Latest Odisha News

BREAKING NEWS

ଏସଆରଏଫ୍‌ଏ କାନସ୍ ଚଳଚ୍ଚିତ୍ର ଉତ୍ସବରେ ‘ସିଲଭର ଗାନ୍ଧୀ’ ପୁରସ୍କୃତ

ଭୁବନେଶ୍ୱର: ଏସଆରଏଫ୍‌ଏ କାନସ୍ ଚଳଚ୍ଚିତ୍ର ଉତ୍ସବରେ ବଲିଉଡ ଫିଲ୍ମ ‘ସିଲଭର ଗାନ୍ଧୀ’ ପୁରସ୍କୃତ ହୋଇଛି । ଏହି ଫିଲ୍ମଟି ସାଇରାମ ଗାନ୍ଧୀ ନାଁରେ ପରିଚିତ ଲୋକପ୍ରିୟ କଳାକାର ମୋହନ ମହାପାତ୍ରଙ୍କ ଉପରେ ଆଧାରିତ ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଏବଂ ସ୍ୱଚ୍ଛ ଭାରତ ଅଭିଯାନ ସମ୍ପର୍କରେ ଲୋକଙ୍କୁ ସଚେତନ କରିବା ପାଇଁ ମୋହନ କରିଥିଲେ ଏକ ନିଆରା ପ୍ରୟାସ । ସ୍ୱଚ୍ଛ ଭାରତ ଅଭିଯାନକୁ ନେଇ ସେ ସାରା ଦେଶରେ ପଦଯାତ୍ରା କରିଥିଲେ । ଏହି ପଦଯାତ୍ରାକୁ ନେଇ ତିଆରି ହୋଇଛି ଫିଲ୍ମ ‘ସିଲ୍ଭର ଗାନ୍ଧୀ’ ।

ଚଳଚ୍ଚିତ୍ରର ନିର୍ଦ୍ଦେଶନା ଅବିନାଶ ନନ୍ଦ ଦେଇଥିବା ବେଳେ ଏହାର ପ୍ରଯୋଜକ ଦାୟିତ୍ୱ ନେଇଥିଲେ ସନ୍ତୋଷ ସେଟ୍ଟୀ । ଫିଲ୍ମର ସଫଳତା ନେଇ ଅବିନାଶ ନନ୍ଦ କହିଛନ୍ତି,  ଚଳଚ୍ଚିତ୍ରଟି ଭାରତୀୟମାନଙ୍କୁ ପରିଷ୍କାର ଓ ସୁସ୍ଥ ଜୀବନ ପାଇଁ ପ୍ରେରଣା ଓ ଉତ୍ସ ଯୋଗାଇବ । ଏଥିପାଇଁ ଶ୍ରୀ ନନ୍ଦ ପ୍ରଯୋଜକ ସନ୍ତୋଷ ସେଟ୍ଟୀ, ସଙ୍ଗୀତା ହଂସ ଓ ରଜିନ୍ଦର ସିଂହ ଭାଟିଆ, ଲେଖକ ଅଭିମନ୍ୟୁ ମିଶ୍ର ଓ ସଞ୍ଜୟ ମୁସମ୍‌ଙ୍କୁ ଧନ୍ୟବାଦ ଦେଇଛନ୍ତି ।

Leave A Reply

Your email address will not be published.