Latest Odisha News

ଗଞ୍ଜେଇ ଖୋଜୁ ଖୋଜୁ ମିଳିଲା ବିପୁଳ ମାତ୍ରାରେ ରୁପା

ସମ୍ବଲପୁର: ସମ୍ବଲପୁର ରେଙ୍ଗାଲୀ ଅଞ୍ଚଳରେ ଦେଢ଼ କ୍ୱିଣ୍ଟାଲରୁ ଅଧିକ ରୁପା ଜବତ । ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ଏକ କାର୍ ଭିତରୁ ଗଞ୍ଜେଇ ଖୋଜୁ ଖୋଜୁ ଏହି ରୁପା ଜବତ କରିଛି । ଏହି ରୁପା ଅଳଙ୍କାର ମହାରାଷ୍ଟ୍ରରୁ ଝାଡଖଣ୍ଡକୁ ଯାଉଥିବା ଜଣାପଡ଼ିଛି ।

ତେବେ ଗଞ୍ଜେଇ ଚାଲାଣ ସନ୍ଦେହରେ ଅବକାରୀ ବିଭାଗ ସମ୍ବଲପୁର-ଝାରସୁଗୁଡା ବିଜୁ ଏକ୍ସପ୍ରେସ୍‌ ୱେ ର ମାଝିପାଲି ଟୋଲ୍‌ ଗେଟ୍‌ ନିକଟରେ ପାଟ୍ରୋଲିଂ ସମୟରେ ଗାଡି ଯାଞ୍ଚ କରୁଥିଲା । ଯାଞ୍ଚ ବେଳେ କାର୍‌ ସିଟ୍‌ ରେ ସିକ୍ରେଟ୍‌ ଚ୍ୟାମ୍ୱର ହୋଇଥିବା ଦେଖିବାକୁ ପାଇଥିଲା ବିଭାଗ । ସେହି ଚ୍ୟାମ୍ୱରରେ ଗଞ୍ଜେଇ ଥିବା ଭାବି ଅବକାରୀ ବିଭାଗ ଖୋଲିଥିଲା । ହେଲେ ସେଥିରୁ ୧ କ୍ବିଣ୍ଟାଲ ୬୬ କେଜି ୪୦୯ ଗ୍ରାମ୍‌ ଓଜନର ରୁପା ଅଳଙ୍କାର ଥିବା ଦେଖିବାକୁ ମିଳିଥିଲା ।

ଏହାପରେ ଅବକାରୀ ବିଭାଗ ଜିଏସଟି ବିଭାଗକୁ ଖବର ଦେଇଥିଲା। ଜିଏସ୍‌ଟି ବିଭାଗ ଘଟଣା ସ୍ଥଳରେ ପହଞ୍ଚି ସିକ୍ରେଟ୍‌ ଚ୍ୟାମ୍ୱରରେ ଥିବା ରୁପା ଅଳଙ୍କାର ଜବତ କରିଥିଲା । ରୁପା ଅଳଙ୍କାରର ଆନୁସଙ୍ଗିକ କାଗଜ ଚାଲାଣକାରୀଙ୍କୁ ମାଗିଥିଲେ । ହେଲେ ସେମାନେ ସଠିକ୍ କାଗଜପତ୍ର ଦେଇନପାରିବାରୁ ଜିଏସଟି ପକ୍ଷରୁ ଅଳଙ୍କାର ସହ ଚୋରା ଚାଲାଣ ହେଉଥିବା ଗାଡିକୁ ଜବତ କରାଯାଇଛି । ଏହି ଘଟଣାରେ ୩ ଜଣଙ୍କୁ ଅଟକ ରଖାଯାଇଛି ।

Leave A Reply

Your email address will not be published.