Latest Odisha News

BREAKING NEWS

ଜେଲରେ ଗ୍ୟାଙ୍ଗୱାର: ସିଦ୍ଧୁ ମୁସେୱାଲ ହତ୍ୟା ଅଭିଯୁକ୍ତଙ୍କ ମୃତ୍ୟୁ

ତରନତାରନ: ପଂଜାବର ତରନତାରନ ସ୍ଥିତ ଗୋଇନ୍ଦୱାଲ ଜେଲରେ ଗ୍ୟାଙ୍ଗୱାର ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ଘଟିଛି । ଦୁଇ ଗ୍ୟାଙ୍ଗ ମଧ୍ୟରେ ସଂଘର୍ଷ ଘଟିଥିଲା । ମନଦୀପ ସିଂ ତୁଫାନ ଓ ମନମୋହନ ସିଂଙ୍କୁ ହତ୍ୟା କରାଯାଇଥିବା ବେଳେ କେଶବ ନାମକ ଅପରାଧୀଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରାଯାଇଛି । ମନଦୀପ ସିଂଙ୍କୁ ସିଦ୍ଧୁ ମୁସେୱାଲ ହତ୍ୟା ଅପରାଧରେ ସମ୍ପୃକ୍ତି ନେଇ ଗିରଫ କରାଯାଇଥିଲା । ଗ୍ୟାଙ୍ଗଷ୍ଟାର ମଣି ରଇୟା ସଂ ପୋଲିସ ମନଦୀପଙ୍କୁ ଗିରଫ କରିଥିଲା । ସେ ଜଗୁ ଭଗବାନପୁରିୟା ଗ୍ୟାଙ୍ଗର ଶାର୍ପ ଶୁଟର ଥିଲା ।

BjdElectrycity

ଗଣ୍ଡଗୋଳ ସ୍ଥଳରେ ମନଦୀପର ମୃତ୍ୟୁ ଘଟିଥଲା । ଡାକ୍ତରଖାନାରେ କେଶବଙ୍କ ଚିକିତ୍ସା ଚାଲିଥିବା ବେଳେ ମନମୋହନଙ୍କ ମୃତ୍ୟୁ ହୋଇଥିଲା । ସିଦ୍ଧୁଙ୍କ ହତ୍ୟା ପରେ ପଞ୍ଜାବରେ ଗ୍ୟାଙ୍ଗୱାର ବୃଦ୍ଧି ପାଇବାରେ ଲାଗିଛି । ଯାହାକୁ ନେଇ ଆପ ସରକାରଙ୍କୁ ବିରୋଧୀ ମାନେ ଟାର୍ଗେଟ କରିଛନ୍ତି ।

Leave A Reply

Your email address will not be published.