Latest Odisha News

BREAKING NEWS

ରାଜନୀତିରେ ମିଶିପାରନ୍ତି ପୂର୍ବତନ ବାଚସ୍ପତି ଶରତ କରଙ୍କ ପୁଅ ଶୋଭନ କର

ଭୁବନେଶ୍ୱର: ଆୟକର କମିଶନର ତଥା ବରିଷ୍ଠ ରାଜନେତା ଶରତ କରଙ୍କ ପୁଅ ଶୋଭନ କର ରାଜନୀତିରେ ଯୋଗ ଦେଇପାରନ୍ତି । ଏଥି ପାଇଁ ସେ ଚାକିରୀରୁ ସ୍ୱେଚ୍ଛାକୃତ ଅବସର ନେଇଛନ୍ତି ।

ଶୋଭନ କରଙ୍କ ସୂଚନା ଅନୁସାରେ, ଗତ ଡିସେମ୍ବର ୩୧ ତାରିଖର ତାଙ୍କ କାର୍ଯ୍ୟ ଦିବସର ଶେଷ ଦିନ ଥିଲା । ନିଜ ଚାକିରୀ ଜୀବନର ୧୨ ବର୍ଷ କାଳ ସେ କେନ୍ଦ୍ର ସରକାରଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ପଦପଦବୀରେ ରହିଆସିଛନ୍ତି । ସେ ସ୍ୱେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିବା ବେଳେ ଭାରତ ସରକାର ଓ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ ।

ଶ୍ରୀ କରଙ୍କ ବାପା ଶରତ କର ୧୯୭୧ ମସିହାରୁ ନିଜ ରାଜନୈତିକ କ୍ୟାରିଅର ଆରମ୍‌ଭ କରିଥିବା ବେଳେ ମାହାଙ୍ଗାରୁ ତିନି ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ୧୯୭୭ ମସିହାରେ ସେ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ଏଥି ସହ ସେ ବିଧାନସଭାରେ ବାଚସ୍ପତି ଭାବେ ଦାୟିତ୍ୱ ତୁଲାଇଥିଲେ । ତାଙ୍କ ରାଜନୈତିକ ଜୀବନ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ସହ ଆରମ୍ଭ କରିଥିବା ବେଳେ ତାଙ୍କର ଏକାନ୍ତ ଅନୁଗାମୀ ଥିଲେ ।

Leave A Reply

Your email address will not be published.