Latest Odisha News

BREAKING NEWS

ଭିଟାମିନ-ଡି ଅଭାବ ଥିଲେ ଜାଣିବେ କିପରି ? ଲକ୍ଷଣ ଦେଖା ଦେଲେ କରନ୍ତୁ ପ୍ରତିକାର

ଓଡ଼ିଶା ସମ୍ବାଦ ବ୍ୟୁରୋ: ସୁସ୍ଥ ରହିବା ପାଇଁ ଶରୀର ପାଇଁ ସମସ୍ତ ପୋଷକ ତତ୍ତ୍ୱ ଆବଶ୍ୟକ। ଏହି ଜରୁରୀ ପୋଷକ ତତ୍ତ୍ୱ ମଧ୍ୟରେ ଭିଟାମିନ୍-ଡି ଅନ୍ୟତମ। ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଏହି ଭିଟାମିନ୍ ଶରୀରରେ କ୍ୟାଲସିୟମ୍ ଏବଂ ଫସଫେଟ୍ ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ। ଏହା ବ୍ୟତୀତ ଏହା ହାଡର ସ୍ୱାସ୍ଥ୍ୟ, ଦାନ୍ତ ଏବଂ ମାଂସପେଶୀ ସ୍ୱାସ୍ଥ୍ୟରେ ମଧ୍ୟ ଉନ୍ନତି ଆଣିଥାଏ। କିନ୍ତୁ ଶରୀରରେ ଏହି ପୋଷକ ତତ୍ତ୍ୱର ଅଭାବ ଯୋଗୁଁ ଆପଣ ଅନେକ ଗମ୍ଭୀର ରୋଗର ଶିକାର ହୋଇପାରନ୍ତି। ଏଭଳି ପରିସ୍ଥିତିରେ ଆମ ଶରୀରରେ କେତେବେଳେ ଭିଟାମିନ ଡି ର ଅଭାବ ହୁଏ ଏବଂ ଏହି ଭିଟାମିନକୁ କିପରି ପ୍ରାକୃତିକ ଉପାୟରେ ଶରୀର ପ୍ରସ୍ତୁତ କରାଯାଏ ତାହା ଜାଣିବା ଆବଶ୍ୟକ।

ନିଦ୍ରା ଅଭାବ- ଭିଟାମିନ୍-ଡି ଅଭାବ ଶରୀରରେ କର୍ଟିସୋଲର ସ୍ତରକୁ ବଢାଇଥାଏ। ଯେଉଁଥିପାଇଁ ଆପଣ ଚାପଗ୍ରସ୍ତ ହୁଅନ୍ତି। ଏହି ଭିଟାମିନ୍ ର ଅଭାବ ଯୋଗୁଁ ଆପଣ ଅଧିକ ଥକ୍କାପଣ ଅନୁଭବ କରନ୍ତି। ଏହା ଛଡା ଆପଣ ନିଦ୍ରା ଅଭାବ କିମ୍ବା ଅନ୍ୟାନ୍ୟ ସମସ୍ୟା ଦ୍ୱାରା ମଧ୍ୟ ଅସୁବିଧାରେ ପଡ଼ିପାରନ୍ତି।

ହାଡ଼ରେ ଯନ୍ତ୍ରଣା- ଶରୀରରେ ଭିଟାମିନ୍-ଡି ଅଭାବ ଥିଲେ ହାଡ ଯନ୍ତ୍ରଣା, ମାଂସପେଶୀ ଦୁର୍ବଳତା, ଦାନ୍ତ ଦରଜ ହୁଏ। ହାଡ଼, ଦାନ୍ତ ଓ ମାଂସପେଶୀକୁ ମଜଭୁତ କରିବା ପାଇଁ କ୍ୟାଲସିୟମର ଆବଶ୍ୟକତା ଅଧିକ ରହିଛି। ଯଦି ଶରୀରରେ ଭିଟାମିନ-ଡି ର ଅଭାବ ହୁଏ ତେବେ ଶରୀର କ୍ୟାଲସିୟମ ଗ୍ରହଣ କରିନଥାଏ। ଏହି ଭିଟାମିନର ଅଭାବ ଯୋଗୁଁ ଶରୀର କ୍ଷତି ହେବାର ଆଶଙ୍କା ବଢିଯାଏ।

