Latest Odisha News

ରେସଲିଂରେ ସାକ୍ଷୀଙ୍କୁ ରୌପ୍ୟ, ଭିନେଶଙ୍କୁ ବ୍ରୋଞ୍ଜ

ନୂଆଦିଲ୍ଲୀ: ଏସିଆନ୍ ରେସଲିଂ ଚାମ୍ପିୟନଶିପରେ ଭାରତୀୟ ରେସଲରଙ୍କ ପ୍ରଭାବୀ ପ୍ରଦର୍ଶନ ଜାରି ରହିଛି । ସାକ୍ଷୀ ମଲ୍ଲୀକ(୬୫କିଗ୍ରା) ଓ ଭିନେଶ ଫୋଗଟ(୫୩ କିଗ୍ରା) ମହିଳା ରେସଲିଂରେ ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ୭୨ କିଗ୍ରା ବିଭାଗରେ ଗୁରୁଶରନ କୌର ବ୍ରୋଞ୍ଜ ପଦକ ଜିତିଛନ୍ତି ।

ଟୋକିଓ ଅଲିମ୍ପିକ୍ସ ପାଇଁ ଭିନେଶ ପୂର୍ବରୁ ଯୋଗ୍ୟତା ଅର୍ଜନ କରିସାରିଛି । ଏହି ପଦକ ତାଙ୍କ ମନୋବଳ ବଢ଼ାଇବାରେ ସହାୟ ହେବ ବୋଲି ଆଶା କରାଯାଉଛି । ତେବେ ବିଶେଷଜ୍ଞମାନେ ଏହି ଟୁର୍ନାମେଂଟରେ ତାଙ୍କ ପ୍ରଦର୍ଶନ ନେଇ ଚିନ୍ତା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.