ଭୁବନେଶ୍ବର: ଭାରତୀୟମାନେ ପୂର୍ବ କାଳରେ ରୂପା ଗ୍ଲାସରେ ପାଣି ପିଉଥିଲେ । ତେବେ ଆପଣ କେବେ ଚିନ୍ତା କରିଛନ୍ତି କି! ରୂପା ଗ୍ଲାସରେ ପାଣି କାହିଁକି ପିଆଯାଏ ? ଏହି ଧାତୁ ଆପଣଙ୍କ ଶରୀର ଉପରେ କି ପ୍ରଭାବ ପକାଇପାରେ? ତେବେ ଜାଣି ରଖନ୍ତୁ ଆୟୁର୍ବେଦ ଅନୁସାରେ, ରୂପା ଗ୍ଲାସରେ ପାଣି ପିଇବାର ଅଭ୍ୟାସ ଆପଣଙ୍କ ସମ୍ପୂର୍ଣ୍ଣ ସ୍ୱାସ୍ଥ୍ୟକୁ ବହୁ ପରିମାଣରେ ଉନ୍ନତ କରିପାରିବ । କେବଳ ସେତିକି ନୁହେଁ ରୂପାର ସ୍ୱାସ୍ଥ୍ୟ ଉପକାରିତା ଆଧୁନିକ ବିଜ୍ଞାନ ଦ୍ୱାରା ମଧ୍ୟ ପ୍ରମାଣିତ ହୋଇସାରିଛି । ଏହି ରୂପା କ୍ଷତିକାରକ ଜୀବାଣୁ ମାରିବା ଏବଂ ଜଳକୁ ପ୍ରାକୃତିକ ଭାବରେ ଶୁଦ୍ଧ କରିବାର କ୍ଷମତା ରଖିଛି ।
ତେବେ ଆସନ୍ତୁ ଜାଣିବା ଏକ ରୂପା ଗ୍ଲାସରୁ ପାଣି ପିଇବାର ଉପକାରିତା ବିଷୟରେ..
-ଯଦି ନିଜର ଅନ୍ତନଳୀ ସ୍ୱାସ୍ଥ୍ୟରେ ଉନ୍ନତି ଆଣିବାକୁ ଚାହୁଁଛନ୍ତି, ତାହାହେଲେ ରୂପା ଗ୍ଲାସରେ ପାଣି ପିଇବା ଆରମ୍ଭ କରି ଦିଅନ୍ତୁ । ଏହା ଆପଣଙ୍କ ବୃକକ ଏବଂ ଯକୃତକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।
-ସେହିପରି ପେଟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ପାଇବା ପାଇଁ ରୂପା ଗ୍ଲାସରେ ପାଣି ପିଇବା ଉଚିତ୍ । ରୂପା ଗ୍ଲାସରେ ପାଣି ପିଇବା ଦ୍ୱାରା ଶରୀରରେ ରକ୍ତହୀନତା ମଧ୍ୟ ଦୂର କରିପାରିବେ ।
-ଏଥିସହ ଏହି ରୂପା ଗ୍ଲାସର ପାଣି ଶରୀରକୁ ଥଣ୍ଡା କରେ । ଏହା ଆପଣଙ୍କ ଶରୀରର ତାପମାତ୍ରାକୁ ମଧ୍ୟ ନିୟନ୍ତ୍ରଣରେ ରଖେ । ଯେଉଁମାନେ ଅତ୍ୟଧିକ ରାଗନ୍ତି, ଆଗକାଳରେ ସେମାନଙ୍କୁ ଏକ ରୂପା ପାତ୍ରରେ ପାଣି ପିଇବାକୁ ପରାମର୍ଶ ଦିଆଯାଉଥିଲା ।
-ରୂପା ବାସନଗୁଡିକ ପ୍ରାକୃତିକ ଭାବରେ ଜୀବାଣୁ ମୁକ୍ତ ଅଟନ୍ତି, ସେଥିରେ କୌଣସି ପ୍ରକାରର ଜୀବାଣୁ ବୃଦ୍ଧି ହେବାର ଆଶଙ୍କା ନଥାଏ । ଆପଣ ଏକ ରୂପା ପାତ୍ରରେ ପାଣି କିମ୍ବା ଅନ୍ୟାନ୍ୟ ତରଳ ପଦାର୍ଥ ରଖନ୍ତି, ତେବେ ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ସତେଜ ରହିଥାଏ ।
– ପ୍ରତିଦିନ ଏକ ରୂପା ପାତ୍ରରେ ପାଣି ପିଅନ୍ତି, ତେବେ ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତି ବଢିବ ।
-ରୂପା ଗ୍ଲାସରେ ପାଣି ପିଇବା ଦ୍ବାରା ଜୀବାଣୁ ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ବହୁ ପରିମାଣରେ କମ୍ ହୋଇଥାଏ ।
– ଅତି ଶୀଘ୍ର ଓଜନ ନିୟନ୍ତ୍ରଣ କରିବାକୁ ଚାହୁଁଛନ୍ତି ତେବେ ରୂପା ପାତ୍ରରେ ପାଣି ପିଅନ୍ତୁ । ସେଥିପାଇଁ ପ୍ରତିଦିନ ସକାଳେ ଖାଲି ପେଟରେ ଏକ ରୂପା ଗ୍ଲାସରେ ପାଣି ପିଇବେ ।
Comments are closed.