Latest Odisha News

BREAKING NEWS

ଅଜବ ଟ୍ରେଣ୍ଡ୍‌: ଭୋଜିରେ ରୁଟି କରି ଖାଇଲେ ଅତିଥି

ସମୟ ବଦଳିବା ସହିତ ବିଭିନ୍ନ ଭୋଜିର ଟ୍ରେଣ୍ଡ୍ ମଧ୍ୟ ବଦଳିବାରେ ଲାଗିଛି । ନିକଟରେ ସେମିତି ଏକ ଭୋଜିର ଭିଡ଼ିଓ ଭାଇରାଲ ହୋଇଛି, ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ଭୋଜିରେ ଅତିଥିମାନେ ରୁଟି ନିଜେ ତିଆରି କରି ଖାଉଛନ୍ତି ।

ଦିନ ଥିଲା ଯେତେବେଳେ ବିବାହ ହେଉ ବା ଅନ୍ୟ କୌଣସି ଭୋଜିକୁ ଆସୁଥିବା ଅତିଥିମାନେ ଖାଇବା ପାଇଁ ଧାଡ଼ିରେ ବସୁଥିଲେ । ପରେ ସେମାନଙ୍କୁ ଖାଦ୍ୟ ପରସା ଯାଉଥିଲା । ଧିରେ ଧିରେ ଏହି ଟ୍ରେଣ୍ଡ୍ ବଦଳିଗଲା । ଅତିଥି ଟେବୁଲ ଏବଂ ଚେୟାରରେ ବସି ଭୋଜି ଖାଇଲେ । ଏହା ପରେ ବଫେ ଯୁଗ ଆସିଲା, ଯେଉଁଥିରେ ଖାଦ୍ୟ ଟେବୁଲ ଉପରେ ରଖାଗଲା ଏବଂ ଲୋକମାନେ ସେଠାକୁ ଯାଇ ଏହାକୁ ନିଜେ ଆଣି ଖାଇଲେ । କିନ୍ତୁ ସବୁଠାରୁ ଆଶ୍ଚର୍ଯ୍ୟଜନକ ଟ୍ରେଣ୍ଡ୍ ବର୍ତ୍ତମାନ ଆରମ୍ଭ ହୋଇଛି । ଏହି ଅନୁଯାୟୀ ଅତିଥିମାନଙ୍କୁ ନିଜ ପାଇଁ ରୁଟିକୁ ନିଜେ ସେକିବାକୁ ପଡ଼ିବ । ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆର ଭାଇରାଲ ହେଉଛି ।

ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଯେ, ସୁଟ୍ ପିନ୍ଧିଥିବା ଦୁଇଜଣ ବ୍ୟକ୍ତି ରୁଟି କାଉଣ୍ଟର ନିକଟରେ ଠିଆ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ତାଙ୍କ ଖାଇବା ପ୍ଲେଟ୍‌କୁ ଗୋଟିଏ ହାତରେ ଧରିଛନ୍ତି । ସେ ଚୁଲିରେ ରୁଟି ସେକୁଛନ୍ତି । ତା’ପରେ ତାଙ୍କ ପାଖରେ ଠିଆ ହୋଇଥିବା ଅନ୍ୟ ଜଣକୁ ଦେଉଛନ୍ତି । ତାଙ୍କ କାଉଣ୍ଟରରେ ଏକ ଗ୍ୟାସ ଚୁଲା ରଖାଯାଇଛି, ଯାହା ଉପରେ ରଖାଯାଇଥିବା ପ୍ୟାନ୍‌ରେ ରୁଟି ସେକା ଯାଉଛି । ଅତିଥିମାନେ ନିଜ ନିଜ ରୁଟିି ତିଆରି କରୁଛନ୍ତି ଏବଂ ଖାଉଛନ୍ତି ।

ଏହି ଭିଡିଓ ଦେଖିବା ପରେ ଅନେକ ଭିନ୍ନ ଭିନ୍ନ ମତାମତ ଦେଇଛନ୍ତି । ଜଣେ ୟୁଜର କହିଛନ୍ତି, କିଛି ବର୍ଷ ମଧ୍ୟରେ ଲୋକମାନେ ପନିପରିବା କାଟିବା ମଧ୍ୟ ଆରମ୍ଭ କରିବେ । ଆଉ କିଛି କହିଛନ୍ତି, ଆସନ୍ତାକାଲି ସେମାନେ ଆପଣଙ୍କୁ କହିବେ ପାର୍ଟି ବାସନକୁ ମଧ୍ୟ ଧୋଇ ଦିଅନ୍ତୁ ।

Leave A Reply

Your email address will not be published.