ଭୁବନେଶ୍ବର: ପର୍ବପର୍ବାଣୀ ସମୟରେ ସୁନା ଏବଂ ରୂପା କିଣିଥାନ୍ତି ଗ୍ରାହକ । କିନ୍ତୁ ଏବେ ଭୁବନେଶ୍ବରରେ ରୂପାର କିଲୋପିଛା ଦାମ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଯାଇଛି । ଗତକାଲି କେଜି ପିଛା ୯ ହଜାର ଟଙ୍କା ବୃଦ୍ଧି ପାଇ ରେକର୍ଡ କରିଛି ରୂପା ।
ତେବେ ଆଜି ରୂପା କିଲୋପିଛା ଦାମ ୨ ଲକ୍ଷ ୭,୦୦୦ହଜାର ଥିବାବେଳେ ଗତକାଲି ₹୨,୦୬,୦୦୦ ଥିଲା । ୧୩ ତାରିଖ ଦିନ କିଲୋପିଛା ଦାମ ₹୧,୯୭,୦୦୦ ରହିଥିଲା ।
ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ୧୮ ହଜାର ୬୫୦ ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ପିଛା ଦାମ୍ ୧ ଲକ୍ଷ ୨୯ ହଜାର ୪୪୦ ଟଙ୍କା ହୋଇଛି।
Comments are closed.