ସଂକ୍ରମଣର ସମ୍ଭାବନା- ଭିଟାମିନ୍-ଡି ଅଭାବରୁ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ହୋଇଯାଏ। ଯେଉଁଥିପାଇଁ ଆପଣ ଅନେକ ରୋଗର ସଂସ୍ପର୍ଶରେ ଆସିପାରନ୍ତି। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଯେଉଁମାନଙ୍କର ଭିଟାମିନ୍ ଡି ଅଭାବ ଥାଏ ସେମାନଙ୍କର ଥଣ୍ଡା, ଆଜମା ଏବଂ ଫ୍ଲୁରେ ଅଧିକ ଆକ୍ରାନ୍ତ ହୁଅନ୍ତି।

ଉଦାସୀନତା- ଉଦାସୀନତାର ଆରମ୍ଭ ଅନେକ କାରଣରୁ ହୋଇପାରେ, କିନ୍ତୁ ଭିଟାମିନ୍ ଡି ଅଭାବ ହେଉଛି ମୁଖ୍ୟ କାରଣ। ଅନେକ ଅଧ୍ୟୟନରୁ ଜଣାପଡିଛି ଯେ ଭିଟାମିନ୍-ଡି ର ଅଭାବ ଅବସାଦର ଲକ୍ଷଣକୁ ବୁଝାଏ।

କେଶ ଝଡ଼ିବା- କେଶ ବୃଦ୍ଧିରେ ଭିଟାମିନ୍-ଡି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଏହି ଭିଟାମିନ୍‌ର ଅଭାବ ଯୋଗୁଁ କେଶ ଝଡ଼ିବାକୁ ଲାଗେ।

ଭିଟାମିନ୍-ଡି ଅଭାବକୁ ଦୂର କରିବା ପାଇଁ ଏହି ଜିନିଷ ଖାଆନ୍ତୁ-
କମଳା- କମଳା ଭିଟାମିନ୍-ସି, କ୍ୟାଲସିୟମ୍, ଆୟୋଡିନ୍, ଫସଫରସ୍ ଏବଂ ଅନ୍ୟାନ୍ୟ ଜରୁରୀ ପୋଷକ ତତ୍ତ୍ୱରେ ଭରପୂର ଅଟେ। ଯାହା ଶରୀରକୁ ଅନେକ ସମସ୍ୟାରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରିବା ସହିତ ଏହା ହାଡର ବିକାଶରେ ମଧ୍ୟ ସହାୟକ ହୋଇଥାଏ।

ଧନିଆ ପତ୍ର- ଅନେକ ଜରୁରୀ ଭିଟାମିନ୍ ଧନିଆ ପତ୍ରରେ ମିଳିଥାଏ। ଏଥିରେ କ୍ୟାଲସିୟମ୍, ଫାଇବର, ପୋଟାସିୟମ୍ ଏବଂ ଅନ୍ୟାନ୍ୟ ଜରୁରୀ ଉପାଦାନରେ ଭରପୂର। ଏହା ଶରୀରରେ କ୍ୟାଲସିୟମ ଅଭାବକୁ ଦୂର କରେ। ହାଡ ସ୍ୱାସ୍ଥ୍ୟ ପାଇଁ ଆପଣ ଧନିଆ ପତ୍ର ଖାଇପାରିବେ।

ଅମୃତଭଣ୍ଡା- ସ୍ୱାସ୍ଥ୍ୟର ଖଣିଜ ଭଣ୍ଡାର ହେଉଛି ଅମୃତଭଣ୍ଡା। ଏହା ଏପରି ଏକ ଫଳ, ଯାହା ପ୍ରତ୍ୟେକ ଋତୁରେ ସହଜରେ ଉପଲବ୍ଧ। ଏଥିରେ ଫାଇବର, ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍-ସି, ଫୋଲେଟ୍ ପରି ପୁଷ୍ଟିକର ଖାଦ୍ୟ ମିଳିଥାଏ। ଯାହା ହାଡକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ।

ସାଲମାନ ମାଛ- ସାଲମାନ ମାଛ ଭିଟାମିନ୍-ଡି ର ଏକ ଉତ୍କୃଷ୍ଟ ଉତ୍ସ। ଏଥିରେ ଓମେଗା ଫ୍ୟାଟି ଏସିଡ ପ୍ରଚୁର ପରିମାଣରେ ମିଳିଥାଏ। ଶରୀରରେ ଭିଟାମିନ୍-ଡି ଯୋଗାଇବା ପାଇଁ ନିଶ୍ଚିତ ଭାବରେ ଏହି ମାଛକୁ ଖାଦ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ।

Comments are closed.