Latest Odisha News

BREAKING NEWS

ଏମିତି ପ୍ରାଣୀ, ଯିଏ ୩୦ ଫୁଟ ଯାଏଁ ଡେଇଁପାରେ

ଦୁନିଆରେ ଭିନ୍ନ ଭିନ୍ନ ପ୍ରାଣୀ ଅଛନ୍ତି । ସେଥିମଧ୍ୟରୁ ସିଫାକାସ୍ ଅନ୍ୟତମ । ଏହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ ପ୍ରାଣୀ । ଏହି ପ୍ରାଣୀ ଗଛ ମଧ୍ୟରେ ୩୦ ଫୁଟ ପର୍ଯ୍ୟନ୍ତ ଡେଇଁପାରେ । ଏହାର ଚାଲିବାର ଶୈଳୀ ମଧ୍ୟ ଅଦ୍ଭୁତ । ସିଫାକାସ ଶରୀରର ଗୋଟିଏ ପାର୍ଶ୍ୱକୁ ଡେଇଁ ଡ଼େଇଁ ଯାଇଥାଏ । ଏହି କାରଣରୁ ଏହାକୁ ଡ୍ୟାନ୍ସ ଲେମର୍ସ ମଧ୍ୟ କୁହାଯାଏ । ଏବେ ଏହି ପ୍ରାଣୀର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

ସିଫାକାସ ଦେଖିବାକୁ ବହୁତ ସୁନ୍ଦର । ସେମାନେ ବିଭିନ୍ନ ରଙ୍ଗର ହୋଇଥାନ୍ତି । ପ୍ରାୟତଃ କଳା, ଧଳା, ବାଦାମୀ କିମ୍ବା ସୁବର୍ଣ୍ଣ ରଙ୍ଗ ହୋଇଥାନ୍ତି । ଏମାନେ ପତ୍ର, ଫୁଲ, ଫଳ ଆଦି ଖାଇଥାନ୍ତି । ସୂର୍ଯ୍ୟାସ୍ତ ପୂର୍ବରୁ ଶୋଇପଡ଼ନ୍ତି । ଏମାନଙ୍କ ଆଖିର ରଙ୍ଗ କମଳା ରଙ୍ଗ ହୋଇଥାଏ ।

ନ୍ୟାସନାଲ୍ ଜିଓଗ୍ରାଫିକ୍ ରିପୋର୍ଟ କରିଛି ଯେ, ସିଫାକାସମାନେ ଅଧିକାଂଶ ସମୟ ଗଛରେ ରହିଥାନ୍ତି । କିନ୍ତୁ ଅନ୍ୟ ପଶୁମାନଙ୍କ ପରି ବୁଲନ୍ତୁ ନାହିଁ । ଏମାନେ ସିଧା ହୋଇ ଠିଆ ହୁଅନ୍ତି । ସେମାନେ ପଛ ପାଦ ବ୍ୟବହାର କରି ଗୋଟେ ଗଛରୁ ଅନ୍ୟ ଗଛକୁ ଶୀଘ୍ର ଡେଇଁପଡନ୍ତି । ସେମାନେ ଥରକେ ୩୦ ଫୁଟରୁ ଅଧିକ ଦୂରତା ପର୍ଯ୍ୟନ୍ତ ଡ଼େଇଁପାରନ୍ତି । ସେମାନେ ମାଟି ଉପରେ ମଧ୍ୟ ଶୀଘ୍ର ଯାଇପାରନ୍ତି ।

Leave A Reply

Your email address will not be published.