ଚଣ୍ଡୀଗଡ: ପଞ୍ଜାବୀ ଗାୟକ ସିଦ୍ଧୁ ମୁସେୱାଲ ମର୍ଡର କେସରେ ସମ୍ପୃକ୍ତ ଥିବା ୨ ଶାର୍ପ ଶୁଟର ଆଜି ପୋଲିସ ଏନକାଂଉଟରରେ ଟଳିଛନ୍ତି । ଏହି ୨ଜଣ ହେଲେ ଜଗରୂପ ରୂପା ଓ ମନପ୍ରୀତ ମନ୍ନୁ । ଭାରତ-ପାକିସ୍ତାନ ବର୍ଡରଠାର ୧୦ କିଲୋମିଟର ଦୂରରେ ଏହି ଏନକାଂଉଟର ଚାଲିଥିଲା । ଏହି ୨ ଅପରାଧୀ ପାକିସ୍ତାନକୁ ଖସି ଯିବା ପାଇଁ ଯୋଜନା କରିଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି । ଅପରାଧୀ ଲୁଚିଥିବା ସମ୍ପର୍କରେ ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା ବୋଲି ଏଡିଜିପି ପ୍ରମୋଦ ବାନ କହିଛନ୍ତି । ପୋଲିସ ସେଠାରେ ପଂହଚିବା ମାତ୍ରେ ଏହି ଅପରାଧୀମାନେ ଏକେ ୪୭ରେ ଗୁଳି ଚାଳନା କରିଥିଲେ । ଏହା ପରେ ପୋଲିସ ଘେରାଉ କରି ଏନକାଂଉଟର କରିଥିଲେ । ଏଥିରେ ୩ ପୋଲିସ କର୍ମୀ ଆହତ ହୋଇଛନ୍ତି । ଅଟ୍ଟାରୀ ବିଧାୟକ ଯଶୱିନ୍ଦର ରାମଦାସ କହିଛନ୍ତି ଏନକାଂଉଟରରେ ୪ ଗ୍ୟାଙ୍ଗଷ୍ଟାର୍ସ ମରିଛନ୍ତି । ଏମାନେ ଗ୍ୟାଙ୍ଗଷ୍ଟାର୍ସ କିମ୍ବା ଆତଙ୍କବାଦୀ ତାହା ପଞ୍ଜାବ ପୋଲିସ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇ ନାହିଁ ।
BREAKING NEWS
- AAP Removes Raghav Chadha: ରାଘବ ଚଢାଙ୍କୁ ବଡ଼ ଝଟକା, ରାଜ୍ୟସଭା ଉପନେତା ପଦରୁ ହଟାଇଲା AAP
- ସମ୍ବଲପୁର କୋର୍ଟକୁ ପୁଣି ବୋମା ଧମକ, ହାଇ ଆଲର୍ଟରେ ସମଗ୍ର ଅଞ୍ଚଳ
- Narendra Pond: ଏହି ଦିନରୁ ଆରମ୍ଭ ହେବ ମହାପ୍ରଭୁଙ୍କ ଚନ୍ଦନ ଯାତ୍ରା; ନରେନ୍ଦ୍ର ପୁଷ୍କରିଣୀରୁ ବାହାରିଲା ଚାପ ଡଙ୍ଗା
- ଜଣେ ବି ଚାଷୀର ଧାନ ରହିବ ନାହିଁ, ସବୁ ଧାନ କିଣା ଯିବ: ମନ୍ତ୍ରୀ
- Rupee Posts Biggest Gain: ୧୨ ବର୍ଷରେ ପ୍ରଥମ ଥର ଦମ୍ ଦେଖାଇଲା ଟଙ୍କା, ଡଲାର ତୁଳନାରେ କଲା ଦୃଢ଼ ପ୍ରତ୍ୟାବର୍ତ୍ତନ…
- ସମୁଦ୍ର ତଳେ ଷଡ଼ଯନ୍ତ୍ର, ଗାଏବ ହୋଇଯିବ ଇଣ୍ଟରନେଟ୍ !
- ରିଲ୍ସ କରିବା ହେଲା କାଳ, ପୋଲରୁ ନଦୀକୁ ଡେଇଁଲେ ଦୁଇ ଯୁବକ
- ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଅଶ୍ୱିନ୍ କାହିଁକି ଦେଲେ ସତର୍କବାଣୀ ?
- ଦୁଇରୁ ତିନି ବର୍ଷ ମଧ୍ୟରେ ଦୂର ହେବ ଅଗ୍ନିବୀରଙ୍କ ଅଭାବ
- ଏକଲବ୍ୟ ପୁରସ୍କାର-୨୦୨୬ ପାଇଁ ଦରଖାସ୍ତ ଆହ୍ୱାନ
Comments are closed.