Latest Odisha News

BREAKING NEWS

ଏମିତି ଧରାପଡିଯିବେ ମିଛୁଆ ଲୋକ…

ଭୁବନେଶ୍ବର: ଜାଣିଛନ୍ତି କି ମିଛ କହିବା ପରେ ଶରୀରର ଏମିତି ଏକ ଅଂଶ ଥାଏ ଯାହା ଗରମ ହୋଇଯାଏ। ଏହା ଖୁବ କମ ଲୋକ ଜାଣିଥିବେ। ହଁ ଆଜ୍ଞା ମିଛ କହୁଥିବା ମଣିଷକୁ ଧ୍ୟାନରେ ଦେଖିଲେ ଜାଣି ପାରିବେ ସେ ମିଛ କହୁଛି ନା ସତ । ମିଛ କହିବା ପରେ ଅନେକଙ୍କ ମୁହଁରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖାଯାଇଥାଏ।

ଯେପରିକି ଜଣେ ମିଛ କହୁଥିବ ତା’ର କଥା କହିବାର ଶୈଳୀରେ ମଧ୍ୟ ପରିବର୍ତ୍ତନ ଆସିଥାଏ। ଦେଖିବେ ଶୀଘ୍ର ଶୀଘ୍ର କଥା କୁହନ୍ତି କିମ୍ବା ଆବଶ୍ୟକଠାରୁ ଅଧିକ କଥା ହୁଅନ୍ତି। ଆହୁରି ମଧ୍ୟ ସେ ନଜର ଏଡାଇ କଥାବାର୍ତ୍ତା କରନ୍ତି।

ଆହୁରି ମଧ୍ୟ ଯେତେବେଳେ ଜଣେ ମିଛ କହେ, ସେ ମଣିଷର ନାକ ଓ କାନ ଗରମ ହୋଇଯାଏ।

ଏହାଛଡା ଆଖି ଶୀଘ୍ର ବୁଜିବା ଆରମ୍ଭ କରନ୍ତି ଏବଂ ବେଳେବେଳେ ଆଖିର ରଙ୍ଗ ବଦଳିଯାଏ। କିଛି ଲୋକ ମିଛ କହିବା ପରେ ନାକ କୁଣ୍ଡାଇବା ମଧ୍ୟ ଆରମ୍ଭ କରିଦିଅନ୍ତି ।

Comments are closed.