ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ସମ୍ପୃକ୍ତ ଥିବା ୨ ଶାର୍ପ ଶୁଟର ଆଜି ପୋଲିସ ଏନକାଂଉଟରରେ ଟଳିଛନ୍ତି । ଏହି ୨ଜଣ ହେଲେ ଜଗରୂପ ରୂପା ଓ ମନପ୍ରୀତ ମନ୍ନୁ । ଭାରତ-ପାକିସ୍ତାନ ବର୍ଡରଠାର ୧୦ କିଲୋମିଟର ଦୂରରେ ଏହି ଏନକାଂଉଟର ଚାଲିଥିଲା । ଏହି ୨ ଅପରାଧୀ ପାକିସ୍ତାନକୁ ଖସି ଯିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରାଧୀ ଲୁଚିଥିବା ସମ୍ପର୍କରେ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ବୋଲି ଏଡିଜିପି ପ୍ରମୋଦ ବାନ କହିଛନ୍ତି । ପୋଲିସ ସେଠାରେ ପଂହଚିବା ମାତ୍ରେ ଏହି ଅପରାଧୀମାନେ ଏକେ ୪୭ରେ ଗୁଳି ଚାଳନା କରିଥିଲେ । ଏହା ପରେ ପୋଲିସ ଘେରାଉ କରି ଏନକାଂଉଟର କରିଥିଲେ । ଏଥିରେ ୩ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅଟ୍ଟାରୀ ବିଧାୟକ ଯଶୱିନ୍ଦର ରାମଦାସ କହିଛନ୍ତି ଏନକାଂଉଟରରେ ୪ ଗ୍ୟାଙ୍ଗଷ୍ଟାର୍ସ ମରିଛନ୍ତି । ଏମାନେ ଗ୍ୟାଙ୍ଗଷ୍ଟାର୍ସ କିମ୍ବା ଆତଙ୍କବାଦୀ ତାହା ପଞ୍ଜାବ ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।
BREAKING NEWS
- ୧୯ ବର୍ଷରୁ କମ ମହିଳା ଫୁଟବଲ: ଭାରତୀୟ ଦଳରେ ସ୍ଥାନ ପାଇଲେ ଓଡିଶାର ଆକାଶୀ
- ରଣଜୀ ଟ୍ରଫି: ଓଡିଶା ବିପକ୍ଷରେ ଝାରଖଣ୍ଡ ୩୮ ରନରେ ପଛୁଆ
- ବଲିଉଡ ଫିଲ୍ମ କାହିଁକି ଶୁକ୍ରବାର ଦିନ ରିଲିଜ୍ ହୁଏ ?
- CBI Raid: ୭୫ ହଜାର ଟନ୍ କୋଇଲାର ମିଳୁ ନାହିଁ ହିସାବ; MCLରେ ସିବିଆଇର ତନାଘନା
- ରାଜ୍ୟର ସହରାଞ୍ଚଳରେ ପାର୍କର ବଦଳିବ ରୂପରେଖ: ନଗର ଉନ୍ନୟନ ମନ୍ତ୍ରୀ
- ଟି୨୦ ବିଶ୍ୱକପ କ୍ରିକେଟ: ଘୋଷଣା ହେଲା ମ୍ୟାଚ ଅଫିସିଆଲଙ୍କ ନାମ, ୨ଜଣ ଭାରତୀୟ ସାମିଲ
- Black Tigers: ରାଜ୍ୟରେ ବଢିଛି କଳା ବାଘଙ୍କ ସଂଖ୍ୟା..
- First newspaper in india: ଭାରତର ପ୍ରଥମ ଖବରକାଗଜ…ଦୋହଲାଇ ଦେଇଥିଲା ବ୍ରିଟିଶ ଶାସନର ମୂଳଦୁଆ
- High Court: ପୁରୀ ଜିଲ୍ଲାପାଳଙ୍କୁ ଅଦାଲତ ଅବମାନନା ନୋଟିସ୍ ଜାରି କଲେ ହାଇକୋର୍ଟ..
- ଚୀନରେ ଏସିଆନ୍ ଇନଡୋର ଆଥଲେଟିକ୍ସ ଚାମ୍ପିଅନସିପ୍… କଳିଙ୍ଗ ଷ୍ଟାଡିୟମରେ ଭାରତୀୟ ଦଳର ପ୍ରଶିକ୍ଷଣ ଆରମ୍ଭ
Comments are closed.