Latest Odisha News

BREAKING NEWS

ଡ୍ରଗ୍ସ ଲିଙ୍କ: ରେଡ୍ ପରେ ଅର୍ଜୁନ ରାମପାଲଙ୍କୁ NCBର ସମନ୍

ମୁମ୍ବାଇ: ଏନସିବି ତଥା ନାର୍କୋଟିକ୍ସ କଣ୍ଟେ୍ରାଲ ବ୍ୟୁରୋ ରାଡାରରେ ବଲିଉଡ ଅଭିନେତା ଅର୍ଜୁନ ରାମପାଲ । ଡ୍ରଗ୍ସ ଲିଙ୍କ ମାମଲାରେ ସୋମବାର ତଙ୍କ ଘର, ଅଫିସ ଆଦି ରେଡ୍ କରିବା ପରେ ତାଙ୍କୁ ସମନ୍ କରିଛି ଏନସିବି ।ବୁଧବାର ସୁଦ୍ଧା ଏନସିବି ଅଫିସରେ ହାଜର ହେବା ପାଇଁ ସମନ ହୋଇଛି । ରାମପାଲଙ୍କ ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ମଧ୍ୟ ଜବତ କରିଛି ଏନସିବି ।

ବଲିଉଡ ଓ ଡ୍ରଗ୍ସ ଲିଙ୍କର ତଦନ୍ତ କରୁଥିବା ଏନସିବି ଗତକାଲି ବଲିଉଡ ଫିଲ୍ମ ନିର୍ମାତା ଫିରୋଜ ନାଦିୱାଲାଙ୍କ ଘରେ ରେଡ୍ କରି ତାଙ୍କ ସ୍ତ୍ରୀଙ୍କୁ ଗିରଫ କରିଥିଲା। ପରେ ସୋମବାର ଏନସିବି ଅର୍ଜୁନ ରାମପାଲଙ୍କ ଘରେ ରେଡ୍ କରିଥିଲା। ଏନସିବି ଅଧିକାରୀଙ୍କ ଏକ ଟିମ୍ ଫିରୋଜଙ୍କ ଘରୁ ୭୧୭.୧ ଗ୍ରାମର ଡ୍ରଗ୍ସ ଉଦ୍ଧାର କରିଥିଲେ ।

Leave A Reply

Your email address will not be published.