ଆସନ୍ତା ୧୭ ତାରିଖରୁ ଆରମ୍ଭ ହେଉଛି ଶାରଦୀୟ ନବରାତ୍ରୀ । ୨୫ ତାରିଖ ଯାଏ ଚାଲିବ । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ଘରେ ଓ ମନ୍ଦିରରେ କୁମାରୀ ପୂଜା କରାଯାଏ । କାହିଁ କେଉଁ କାଳରୁ ଏହି ପରମ୍ପରା ଚାଲି ଆସିଛି । ନବରାତ୍ରୀର ଅଷ୍ଟମୀ ଓ ନବମୀ ତିଥିରେ ମାଆ ମହାଗୋରୀ ଓ ସିଦ୍ଧିଦାତ୍ରୀଙ୍କ ପୂଜାର୍ଚ୍ଚନା କରିବା ପରମ୍ପରା ରହିଛି । ଏହି ତିଥିରେ ଛୋଟ ଛୋଟ ଝିଅଙ୍କୁ ଘରକୁ ଡ଼ାକି ଭୋଜନ ଦେଇ ତୃପ୍ତ କରାଯାଏ । ସେମାନଙ୍କୁ ବସ୍ତ୍ର ଓ ଅନ୍ୟାନ୍ୟ ବସ୍ତୁ ଦାନସୂତ୍ରରେ ପ୍ରଦାନ କରିବାର ବିଧି ରହିଛି । ଏବେ ଆସନ୍ତୁ ନବରାତ୍ରିରେ କନ୍ୟା ପୂଜନ ବିଧିର ମହତ୍ତ୍ୱ ସମ୍ପର୍କରେ ଜାଣିବା ।
କନ୍ୟା ପୂଜନ ମହତ୍ତ୍ୱ

ବିଶ୍ୱାସ ରହିଛି, ନବରାତ୍ରିରେ କୁମାରୀ ପୂଜା କଲେ ମାଆ ଦୁର୍ଗା ପ୍ରସନ୍ନ ହୁଅନ୍ତି । ଭକ୍ତଙ୍କ ମନବାଞ୍ଝା ପୂର୍ଣ୍ଣ କରନ୍ତି ଜଗତଜନନୀ । ଶାସ୍ତ୍ର ଅନୁସାରେ, କନ୍ୟା ପୂଜନ କରିବା ଦ୍ୱାରା ସୁଖ ଶାନ୍ତି ପ୍ରାପ୍ତ ହୁଏ । ମୋକ୍ଷ ପ୍ରାପ୍ତି ନେଇ ବି ବିଶ୍ୱାସ ରହିଛି । କନ୍ୟା ପୂଜନ ପୂର୍ବରୁ ପ୍ରଥମେ ଘରେ ଓ ମନ୍ଦିରରେ ଯଜ୍ଞ ଓ ପୂଜାପାଠ କରାଯାଏ । ଏହାଦ୍ୱାରା ମାଆଙ୍କ କୃପାଦୃଷ୍ଟି ଭକ୍ତଙ୍କ ଉପରେ ପଡ଼େ ।

ନବରାତ୍ରିରେ ନଅ ଜଣ ଝିଅଙ୍କୁ ଭୋଜନ ଦେଇ ତୃପ୍ତ କରାଯାଏ । ଯେଉଁ କୁମାରୀ ପୂଜା ପାଇଁ ଉଦ୍ଦିଷ୍ଟ, ତାହା ଆଗରୁ ନିର୍ଦ୍ଦିଷ୍ଟ ହୋଇଥାଏ । କୁହାଯାଏ ନଅ ଜଣ ଝିଅ ଦେବୀ ଦୁର୍ଗାଙ୍କ ନଅଟି ରୂପ । ଏମାନଙ୍କ ସହ ଜଣେ ପୁଅଙ୍କୁ ବି ଭୋଜନ କରାଇବାର ଆବଶ୍ୟକତା ରହିଛି । କାରଣ ତାଙ୍କୁ ବଟୁକ ଭୈରବଙ୍କ ପ୍ରତୀକ ବୋଲି ବିବେଚନା କରାଯାଏ । ମାଆ ଦୁର୍ଗାଙ୍କ ସହ ଭୈରବଙ୍କ ପୂଜା ନିହାତି ଆବଶ୍ୟକ । ନଅ କନ୍ୟାଙ୍କ ବୟସ ୨ରୁ ୧୦ ବର୍ଷ ଭିତରେ ହୋଇଥିବ ।
କେମିତି କରିବେ କୁମାରୀ ପୂଜା ?

