

Your email address will not be published.