Latest Odisha News

BREAKING NEWS

ଶେହ୍‌ନାଜ୍‌ଙ୍କ ସହ ମସ୍ତି ମୁଡ୍‌ରେ ସିଦ୍ଧାର୍ଥ

ନୂଆଦିଲ୍ଲୀ: ଟେଲିଭିଜନର ଲୋକପ୍ରିୟ ଚେହେରା ମଧ୍ୟରୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଅନ୍ୟତମ। ଆଗରୁ ଯେତିକି ପ୍ରଶଂସକଙ୍କୁ ସେ ନିଜ ଅଭିନୟ ବଳରେ ସାଉଁଟିପାରିଥିଲେ ବିଗ୍‌ବସ୍‌ ସିଜିନ୍‌-୧୩ ଜିତିଲା ପରେ ସିଦ୍ଧାର୍ଥଙ୍କ ପ୍ରଶଂସକଙ୍କ ସଂଖ୍ୟା ଆହୁରି ବଢିଯାଇଛି। ନିଜର ଆକର୍ଷଣୀୟ ଫଟୋ ହେଉ କିମ୍ବା ଭିଡିଓ କେସଣସି ନା କୌଣସି କାରଣରୁ ସେ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ସିଦ୍ଧାର୍ଥ ତାଙ୍କ ନୂଆ ପ୍ରୋଜେକ୍ଟ ପାଇଁ ଶେହନାଜ୍‌ ଗିଲ୍‌ଙ୍କ ସହ ପଞ୍ଜାବ ଯାଇଥିଲେ। ନିଜ କାମକୁ ସୂଚାରୁ ରୂପେ ତୁଲାଇବା ସହିତ ଶେହ୍‌ନାଜଙ୍କ ମସ୍ତି ମୁଡ୍‌ରେ ନଜର ଆସିଥିଲେ ସିଦ୍ଧାର୍ଥ।

ଶଗଡ଼ ଗାଡି ଏବଂ ସୋରିଷ କ୍ଷେତରେ ଭିନ୍ନ ଭିନ୍ନ ଭଙ୍ଗୀରେ ପୋଜ୍‌ ଦେଇ ଉଡାଇଥିବା ଫଟୋକୁ ସିଦ୍ଧାର୍ଥ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ପୋଷ୍ଟ କରିଥିଲେ। ତେବେ ଏହି ଫଟୋଗୁଡ଼ିକ ସିଡ୍‌ନାଜ୍‌ଙ୍କ ଫ୍ୟାନ୍‌ସଙ୍କୁ ବହୁତ ପସନ୍ଦ ମଧ୍ୟ ଆସିଥିଲା। ଲାଲ୍ ଟି-ସାର୍ଟ ପିନ୍ଧି ହଳଦିଆ ସୋରିଷ କ୍ଷେତରେ ସିଦ୍ଧାର୍ଥଙ୍କ ଏହି ଫଟୋର ଦୃଶ୍ୟ ବେଶ୍‌ ଆକର୍ଷଣୀୟ ମଧ୍ୟ ଲାଗୁଛି।

ସୂଚନା ଅନୁଯାୟୀ ସିଦ୍ଧାର୍ଥ ଏବଂ ଶେହ୍‌ନାଜ୍‌ ଅର୍ଥାତ୍‌ ସିଡ୍‌ନାଜ୍‌ଙ୍କ ଯୋଡିକୁ ଖୁବ୍ ଶୀଘ୍ର ଏକାଠି ଦେଖିବାକୁ ମିଳିବ।ଉଭୟ ଏକ ନୂଆ ମ୍ୟୁଜିକ୍ ଭିଡିଓରେ ଏକାଠି ନଜର ଆସିବେ। ଏହା ପୂର୍ବରୁ ମଧ୍ୟ ତାଙ୍କର ଭିଡିଓ ‘ଭୁଲା ଦେଗା’ ବହୁତ ଲୋକପ୍ରିୟ ହୋଇଥିଲା।

Leave A Reply

Your email address will not be published.