Latest Odisha News

BREAKING NEWS

ଆସିଲା ସିଦ୍ଧାର୍ଥ ମଲହୋତ୍ରାଙ୍କ ଅଭିନୀତ ଫିଲ୍ମ ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌

ନୂଆଦିଲ୍ଲୀ: ବଲିଉଡ ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ଚଳିତ ବର୍ଷ ଅନେକ ବ୍ୟାକ୍ ଟୁ ବ୍ୟାକ୍ ଫିଲ୍ମରେ ନଜର ଆସିବେ। ଏହି ସମୟରେ ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଇନଷ୍ଟାଗ୍ରାମରେ ଆଗାମୀ ଚଳଚ୍ଚିତ୍ରର ‘ଥ୍ୟାଙ୍କ୍‌ ଗଡ୍‌’ର ପ୍ରଥମ ଲୁକ୍‌ ସେୟାର କରିଛନ୍ତି। ଫଟୋରେ ସିଦ୍ଧାର୍ଥ ପୋଲିସ ୟୁନିଫର୍ମ ପିନ୍ଧି ଜିପ୍‌ରେ ବସିଥିବାର ନଜର ଆସିଛନ୍ତି। ଅଭିନେତା ସିଦ୍ଧାର୍ଥ ମଲହୋତ୍ରା ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ପୋଷ୍ଟର ସେୟାର କରିବାବେଳେ କ୍ୟାପସନ ଲେଖିଛନ୍ତି ଯେ ମୁଁ ଶ୍ରୀ ରୋହିତ ଶେଟ୍ଟୀଙ୍କୁ ହାଏ କହିବାକୁ ଯାଉଛି।

ଏହି ଚଳଚ୍ଚିତ୍ରରେ ସିଦ୍ଧାର୍ଥ ମଲହୋତ୍ରା ଅଜୟ ଦେବଗନଙ୍କ ସହ ସ୍କ୍ରିନ୍ ସେୟାର କରୁଛନ୍ତି। ଏଥି ସହିତ ଏହି ଚଳଚ୍ଚିତ୍ରର ଅଭିନେତ୍ରୀ ରାକୁଲ ପ୍ରୀତ ସିଂ ଉଭୟଙ୍କ ସହ ବିଭିନ୍ନ ଫିଲ୍ମରେ କାମ କରିଛନ୍ତି। ରିପୋର୍ଟ ଅନୁଯାୟୀ, ଫିଲ୍ମ ନିର୍ଦ୍ଦେଶକ ଇନ୍ଦ୍ର କୁମାର କହିଛନ୍ତି ଯେ ‘ଥ୍ୟାଙ୍କ୍‌ ଗଡ୍‌’ ଫିଲ୍ମରେ କମେଡି ସହିତ ସାମାଜିକ ବାର୍ତ୍ତା ବିତରଣ କରାଯିବ। ଯାହାଦ୍ୱାରା ଲୋକମାନେ ସେମାନଙ୍କର ସାମାଜିକ ଦାୟିତ୍ୱକୁ ଅନୁଭବ କରିପାରିବେ।

Leave A Reply

Your email address will not be published.