କଟକ: କଟକରେ ୧୦ କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ରୌପ୍ୟ ତାରକସି ସର୍ବ ସାଧାରଣ ସୁବିଧା କେନ୍ଦ୍ର । ଆଜି ଏହାର ଶିଳାନ୍ୟାସ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡା । ଏହି ଅବସରରେ ଶ୍ରୀମତି ପରିଡା କହିଛନ୍ତି ଯେ, ଏକ ବର୍ଷ ମଧରେ ୧୫ ହଜାର ବର୍ଗଫୁଟ ଅଞ୍ଚଳରେ ଏହି ଉତ୍କର୍ଷ କେନ୍ଦ୍ର ପ୍ରତିଷ୍ଠା ହେବ । ସିଡିଏ ସେକ୍ଟର ୬ରେ ହେବାକୁ ଥିବା ଏହି କେନ୍ଦ୍ରରେ ଅତ୍ୟାଧୁନିକ ମେସିନ ସହଯୋଗରେ ତାରକସି କାମ ସବୁ ତିଆରି ହେବ ।
ଉପମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ଏଥି ସହିତ ପ୍ରଶିକ୍ଷଣ, ପର୍ଯ୍ୟଟକଙ୍କ ପାଇଁ ପରିଦର୍ଶନ ସୁଯୋଗ ରହିବ । ଫଳରେ ତାରକସି କାମ କରୁଥିବା ୪୦୦ ପରିବାର ଉପକୃତ ହେବେ । ପୂର୍ବ ସରକାରଙ୍କ ଉଦ୍ୟମରେ କଟକ ର ପ୍ରସିଦ୍ଧ ତାରକସୀ କାମକୁ କେନ୍ଦ୍ରରୁ ଜି.ଆଇ. ଟ୍ୟାଗ୍ ମିଳିବା ପରେ ଏବେ କଟକରେ ଏକ ରୌପ୍ୟ ତାରକସୀ ଉତ୍କର୍ଷ କେନ୍ଦ୍ର କରିବାକୁ ଶିଳାନ୍ୟାସ ହୋଇଛି ।
ଏହା ସହିତ ଏଠାରେ ପ୍ରଶିକ୍ଷଣ ଓ ବାହାରୁ ଆସୁଥିବା ପର୍ଯ୍ୟଟକଙ୍କ ଦେଖିବା ପାଇଁ ଏକ ସୁନ୍ଦର ତାରକସି ଗ୍ୟାଲେରୀ ରହିବ । ଅନ୍ୟପଟେ ଏହି ଉତ୍କର୍ଷ ତାରକସୀ କେନ୍ଦ୍ର ନିର୍ମାଣ କାମ ଓଡିଶା ପୋଲିସ ହାଉସିଂ କର୍ପୋରେସନ ନେଇଛି ଯାହାକୁ ବର୍ଷେ ଭିତରେ ସାରିବାକୁ ଲକ୍ଷ୍ୟ ରଖାଯାଇଥିବା ସେ କହିଛନ୍ତି ।
Comments are closed.