ପ୍ରଥମେ ନଅ ଜଣଙ୍କୁ ଆମନ୍ତ୍ରଣ କରାଯାଏ । ସେମାନଙ୍କୁ ଦେବୀଙ୍କ ସ୍ୱରୂପ ଭାବି ସମ୍ମାନପୂର୍ବକ ଦିଆଯାଏ ସ୍ୱତନ୍ତ୍ର ଆସନ । ପାଦ ଧୋଇ ଦିଆଯାଏ । ମଥାରେ ନାଲି ସିନ୍ଦୁର ଓ ମୁଣ୍ଡରେ ଘୋଡ଼ାଇ ଦିଆଯାଏ ନାଲି ରଙ୍ଗର ଓଢଣୀ । ମାତାରାଣୀଙ୍କୁ ସ୍ମରଣ କରି ପୂଜାର୍ଚ୍ଚନା ଓ ପ୍ରସାଦ କରାଯାଏ । ଏହାପରେ ନଅ ଜଣ କନ୍ୟାଙ୍କୁ ଭୋଜନ କରାଯାଏ । ଏହାପରେ ଦାନ ଦକ୍ଷିଣା ଦେଇ ସେମାନଙ୍କର ପାଦ ଛୁଇଁ ଆଶୀର୍ବାଦ ଭିକ୍ଷା କରନ୍ତି ।
BREAKING NEWS
- ଆମ ପୃଥିବୀର ବୟସ କେତେ, ବୈଜ୍ଞାନିକମାନେ ଏହାକୁ କିପରି ନିର୍ଣ୍ଣୟ କରିଥିଲେ ଜାଣନ୍ତୁ?
- ଦେଢ଼ କିଲୋମିଟର ଦୂରରୁ ଝଲସିବ ଶ୍ରୀମନ୍ଦିର, ଲାଗିବ ଲେଜର ୩ଡି ମ୍ୟାପିଙ୍ଗ ଲାଇଟ୍
- ହେମିଲଟନଙ୍କ ସହ ଯୋଡାଯାଉଛି ଯଶସ୍ୱୀଙ୍କ ନାମ
- India’s Most Advanced Atomic Reactor: ଉନ୍ନତ ପରମାଣୁ ରିଆକ୍ଟରରେ ଦୁନିଆର ଦ୍ୱିତୀୟ ‘ସୁପରପାୱାର’ ଭାରତ, ପୂରଣ ହେଲା ଭାଭାର ସ୍ୱପ୍ନ
- ସିଜିମାଳୀରେ ଉତ୍ତେଜନା: ବିକ୍ଷୋଭକାରୀ ପୁଲିସ ମଧ୍ୟରେ ଧସ୍ତାଧସ୍ତି, ୧୬୩ ଧାରା ଜାରି
- Pakistan Imposes ‘Smart Lockdown’:ପାକିସ୍ତାନରେ ଲାଗିଲା ‘ସ୍ମାର୍ଟ ଲକଡାଉନ୍’, ବଡ଼ ଘୋଷଣା କଲେ ଶାହାବାଜ୍ ସରକାର
- ଯାଜପୁରରେ ଫୁଟିଲା ଗୁଳି, ଚିକିତ୍ସାଧୀନ ଅବସ୍ଥାରେ ଯୁବକ ମୃତ
- Saudi-Bahrain bridge closed: ଟ୍ରମ୍ପଙ୍କ ଧମକ ପରେ ଇସ୍ରାଏଲକୁ ଇରାନର ଚେତାବନୀ, ବନ୍ଦ୍ ହେଲା ସାଉଦି-ବାହରିନ ସେତୁ
- Virat Kohli Seen ‘Dhurandhar 2’ : ‘ଦେଖିନଥିଲି ଏମିତି ସିନେମା…’, ରଣବୀର ସିଂହଙ୍କ ‘ଧୁରନ୍ଧର ୨’ ଦେଖି ପୁରା ଫିଦା ବିରାଟ କୋହଲି
- ଅଡୁଆ କରୁଛନ୍ତି ମନ୍ତ୍ରୀ, ସଜାଡୁଛନ୍ତି ସଚିବ
Comments are closed.