ମୁମ୍ବାଇ: ସଲମାନ ଖାନଙ୍କ ବହୁପ୍ରତିକ୍ଷିତ ଫିଲ୍ମ ‘ସିକନ୍ଦର’ର ଟିଜର ରିଲିଜ୍ ହୋଇଯାଇଛି। ଏ.ଆର. ମୁର୍ଗାଦାସ୍ ଏହି ଫିଲ୍ମରେ ନିର୍ଦ୍ଦେଶନା ଭାର ସମ୍ଭାଳିଛନ୍ତି। ତେବେ ଦୁହେଁ ପ୍ରଥମ ଥର ପାଇଁ ଏହି ଫିଲ୍ମରେ ଏକାଠି କାମ କରିବେ।
ଟିଜରଟି ବହୁତ ଧମାକାଦାର ଏବଂ ଆକ୍ସନରେ ଭରପୁର ରହିଛି।ତେବେ ଟିଜର ରିଲିଜ୍ ହେବା ପରେ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବାରେ ଲାଗିଛି। ଟିଜରର ଆରମ୍ଭରେ ସଲମାନ ଖାନ ଗୁଣ୍ଡାମାନଙ୍କୁ ମାରୁଥିବାର ନଜର ଆସିଛନ୍ତି। ତେବେ ସଲମାନଙ୍କ ବିପକ୍ଷରେ ରଶ୍ମିକା ସ୍କ୍ରିନ ଶେୟାର କରୁଛନ୍ତି। ଟିଜରରେ ସେମାନଙ୍କ ରୋମାଣ୍ଟିକ କେମେଷ୍ଟ୍ରି ଅଳ୍ପ ସମୟ ପାଇଁ ଦେଖାଯାଇଥିଲା।
ସିକନ୍ଦର ଏକ ଆକ୍ସନ ଫିଲ୍ମ ଅଟେ। ଯେଉଁଥିରେ ସଲମାନଙ୍କ ବ୍ୟତୀତ କାଜଲ ଅଗ୍ରୱାଲ, ରଶ୍ମିକା ମନ୍ଦାନା, ସତ୍ୟରାଜ, ଶର୍ମନ ଜୋଶୀ ଏବଂ ପ୍ରତୀକ ବବର ମଧ୍ୟ ନଜର ଆସିବେ। ତେବେ ଏହି ଫିଲ୍ମଟି ୨୮ ମାର୍ଚ୍ଚ ୨୦୨୫ରେ ମୁକ୍ତିଲାଭ କରିବ।
ରିପୋର୍ଟ ଅନୁଯାୟୀ, ଫିଲ୍ମର ବଜେଟ୍ ପ୍ରାୟ ୪୦୦ କୋଟି ଟଙ୍କା ଥିବା କଥା କୁହାଯାଉଛି। ତେବେ ମେକର୍ସଙ୍କ ତରଫରୁ ଏନେଇ କିଛି ସ୍ପଷ୍ଟ କରାଯାଇନାହିଁ।
Comments are closed.