Latest Odisha News

BREAKING NEWS

ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଓ କାର୍ଯ୍ୟସୂଚୀ

ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସୋମବାର ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ପତ୍ନୀ ମେଲାନିୟା, ଝିଅ ଇବାଂକା ଏବଂ ଜ୍ୟୋଇଁ ଜେରେଡ କୁଶ୍ନର ଆସିବେ । ଏକ ସ୍ୱତନ୍ତ୍ର ପ୍ରତିନିଧିମଣ୍ଡଳ ମଧ୍ୟ ତାଙ୍କ ସହିତ ଆସିବେ । ଆସନ୍ତୁ ଜାଣିବା କ’ଣ ରହିଛି ଟ୍ରମ୍ପଙ୍କ କାର୍ଯ୍ୟସୂଚୀ-


୨୪ ଫେବୃୟାରୀ (ସୋମବାର)
ସକାଳ ୧୧ଟା୪୦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପରିବାର ଏବଂ ପ୍ରତିନିଧିମଣ୍ଡଳ ସହ ଅହମ୍ମଦାବାଦ ସର୍ଦ୍ଧର ବଲ୍ଲଭଭାଇ ପଟେଲ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଓହ୍ଲାଇବେ ।
୧୨ଟା୧୫: ଅହମ୍ମଦାବାସ୍ଥିତ ମହାତ୍ମା ଗାନ୍ଧୀଙ୍କ ସାବରମତି ଆଶ୍ରମରେ ପହଂଚିବେ ।
ଦ୍ୱିପହର ୧ଟା୦୫: ମୋଟେରା ଷ୍ଟଡିୟମରେ ନମସ୍ତେ ଟ୍ରମ୍ପ କାର୍ଯକ୍ରମରେ ଯୋଗ ଦେବେ୧
୩ଟା୩୦: ଆଗ୍ରା ଗସ୍ତରେ ଯିବେ ।
୪ଟା୪୫: ଆଗ୍ରା ଏୟାରଫୋର୍ସ ଷ୍ଟେଶନରେ ଓହ୍ଲାଇବେ ।
ସନ୍ଧ୍ୟା ୫ଟା୧୫: ତାଜମହଲ ପରିଦର୍ଶନରେ ଯିବେ ।
୬ଟା୪୫: ଦିଲ୍ଲୀ ଗସ୍ତରେ ଯିବେ
୭ଟା୩୦: ଦିଲ୍ଲୀ ପାଲମାସ୍ଥିତ ଏୟାରଫୋର୍ସ ଷ୍ଟେସନରେ ଓହ୍ଲାଇବେ ।


ମଙ୍ଗଳବାର, ୨୫ ଫେବୃୟାରୀ
ସକାଳ ୧୦ଟା: ରାଷ୍ଟ୍ରପତି ଭବନରେ ସ୍ୱାଗତ କରାଯିବ ।
୧୦ଟା୩୦:ରାଜଘାଟ ମହାତ୍ମାଗାନ୍ଧୀ ସମାଧୀ ଉପରେ ପୁଷ୍ପଚକ୍ର ଅର୍ପଣ କରିବେ ।
୧୧:୦୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହାଇଦ୍ରାବାଦ ହାଉସରେ ବୈଠକ ।
୧୨ଟା୪୦: ହାଇଦ୍ରାବାଦ ହାଉସରେ ପ୍ରେସମିଟ୍
ସନ୍ଧ୍ୟା ୭ଟା୩୦: ରାଷ୍ଟ୍ରପତି ରାମନାଥ କୋବିଦଙ୍କ ସହ ବୈଠକ
ରାତି ୧୦ଟା: ଆମେରିକା ଫେରିଯିବେ ।
(କାର୍ଯ୍ୟସୂଚୀ କେତେକ ୱେବସାଇଟରୁ ନିଆଯାଇଛି) ।

Leave A Reply

Your email address will not be published.